Indus Valley Times

କୋଣାର୍କରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଲେ

 Breaking News

କୋଣାର୍କରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଲେ

January 07
13:07 2025

ଭୁବନେଶ୍ୱର,୭/୧: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସୋମବାର ସନ୍ଧ୍ୟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ।
ସେଠାରୁ ସେ ସିଧାସଳଖ କୋଣାର୍କ ଯାଇଥିଲେ। କୋଣାର୍କ ଇକୋରିଟ୍ରିଟରେ ସେ ରାତ୍ରିଯାପନ କରିଥିଲେ। ମଙ୍ଗଳବାର ସକାଳେ ସେ କୋଣାର୍କ ପରିସର ବ୍ୟାଖାନ କେନ୍ଦ୍ର ବୁଲି ଦେଖୁଛନ୍ତି।
ଏପରିକି କୋଣାର୍କ ସୂର୍ଯ୍ୟ ମନ୍ଦିର ସହ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ଏହାପରେ ଭୁବନେଶ୍ୱର ଆସି ଧଉଳି ଶାନ୍ତିସ୍ତୂପ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି।
ଏପରିକି ପ୍ରବାସୀ ଭାରତୀୟ ସମ୍ମିଳନୀ ନେଇ ଜୟଶଙ୍କର ଓଡ଼ିଶାରେ ଭବ୍ୟ ଭାବେ ‘ପ୍ରବାସୀ ଭାରତୀୟ ଦିବସ’ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031