Legatus

କୋରାପୁଟ : ହାଇୱା ଓ କାର୍ ମୁହାଁମୁହିଁ ଧକ୍କା; ୩ ଗୁରୁତର

 Breaking News

କୋରାପୁଟ : ହାଇୱା ଓ କାର୍ ମୁହାଁମୁହିଁ ଧକ୍କା; ୩ ଗୁରୁତର

December 13
11:34 2023

କୋରାପୁଟ ,୧୩/୧୨: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଟିମଝୋଲା ନିକଟରେ ଏକ କାର ଓ ହାଇୱା ମଧ୍ୟରେ ମୁହାଁମୁଁହି ଧକ୍କା ହେବାରୁ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇ କୋରାପୁଟ ଏସଏଲଏନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
୪ଜଣ ଲୋକ ଏକ କାରରେ ଭୁବନେଶ୍ୱରରୁ ନବରଙ୍ଗପୁରକୁ ଫେରୁଥିଲେ। ପ୍ରବଳ କୁହୁଡ଼ି କାରଣରୁ ରାସ୍ତା ଭଲ ଭାବେ ଦେଖା ଯାଉନଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଆହତ ସମସ୍ତେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳ ଗୁମା ଗାଁର ବୋଲି ଜଣାପଡ଼ିଛି।
ଆହତଙ୍କ ମଧ୍ୟରେ ଶିବରାମ ଆଚାର୍ଯ୍ୟ, ଦୀନେଶ ମିଶ୍ର, ବିମଳ ଚୌଧୁରୀ, ସୁବୀର ସାହୁ ରହିଛନ୍ତି। ସମସ୍ତଙ୍କର ଗୋଡ଼ହାତ ଭାଙ୍ଗିବା ସହ ମୁଣ୍ଡ ମଧ୍ୟ ଫାଟିଯାଇଛି। ଘଟଣାସ୍ଥଳରେ ଲକ୍ଷ୍ମୀପୁର ପୁଲିସ ପହଞ୍ଚି ଛାନଭିନ କରୁଛି। ଦୁର୍ଘଟଣା ଗ୍ରସ୍ତ କାରଟି ଚୁରମାର ହୋଇଯାଇଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930