Indus Valley Times

ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ଶିକ୍ଷା ବିଭାଗ; ଦିବ୍ୟାଙ୍ଗ ଶିକ୍ଷକଙ୍କୁ ମିଳିଲା ବକେୟା ଦରମା

 Breaking News

ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ଶିକ୍ଷା ବିଭାଗ; ଦିବ୍ୟାଙ୍ଗ ଶିକ୍ଷକଙ୍କୁ ମିଳିଲା ବକେୟା ଦରମା

ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ଶିକ୍ଷା ବିଭାଗ; ଦିବ୍ୟାଙ୍ଗ ଶିକ୍ଷକଙ୍କୁ ମିଳିଲା ବକେୟା ଦରମା
February 22
17:31 2025

ବଲାଙ୍ଗୀର,୨୨/୨ : ୩ ମାସ ହେଲା ଦରମା ମିଳୁ ନ ଥିବାରୁ ଜଣେ ସହକାରୀ ଶିକ୍ଷକ ମୂଲ ଲାଗିବାକୁ ଯିବେ ବୋଲି ପ୍ରଧାନଶିକ୍ଷକଙ୍କୁ ଛୁଟି ଦରଖାସ୍ତ ଦେବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଖବର ପ୍ରସାରଣ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଦରମା ମିଳିଥିବା ଜଣାପଡ଼ିଛି।
ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ଅନ୍ତର୍ଗତ ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ପ୍ରଭୁଦତ୍ତ ସାହୁ ବୁଧବାର ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଏକ ଛୁଟି ଦରଖାସ୍ତ ଦେଇଥିଲେ। ତେବେ ଉକ୍ତ ଛୁଟି ଦରଖାସ୍ତରେ ଶିକ୍ଷକ ଜଣକ ଯେଉଁ ଉଦ୍ଦେଶ୍ୟରେ ଛୁଟି ମାଗିଥିଲେ ତାକୁ ପଢ଼ି ପ୍ରଧାନଶିକ୍ଷକ ଚକିତ ହୋଇଯାଇଥିଲେ।
ଦରଖାସ୍ତରେ ସହକାରୀ ଶିକ୍ଷକ ସାହୁ ଉଲ୍ଲେଖ କରିଛନ୍ତି, ଦୀର୍ଘ ୩ ମାସ ହେଲା ଦରମା ପାଇ ନ ଥିବାରୁ ଆର୍ଥିକ ସଙ୍କଟ ମଧ୍ୟରେ ଦିନ କାଟୁଛନ୍ତି।
ଏଣୁ ସେ ମଜୁରି କରିବାକୁ ଯିବେ। ଏଥିସକାଶେ
୨୦ ତାରିଖ ଗୁରୁବାର ସ୍କୁଲରେ ଉପସ୍ଥିତ ହୋଇପାରିବେ ନାହିଁ ।
ପ୍ରଧାନଶିକ୍ଷକ ଉକ୍ତ ଛୁଟି ଦରଖାସ୍ତ ଗ୍ରହଣ କରିବା ପରେ ଗୁରୁବାର ସେ ଜଣେ ଚାଷୀଙ୍କ କ୍ଷେତରେ ମୂଲ ଲାଗିବାକୁ ଯାଇଥିଲେ।
ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଶୁକ୍ରବାର ସମ୍ପୃକ୍ତ ଶିକ୍ଷକଙ୍କ ସହ ଦରମା ପାଇ ନ ଥିବା ଅନ୍ୟ ଶିକ୍ଷକଙ୍କୁ ମଧ୍ୟ ବକେୟା ଦରମା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930