Indus Valley Times

କୋଭିଡ୍ ନିୟମ ଉଲଙ୍ଘନ, କଟକ କ୍ୟାଥଲିକ୍ ଚର୍ଚ୍ଚରେ ପଶି ପ୍ରାର୍ଥନା ବନ୍ଦ କଲା ପୋଲିସ

 Breaking News

କୋଭିଡ୍ ନିୟମ ଉଲଙ୍ଘନ, କଟକ କ୍ୟାଥଲିକ୍ ଚର୍ଚ୍ଚରେ ପଶି ପ୍ରାର୍ଥନା ବନ୍ଦ କଲା ପୋଲିସ

December 25
17:47 2021

ଭୁବନେଶ୍ୱର,୨୫/୧୨: ଆଜି ହେଉଛି ବଡ଼ ଦିନ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଜାକଜକମରେ ଏହି ଦିନକୁ ପାଳନ କରିଥାନ୍ତି। ତେବେ ଗତବର୍ଷ ଭଳି ଏବର୍ଷ କରୋନା ସଂକ୍ରମଣକୁ ରୋକିବା ପାଇଁ ବଡ଼ଦିନ ପାଳନକୁ ସୀମିତ ରଖିବାକୁ କଟକଣା ଜାରି କରାଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ ଦିନ ପାଳନ କରିବାକୁ କୁହାଯାଇଛି।
ହେଲେ କଟକର ଏକ ଚର୍ଚ୍ଚାରେ ଏହି ନିୟମକୁ ଉଲ୍ଲଂଘନ କରିଥିବା ଖବର ଆସିଛି। କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ କଟକର କ୍ୟାଣ୍ଟନମେଣ୍ଟ କ୍ୟାଥୋଲିକ୍ ଚର୍ଚ୍ଚରେ ପୁଲିସ ପହଞ୍ଚି ପ୍ରାର୍ଥନାକୁ ବନ୍ଦ କରିଛି।
କ୍ୟାଥୋଲିକ୍ ଚର୍ଚ୍ଚ ଭିତରେ ଲୋକଙ୍କର ଅଧିକ ଭିଡ଼ ଜମିଥିବା ଖବର ପୁଲିସ ପାଇଥିଲା। ଏହାପରେ ତତ୍କ୍ଷଣାତ ଚର୍ଚ୍ଚରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୁଲିସ୍ ପ୍ରଥମେ ଚର୍ଚ୍ଚ ଗେଟକୁ ବନ୍ଦ କରିଥିଲା। ପରେ ଚର୍ଚ୍ଚରେ ପଶି ପ୍ରାର୍ଥନାକୁ ବନ୍ଦ କରିଥିଲା ପୁଲିସ୍।
ଜଣେଖ୍ରୀଷ୍ଟ ଧର୍ମାବଲମ୍ବୀ କହିଛନ୍ତି, ଗାଇଡ ଲାଇନ ବାହାରିବା ପୂର୍ବରୁ ଆମର ସିଡ୍ୟୁଲ ବାହାରିଯାଇଥିଲା। ଲୋକଙ୍କୁ ଜଣାଇବାକୁ କିଛି ଉପାୟ ନ ଥିଲା। ଲୋକେ ସେହିଭଳି ଭାବେ ପ୍ରସ୍ତୁତ ହୋଇ ଆସିଥିଲେ।
ଆମ ଚର୍ଚ୍ଚରେ ଓଡ଼ିଆ ଓ ଇଂରାଜି ଖ୍ରୀଷ୍ଟମାସ ପାଳନ ହେବ ବୋଲି ସିଡ୍ୟୁଲ ହୋଇଥିଲା। ସକାଳେ ଇଂରାଜି ଖ୍ରୀଷ୍ଟମାସ ପାଇଁ ପ୍ରାର୍ଥନା ସରିଥିଲା। ତେବେ ଓଡ଼ିଆ ଖ୍ରୀଷ୍ଟମାସ ପାଳନ ବେଳେ ପୁଲିସ୍ ପହଞ୍ଚି ପ୍ରାର୍ଥନାକୁ ବନ୍ଦ କରିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031