Indus Valley Times

ଖୁସିରେ ଲାଗିଲା ଗ୍ରହଣ, ସାଙ୍ଗର ଜନ୍ମ ଦିନ ପାଳିବାକୁ ଯାଇ ଦୁର୍ଘଟଣାରେ ଗଲା ଜୀବନ

 Breaking News

ଖୁସିରେ ଲାଗିଲା ଗ୍ରହଣ, ସାଙ୍ଗର ଜନ୍ମ ଦିନ ପାଳିବାକୁ ଯାଇ ଦୁର୍ଘଟଣାରେ ଗଲା ଜୀବନ

March 20
10:33 2023

ଖୁସିରେ ଲାଗିଲା ଗ୍ରହଣ, ସାଙ୍ଗର ଜନ୍ମ ଦିନ ପାଳିବାକୁ ଯାଇ ଦୁର୍ଘଟଣାରେ ଗଲା ଜୀବନ
ଭଦ୍ରକ,୨୦/୩ : ସାଙ୍ଗ ଜନ୍ମ ଦିନ ଥିବାରୁ ହସଖୁସିରେ ଗିଫ୍ଟ ଧରି ସାଙ୍ଗ ଘରକୁ ଯାଉଥିଲେ ତିନି ସାଙ୍ଗ। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହି ନଥିଲା। ବାଟରେ ଦୁର୍ଘଟଣା ଘଟିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଆହତ ହୋଇଥିଲେ।
ଏହି ସଡ଼କ ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମାଙ୍କଡିଆ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ସଂଗ୍ରାମ। ଅନ୍ୟ ଦୁଇ ସାଙ୍ଗଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ପରିଚୟ ଜଣାପଡ଼ିନାହିଁ। ମୃତଆହତଙ୍କ ଘର ଚୁଡାକୁଟି ଅଞ୍ଚଳର ବୋଲି ଜଣାଯାଇଛି।
ଗତକାଲି ରାତିରେ ସଂଗ୍ରାମଙ୍କ ସହ ଆଉ ଦୁଇ ଜଣ ସାଙ୍ଗ ଏକ ବାଇକ୍ ଯୋଗେ ସାଙ୍ଗ ଜନ୍ମଦିନ ପାଇଁ ଅଶୁରାଳି ଯାଉଥିଲେ। ଏହି ସମୟରେ ମାଙ୍କଡିଆ ନିକଟରେ ବାଇକ୍ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ସଂଗ୍ରାମଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930