Indus Valley Times

କୋଟିପତି କିରାଣି ଗିରଫ, ମିଳିଲା ୧କୋଟି ୩୨ ଲକ୍ଷ ଟଙ୍କାର ସଂମ୍ପତ୍ତି

 Breaking News

କୋଟିପତି କିରାଣି ଗିରଫ, ମିଳିଲା ୧କୋଟି ୩୨ ଲକ୍ଷ ଟଙ୍କାର ସଂମ୍ପତ୍ତି

November 13
14:21 2020

ଭୁବନେଶ୍ୱର,୧୩/୧୧: ଗୁରୁବାର ଦିନ ଭିଜିଲାନ୍ସ ରେଡ ପରେ ଗୁରୁବାର ଦିନ କୋଟିପତି କିରାଣି ଉଦୟନାଥ ଜେନା ଗିରଫ ହୋଇଛନ୍ତି । ଭୁବନେଶ୍ୱର ସବ୍କଲେକ୍ଟର ଅଫିସରେ କାର‌୍ୟ୍ୟରତ ଥିବା ବେଳେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
ଗୁରୁବାର ଉଦୟନାଥଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ଉଦୟନାଥଙ୍କର ମୋଟ ସଂପତ୍ତିର ମୂଲ୍ୟ ୧ କୋଟି ୩୨ ଲକ୍ଷ ହୋଇଥିବା ଜଣାପଡ଼ିଛି । ରେଡ୍ ବେଳେ ତାଙ୍କର ପୁରୀରେ ଫ୍ଲାଟ, ଭୁବନେଶ୍ୱରରେ ୨ ମହଲା କୋଠା, ପୈତୃକ ସ୍ଥାନରେ କୋଠା, ବିଭିନ୍ନ ବ୍ୟାଙ୍କରେ ୯ ଲକ୍ଷ ୩୦ ହଜାର ଟଙ୍କାର ଡିପୋଜିଟ୍ ଓ ଅଢେଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଥିବା ସୂଚନା ମିଳିଥିଲା ।
ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଗିରଫ ଉଦୟନାଥ କହିଛନ୍ତି, ମୁଁ ୩୨ ବର୍ଷ ହେଲାଣି ଚାକିରି କରିଛି। ମୋ ଝିଅ ବି ଚାକିରି କରିଛି। ଗାଁରେ ପୈତୃକ ଜମିବାଡ଼ି ଅଛି। ଲକ୍ଷ ଲକ୍ଷ ଟଙ୍କାର ଲୋନ୍ ବି ରହିଛି। ଲାଞ୍ଚ ନେବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରୁଥିବା ବେଳେ କୋର୍ଟରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି।
ମାତ୍ର ଉଦୟନାଥ ଜଣେ ଦୁର୍ନୀତିଗ୍ରସ୍ତ ଅଫିସର୍ ବୋଲି ଅଭିଯୋଗ ହେବା ପରେ ଚଢ଼ାଉ ହୋଇଥିବା କହିଛନ୍ତି ଭିଜିଲାନ୍ସ ଅଧିକାରୀ। ଚଢ଼ାଉ ପରେ ତାଙ୍କ ଆୟଠୁ ୨୦୦% ଅଧିକ ସମ୍ପତ୍ତି ପାଇଲୁ। ଉଦୟନାଥଙ୍କ ମୋଟ ଆୟ ୩୫ ଲକ୍ଷ ଟଙ୍କା ହେଉଥିବା ବେଳେ ତାଙ୍କ ସମ୍ପତିର ମୂଲ୍ୟ କୋଟିଏରୁ ଅଧିକ ବୋଲି ଜଣାପଡ଼ିଛି। ଚାକିରି କଲା ଦିନଠୁ ଦୁର୍ନିତିରେ ଲିପ୍ତ ଥିବା ଜଣାପଡ଼ୁଥିବା ଅଧିକାରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031