Indus Valley Times

କୋଭାକ୍ସିନର ତୃତୀୟ ପର୍ଯାୟ ପରୀକ୍ଷା ଫଳ ଜାରି , ଡେଲଟା ଭାରିଆଣ୍ଟ ବିରୋଧରେ ୬୫.୨ ପ୍ରତିଶତ ଫଳପ୍ରଦ

 Breaking News

କୋଭାକ୍ସିନର ତୃତୀୟ ପର୍ଯାୟ ପରୀକ୍ଷା ଫଳ ଜାରି , ଡେଲଟା ଭାରିଆଣ୍ଟ ବିରୋଧରେ ୬୫.୨ ପ୍ରତିଶତ ଫଳପ୍ରଦ

July 03
09:37 2021

ନୂଆଦିଲ୍ଲୀ, ୩/୭: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲର ଚୂଡ଼ାନ୍ତ ଫଳାଫଳ ଶନିବାର ପ୍ରକାଶ ପାଇଛି। ଏହି ଟିକା କରୋନା ଭାଇରସ ବିରୋଧରେ ସମସ୍ତ ଦିଗକୁ ଦେଖିଲେ ୭୭.୮ ପ୍ରତିଶତ ସଫଳ ବୋଲି ରିପୋର୍ଟରେ କୁହାଯାଇଛି। ଏହି ଟିକା ଡେଲଟା ଭାରିଆଣ୍ଟ ବିରୋଧରେ ୬୫.୨ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। କୋଭିଡରେ ସଂକ୍ରମିତ ହୋଇ ଗୁରୁତର ହୋଇଥିଲେ ଏହାର ସଫଳତା ହାର ୯୩.୪ ପ୍ରତିଶତ ରହିଛି। ତେବେ ଲକ୍ଷଣବିହୀନ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ସଫଳତା ହାର ୬୩.୬ ପ୍ରତିଶତ ରହିଛି।
ତୃତୀୟ ପର୍ଯ୍ୟାୟ ପରୀକ୍ଷା ବେଳେ ନଭେମ୍ବର ୧୬,୨୦୨୦ରୁ ଜାନୁଆରୀ ୭, ୨୦୨୧ ମଧ୍ୟରେ ମୋଟ୍ ୨୪,୪୧୯ ଜଣ ସ୍ୱେଚ୍ଛାସେବୀଙ୍କୁ ଭାରତ ବାୟୋଟେକ ଟିକାକରଣରେ ସାମିଲ କରିଥିଲା। ସେଥିମଧ୍ୟରୁ ୧୨,୨୨୧ ଜଣଙ୍କୁ କୋଭିଡର ମୂଳ ଟିକା ଏବଂ ୧୨,୧୯୮ ଜଣଙ୍କୁ ପ୍ଲେସେବୋ ଦିଆଯାଇଥିଲା। ପ୍ଲେସେବୋ ହେଉଛି ଏପରି ଏକ ଚିକିତ୍ସା ପଦ୍ଧତି ଯାହା ବାସ୍ତବିକ ଦେଖାଯାଏ, କିନ୍ତୁ ଏହା ବାସ୍ତବିକ ନୁହିଁ। ଔଷଧ, ଟିକା କିମ୍ବା ଅନ୍ୟ କୌଣସି ପଦ୍ଧତି ଦ୍ୱାରା କରାଯାଇଥିବା ନକଲି ଚିକିତ୍ସାକୁ ପ୍ଲେସେବୋ କୁହାଯାଏ। ପ୍ଲେସବୋରେ କୌଣସି ସକ୍ରିୟ ପଦାର୍ଥ ନଥାଏ ଯାହା ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇବ।
ତେବେ ଏହି ପରୀକ୍ଷା ବେଳେ ଆନାଫାଇଲକ୍ସିସ୍ ବା ଟିକା ସମ୍ବନ୍ଧୀୟ ମୃତ୍ୟୁ ହେବାର କୌଣସି ରିପୋର୍ଟ ନାହିଁ। ଭାରତ ବାୟୋଟେକର ପରିଚାଳନା ନିର୍ଦ୍ଦେଶକ ଡକ୍ଟର କୃଷ୍ଣ ଏଲା କହିଛନ୍ତି ଯେ ଭାରତରେ ସର୍ବ ବୃହତ କୋଭିଡ ଟିକା ପରୀକ୍ଷା କରିବା ବେଳେ କୋଭାକ୍ସିନ ନିରାପଦ ସହିତ ଫଳପ୍ରଦ ଜଣାପଡ଼ିଛି। ଅଧ୍ୟୟନ ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ହେଲେ ଏମାନେ ଟିକା କିମ୍ବା ପ୍ଲେସେବୋ ସହିତ ଜଡିତ ନଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031