Indus Valley Times

ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

 Breaking News

ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ
February 20
22:13 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୦/୨: ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ନିମନ୍ତେ ମଙ୍ଗଳବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟର ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ପରିବାର ପିଛା ୧୦୦୦ ଟଙ୍କା ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ହୋଇଥିବା ବେଳେ ବାଲିଗୁଡା ଉପଖଣ୍ଡ ସ୍ତରରେ ସ୍ଥାନୀୟ ଉପଜିଲ୍ଲାପାଳ ଡ଼ା.ରୀନା ପ୍ରଧାନଙ୍କ ଦ୍ବାରା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରାଯାଇଅଛି ।
ଏହି ପରିପ୍ରେକ୍ଷୀରେ ରାଜ୍ୟର ୯୬ ଲକ୍ଷ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାର ଉପକୃତ ହେଉଥିବାବେଳେ ବାଲିଗୁଡା ଉପଖଣ୍ଡର ସର୍ବମୋଟ ୧,୩୩,୩୬୮ ପରିବାର ଉପକୃତ ହେବେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଖାଦ୍ୟ ସୁରକ୍ଷା ଯୋଜନା ଓ ଜୀବିକା ସହାୟତା ରାଶି ପ୍ରଦାନର ଉଦେଶ୍ୟ ବିଷୟରେ ବୁଝାଇବା ସହିତ ସ୍ବଚ୍ଛ ଭାବେ ଉପଖଣ୍ଡର ସମସ୍ତ ହିତାଧିକାରୀ ଜୀବିକା ସହାୟତା ରାଶି ପ୍ରଦାନ ନିମନ୍ତେ ଇଛା ପ୍ରକାଶ କରିଥିଲେ ଏବଂ ଉପସ୍ଥିତ ଥିବା ସମସ୍ତ ହିତାକାରୀଙ୍କୁ ଦୁଇଟି ଲେଖାଏଁ ଝୋଟ ମୁଣା ସହ ୧୦୦୦ ଟଙ୍କା ଜୀବିକା ସହାୟତା ରାଶି ପ୍ରଦାନ କରିଥିଲେ ।
ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ମଳୟ କୁମାର ମେହେର, ସ୍ଥାନୀୟ ଯୋଗାଣ ନିରୀକ୍ଷିକା ସ୍ମିତାରାଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031