Indus Valley Times

ଖାଡ଼ା ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ, ହୋଇପାରିନି ନୀତିକାନ୍ତି

 Breaking News

ଖାଡ଼ା ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ, ହୋଇପାରିନି ନୀତିକାନ୍ତି

ଖାଡ଼ା ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ, ହୋଇପାରିନି ନୀତିକାନ୍ତି
August 29
10:56 2023

ଭୁବନେଶ୍ୱର,୨୯/୮: ଗତକାଲି ଭଳି ଆଜି ବି ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ରାରୋପଣ ବା ପଇତା ଲାଗି ନୀତି କିଏ କରିବେ? ବଡୁ ନିଯୋଗ ନା ପୂଜାପଣ୍ଡା ? ୨୦୨୦ ମସିହାରୁ ଲାଗି ରହିଥିବା ଏହି ବିବାଦର ସମାଧାନ ହୋଇପାରୁନାହିଁ।
ଫଳରେ ଗତ ତିନି ବର୍ଷ ହେବ ମନ୍ଦିରରେ ପବିତ୍ରାରୋପଣ ନୀତି ସମ୍ଭବ ହେଉନାହିଁ। ଚଳିତ ବର୍ଷ ମଧ୍ୟ ଏହି କାରଣରୁ ପୂର୍ବ ବର୍ଷମାନଙ୍କ ପରି ଗତକାଲି ସଂଧ୍ୟାରୁ ପ୍ରଭୁଙ୍କ ନୀତିକୁ ବନ୍ଦ କରି ଦିଆଯାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ୨୦୨୦ ମସିହା ପୂର୍ବରୁ ପବିତ୍ରାରୋପଣରେ ପ୍ରଥମେ ପୂଜାପଣ୍ଡା ନିଯୋଗ ପକ୍ଷରୁ ୩ପଟ ପଇତା ଲାଗି କରାଯାଏ। ପରେ ବଡ଼ୁ ନିଯୋଗ ପକ୍ଷରୁ ଠାକୁରଙ୍କୁ ୨୪ପଟ ପଇତା ଲାଗି ହୁଏ।
ଏହାପରେ ବଲ୍ଲଭ ନୀତି ପୂଜା କରାଯାଏ। ୨୦୨୦ ମସିହାରେ ବଡ଼ୁ ନିଯୋଗ ପକ୍ଷରୁ ସବୁ ପଇତା ଲାଗି କରାଯାଇଥିଲା। ଏହାକୁ ନେଇ ପୂଜାପଣ୍ଡା ନିଯୋଗ ପୂଜାରେ ଅସହଯୋଗ କରିଥିଲା।
ଏହା ପରମ୍ପରା ବିରୋଧୀ କହି ପୂଜାପଣ୍ଡା ନିଯୋଗ ଅସନ୍ତୋଷ ପ୍ରକାଶ କରିଥିଲା। ପ୍ରଥମେ ସେମାନେ ୩ପଟ ଲାଗି କରିବା ପରେ ବଡ଼ୁ ନିଯୋଗ ଅନ୍ୟ ୨୪ପଟ ପଇତା ଲାଗି କରିବା ନିୟମ ରହିଥିବା କଥା କହିଥିଲେ। କିନ୍ତୁ ଏହି ପରମ୍ପରା ଭଙ୍ଗ ଯୋଗୁଁ ପୂଜାପଣ୍ଡା ନିଯୋଗ ନୀତି ଆଗକୁ ବଢ଼ାଇନଥିଲେ।
ଏହାପରେ ମନ୍ଦିର ପ୍ରଶାସନ ଉଭୟଙ୍କୁ ବୁଝା ସୁଝା କରି ମଧ୍ୟ ବିଫଳ ହୋଇଥିଲେ। ଏହାପରେ ମନ୍ଦିର ପ୍ରଶାସନ ପକ୍ଷରୁ ଦେବୋତ୍ତର ବିଭାଗକୁ ଜଣାଇବା ସହ ଶୃଙ୍କଳିତ ନୀତି ପାଇଁ କମିସନରଙ୍କ କୋର୍ଟରେ ମାମଲା ଦାୟର କରିଥିଲେ।
ହେଲେ ଏନେଇ ଆଜି ପର୍ଯ୍ୟନ୍ତ ଶୁଣାଣି ହେଲା ନାହିଁ। ଫଳରେ ଲଗାତାର ତିନି ବର୍ଷ ଧରି ଏଭଳି ବିଭ୍ରାଟ ସୃଷ୍ଟି ହେଉଛି। ମନ୍ଦିର ପ୍ରଶାସନ ଅପାରଗତା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସେବାୟତମାନେ କହିଛନ୍ତି।
ତେବେ ଗତକାଲି ସଂଧ୍ୟା ଧୂପ ପରେ ଠାକୁରଙ୍କ ସମସ୍ତ ନୀତି ବନ୍ଦ ରହିଛି। ଆଜି ବିଏହି ବିବାଦର ସମାଧାନ ହୋଇନଥିବା କାରଣରୁ ପୂର୍ବ ବର୍ଷ ଭଳି ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତି ବନ୍ଦ ରହିଛି। ଠାକୁରଙ୍କ ଅନ୍ନ ଭୋଗ ହେବ ନାହିଁ ଏବଂ ପ୍ରଭୁ ଉପାସ ରହିବେ। ଭକ୍ତମାନେ ମଧ୍ୟ ଭୋଗରୁ ବଞ୍ଚିତ ହେବେ। ବୁଧବାର ଯାଇ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ସ୍ବାଭାବିକ ହେବ।
ଏନେଇ ପୂଜା ପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି ପଇତା ଲାଗି ନୀତିକୁ ନେଇ ଦେବୋତ୍ତର କମିସନରଙ୍କ କୋର୍ଟରେ ମାମଲା ବିଚାରଧୀନ ରହିଛି। ନୀତି ଶୃଙ୍ଖଳିତ ହେବା ପାଇଁ ମନ୍ଦିର ପ୍ରଶାସନ ଅନ୍ତରୀଣ ଅର୍ଡର ଆଣିଲେ ନାହିଁ।
ତେଣୁ ଠାକୁରଙ୍କ ନୀତି ବିଭ୍ରାଟ ହୋଇଛି। ସେପଟେ ବଡ଼ୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡ଼ୁ କୋର୍ଟରେ ମାମଲା ଥିବାରୁ କୌଣସି ପ୍ରତିକ୍ରିୟା ଦେଇ ପାରିବୁ ନାହିଁ ବୋଲି କହିଛନ୍ତି।
ଅନ୍ୟପଟେ ବ୍ରହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି କ୍ଷୋଭର ସହ କହିଛନ୍ତି ପ୍ରତି ଚତୃଦର୍ଶୀରେ ବର୍ଷକୁ ୨୪ ଥର ମନ୍ଦିରକୁ ମହାଦୀପ ଉଠିଥାଏ।
କିନ୍ତୁ ଏହି କାରଣ ପାଇଁ ୨୦୨୦ରୁ ବର୍ଷକୁ ୨୩ ଥର ମହାଦୀପ ଉଠୁଛି। ନିଯୋଗ ମଧ୍ୟରେ ଥିବା ବିବାଦ କୋର୍ଟରେ ରହିଛି। ତୁରନ୍ତ କିଭଳି ଏହା ସମାଧାନ ହେବ ଏଥିପ୍ରତି ମନ୍ଦିର ପ୍ରଶାସନ ଦୃଷ୍ଟି ଦେବା କଥା। କିନ୍ତୁ ତାହା ହେଉନାହିଁ। ଟ୍ରଷ୍ଟ ବୋର୍ଡରେ ଅଭିଜ୍ଞ ଲୋକ ନାହାନ୍ତି।
ମନ୍ଦିର ନୀତି ସହ ଜଡ଼ିତ ନିଯୋଗର ସଦସ୍ୟଙ୍କୁ ରଖା ଯାଉନଥିବାରୁ ପ୍ରତିକ୍ଷେତ୍ରରେ ସମସ୍ୟା ଉପୁଜୁଛି। ତେବେ ୨୦୧୯ ପୂର୍ବରୁ ଯେଉଁ ଭଳି ନୀତି ଚାଲି ଆସୁଥିଲା ସେହି ଅନୁସାରେ ନୀତି କରିବାକୁ ସେ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031