Indus Valley Times

କୋଣାର୍କ : ଜୁଏଲାରୀ ଦୋକାନରୁ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଅଳଙ୍କାର ନେଇ ଲୁଟେରା ଫେରାର

 Breaking News

କୋଣାର୍କ : ଜୁଏଲାରୀ ଦୋକାନରୁ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଅଳଙ୍କାର ନେଇ ଲୁଟେରା ଫେରାର

April 30
10:18 2022

କୋଣାର୍କ, ୩୦/୪: ସିସିଟିଭି ନଜରରେ ଥିଲା ଜୁଏଲାରୀ ଦୋକାନ । ହେଲେ ଏହାକୁ ନିଘା ନ ଦେଇ ରାତି ଅଧରେ ଲୁଟ୍ରେ ମାତିଗଲେ ଲୁଟେରା। ଗ୍ୟାସ୍ କଟର ସାହାଯ୍ୟରେ ଷ୍ଟ୍ରଙ୍ଗ ରୁମ୍ କାଟି ଲକର ପାଖରେ ପହଞ୍ଚିଗଲେ।
ଆଉ ତା’ ପରେ ଲକରକୁ କାଟି ତା’ ଭିତରେ ବୁଲାଇଲେ କଳାକନା। ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଅଳଙ୍କାର ନେଇ ଲୁଟେରାମାନେ ଫେରାର ହୋଇ ଯାଇଥିବା ବେଳେ ଏବେ ସେମାନଙ୍କୁ ଖୋଜୁଛି ପୁଲିସ୍ ।
ଏପରି ଲୁଟତରାଜ ଗତକାଲି ପୁରୀ ଜିଲ୍ଲା କୋଣାର୍କସ୍ଥିତ କୋଣାର୍କ ମାର୍କେଟ କମ୍ପ୍ଲେକ୍ସର ମହାଲକ୍ଷ୍ମୀ ଜୁଏଲାରୀ ନାମକ ଦୋକାନରେ ହୋଇଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଦୋକାନୀ ।
ପୁଲିସ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୪ ଜଣ ଲୁଟେରା ଗତକାଲି ବିଳମ୍ବିତ ରାତିରେ ଗ୍ୟାସ୍ କଟର ସାହାଯ୍ୟରେ ମହାଲକ୍ଷ୍ମୀ ଜୁଏଲାରୀର ଛାତ ଉପର ସିଡ଼ି ଘର ଗେଟ୍ କାଟି ସୋ’ରୁମ ଭିତରେ ପଶିଥିଲେ।
ଏହାପରେ ଷ୍ଟ୍ରଙ୍ଗ ରୁମ୍ ଓ ଲକର କାଟି ଲୁଟପାଟ ଚଳାଇଲେ । ଲୁଟପାଟର ଲାଇଭ୍ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଲୁଟ୍ ଅଲଙ୍କାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜୁଏଲାରୀ ମାଲିକ କହିଛନ୍ତି । କୋଣାର୍କ ପୁଲିସ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031