Indus Valley Times

କଡ଼ା ସୁରକ୍ଷା ବଳୟରେ ବାହୁଡ଼ା ଯାତ୍ରା ଜାରି, ଅମାନିଆଙ୍କୁ ଜଗିବ ଡ୍ରୋନ୍‌

 Breaking News

କଡ଼ା ସୁରକ୍ଷା ବଳୟରେ ବାହୁଡ଼ା ଯାତ୍ରା ଜାରି, ଅମାନିଆଙ୍କୁ ଜଗିବ ଡ୍ରୋନ୍‌

କଡ଼ା ସୁରକ୍ଷା ବଳୟରେ ବାହୁଡ଼ା ଯାତ୍ରା ଜାରି, ଅମାନିଆଙ୍କୁ ଜଗିବ ଡ୍ରୋନ୍‌
July 20
08:51 2021

ଭୁବନେଶ୍ୱର, ୨୦/୭ : ରଥଯାତ୍ରାରେ ଲାଗୁ ହୋଇଥିବା ସୁରକ୍ଷା ବ୍ୟବସ୍ଥା ବାହୁଡା ଯାତ୍ରାରେ ମଧ୍ୟ ଜାରି ରହିଛି । ଜିଲ୍ଲା ଭିତରକୁ ଅନଧୀକାର ପ୍ରବେଶକୁ ମଧ୍ୟ ରୋକିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଏହିପରି ବ୍ୟବସ୍ଥା ସୁନାବେସ,ଅଧରପଣା ଏବଂ ନିଳାଦ୍ରୀ ବିଜେ ସମୟରେ ମଧ୍ୟ ଲାଗୁ ରହିବ । ତେବେ ଏହି କଡା କଟକଣା ମଧ୍ୟରେ ଡ୍ରୋନ୍, ଏବଂ ଭିଡିଓ କ୍ୟମେରା ମାଧ୍ୟମରେ ଅମାନିଆଙ୍କ ଉପରେ ନଜର ରଖାଯିବ ।
ଏହା ସହିତ ଯଦି କେହି ବାହୁଡା ଯାତ୍ରା ସମୟରେ ସାମିଲ ହୋଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି । ପୁର୍ବରୁ ଗୁଣ୍ଡିଚା ଯାତ୍ରା ସମୟରେ ଅନେକ ନିୟମ ଉଲଂଘନ କରିଥିବା ୨୫ ଜଣଙ୍କୁ ପୋଲିସ ନୋଟି ପଠାଇ ଥିବା ବେଳେ ଅହୁରି ଅନେକଙ୍କୁ ଏଥିରେ ସମିଲ କରିପାରେ ।
ତେବେ ଗତକାଲି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରି ଅଧିକାରି ମାନଙ୍କ ସହ ଅଲୋଚନା କରିଛନ୍ତି ପୁରୀ ଏସପି ବିଶାଲ ସିଂ । ତେବେ ବଡଦାଣ୍ଡରେ ଥିବା ଘରଲୋକ ମାନଙ୍କୁ ବାଲକୋନୀ ଓ ଛାତ ଉପରକୁ ନଯିବାକୁ ଅନୁରୋଧ କରାଯାଇଥିବା ବେଳେ ଛାତ ଉପରେ ପୋଲିସ ମୁତୟନ ହେବେ ବୋଲି ସୂଚନା ରହିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031