Indus Valley Times

କୋରାପୁଟରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ; ୧୩ଟି ଓ୍ଵାଗନ୍ ପ୍ରଭାବିତ

 Breaking News

କୋରାପୁଟରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ; ୧୩ଟି ଓ୍ଵାଗନ୍ ପ୍ରଭାବିତ

December 29
14:03 2020

ଜୟପୁର,୨୯/୧୨: ମଙ୍ଗଳବାର ପ୍ରତ୍ୟୁଷରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜରଟି ମାଳିଗୁଡ଼ା ଷ୍ଟେସନ ମଧ୍ୟ ଦେଇ ଯାଇଥିବା ରେଳ ଲାଇନ୍ରେ ଏକ ମାଲବାହୀ ଟ୍ରେନ୍ ଧାରଣାଚ୍ୟୁତ ହୋଇଛି।
ପ୍ରାପ୍ତ ସୂଚନା ଅନୁସାରେ, ମାଲବାହୀ ଟ୍ରେନ୍ କେଭିଏଫ୍/୫୦ ମାଲ୍ ନେଇ କିରଣ୍ଡଲ୍ରୁ ବିଶାଖାପାଟଣା ଯାଉଥିବା ବେଳେ ପାହାନ୍ତା ପ୍ରାୟ ୪.୩୦ ମିନିଟ୍ରେ ମାଳିଗୁଡ଼ା ଟନେଲ୍ ମଧ୍ୟରେ ଧାରଣାଚ୍ୟୁତ ହୋଇଥିଲା। ଧାରଣାଚ୍ୟୁତ ହେବା ଯୋଗୁଁ ଟ୍ରେନ୍ର ୧୩ଟି ଓ୍ଵାଗନ୍ ପ୍ରଭାବିତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।
କେବଳ ରେଳ ଧାରଣା ନଷ୍ଟ ହୋଇଥିବାରୁ ଘଟଣାସ୍ଥଳରେ ମରାମତି କାର‌୍ୟ୍ୟ ଯୁଦ୍ଧକାଳୀନଭିତ୍ତିରେ ଆଗେଇ ଚାଲିଛି। ୨୪ ଘଣ୍ଟା ମଧ୍ୟରେ ମରାମତି କାର‌୍ୟ୍ୟ ସମ୍ପୂର୍ଣ୍ଣ ହେବ ବୋଲି ରେଳବାଇ ଅଧିକାରୀମାନେ କହିଛନ୍ତି।
ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଅଧିକ ଦ୍ରୁତ ଗତି ଯୋଗୁଁ ଟ୍ରେନ୍ ଧାରଣାଚ୍ୟୁତ ହୋଇଥିବା ଅନୁମାନ କରାଯାଉଛି।
ଏହି ମାଲ୍ବାହୀ ଟ୍ରେନ୍ ପଛେ ପଛେ ଆସୁଥିବା ବିଶାଖାପାଟଣା କିରଣ୍ଡୁଲ୍ ଏକ୍ସପ୍ରେସ୍ ଟ୍ରେନ୍ ସମ୍ପ୍ରତି କୋରାପୁଟରୁ ଫେରି ଯାଇଛି।
ସୂଚନାଯୋଗ୍ୟ, ଗତ ତିନି ବର୍ଷ ମଧ୍ୟରେ ଏହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ୬ ଥରରୁ ଅଧିକ ଟ୍ରେନ୍ ଧାରଣାଚ୍ୟୁତ ହେଲାଣି।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031