Indus Valley Times

ଖଣ୍ଡପଡ଼ା ବ୍ଲକରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଖଣ୍ଡପଡ଼ା ବ୍ଲକରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

November 01
19:54 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୧/୧: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଠାରେ ଖଣ୍ଡପଡ଼ା କୋଭିଡ୍ କେୟାର ସେଣ୍ଟର ଆନୁକୁଲ୍ୟରେ ବିଶ୍ଵ ମସ୍ତିଷ୍କାଘାତ ଦିବସ ଓ ମାନସିକ ରୋଗୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଡାକ୍ତର, ଷ୍ଟାଫ୍ ନର୍ସ, ସ୍ବାସ୍ଥ୍ୟ କର୍ମୀ ଓ କୋଭିଡ୍ କେୟାର ସେଣ୍ଟର ର ଯୋଦ୍ଧା ମାନେ ସାମିଲ ହୋଇଥିଲେ। ଡଃ ପ୍ରଦିପ କୁମାର ପାଇକରାୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ଜନସାଧାରଣଙ୍କୁ ସ୍ଵାସ୍ଥ୍ୟଗତ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ସଚେତନତା କରାଯାଇଥିଲା। ଖଣ୍ଡପଡ଼ା କୋଭିଡ୍ ସେଣ୍ଟର ରୁ ବାହାରିଥିବା ଏହି ସଚେତନତା ପଦଯାତ୍ରା ବ୍ଲକ ର ବିଭିନ୍ନ ସ୍ଥାନ ପରିକ୍ରମା କରି ମାସ୍କ ବାଣ୍ଟିବା ସହ କରୋନା ଭୁତାଣୁ ଠାରୁ ଦୂରେଇ ରହିବା, ମାସ୍କ ବ୍ୟବହାର , ସାନିଟାଇଜର ବ୍ୟବହାର କରିବା , ବିଶେଷ କରି ସାମାଜିକ ଦୁରତା ରକ୍ଷାକରିବା ସମ୍ପର୍କରେ ସଚେତନତା କରଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031