Indus Valley Times

ଖୋରଧା ରେ ଆନ୍ତଜିଲ୍ଲା ମୋଟର ସାଇକେଲ ଚୋର ଗ୍ୟାଙ୍କ ଠାବ; ୪ ଗିରଫ,୧୬ ଚୋରା ବାଇକ ଜବତ।

 Breaking News

ଖୋରଧା ରେ ଆନ୍ତଜିଲ୍ଲା ମୋଟର ସାଇକେଲ ଚୋର ଗ୍ୟାଙ୍କ ଠାବ; ୪ ଗିରଫ,୧୬ ଚୋରା ବାଇକ ଜବତ।

ଖୋରଧା ରେ ଆନ୍ତଜିଲ୍ଲା ମୋଟର ସାଇକେଲ ଚୋର ଗ୍ୟାଙ୍କ ଠାବ; ୪ ଗିରଫ,୧୬ ଚୋରା ବାଇକ ଜବତ।
July 14
08:59 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୪/୭ : ଖୋରଧା ମଡେଲ ଥାନା ପୁଲିସ ଏକ ବଡ଼ ସଫଳତା ହାସଲ କରି ଆନ୍ତଜିଲ୍ଲା ମୋଟର ସାଇକେଲ ଚୋର ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନୀର ୧୬ଟି ଚୋରା ମୋଟର ସାଇକେଲ ଜବତ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ସ୍ଥାନୀୟ ଗୋଡ଼ିପୋଖରୀସ୍ଥିତ ମଣପ୍ପୁରମ ଫାଇନାନ୍ସ କାର୍ଯ୍ୟାଳୟ ସମ୍ମୁଖରୁ ଗତ ୧୭ ଜୁନ ୨୦୨୬ ତାରିଖରେ ଏକ ହିରୋ ଗ୍ଲାମର ମୋଟର ସାଇକେଲ ଚୋରି ହୋଇଥିଲା।
ଏନେଇ ଖୋରଧା ମଡେଲ ଥାନାରେ ଏକ କେସ ନଂ-୩୭୯/୨୦୨୬ ରୁଜୁ ହୋଇଥିଲା।
ଏସ୍ପି ଖୋରଧା ଶ୍ରୀ ପରମାର ସ୍ମିତ ପରଶୋତ୍ତମଦାସଙ୍କ ନିର୍ଦ୍ଦେଶ ଏବଂ ଏସଡିପିଓ ଶ୍ରୀ ପଙ୍କଜ କୁମାର ମାଝୀଙ୍କ ତତ୍ତ୍ୱାବଧାନରେ ଆଇଆଇସି ମଡେଲ ଥାନା ସଞ୍ଜୟ କୁମାର ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।
ଏସଆଇ ଦିନେଶ କୁମାର ପିଙ୍ଗୁଆଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪ ଜଣ ଅଭିଯୁକ୍ତଙ୍କୁ ଧରାଯିବା ସହ ସେମାନଙ୍କ ନିକଟରୁ ୧୬ଟି ଚୋରା ବାଇକ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ-୧-ରାକେଶ ପ୍ରଧାନ ଓରଫ ଲୋକା (୨୪), ଗଡ଼ଦ୍ୱାରସାହି, ଖୋରଧା,୨-ସ୍ୱାଧୀନ ସାମନ୍ତସିଂହାର ଓରଫ ବବୁଲୁ (୨୨), କୋଚିଆଖଳା, ବେଗୁନିଆ। ୩-ଏସ.କେ. ସାହାଜାନ ଓରଫ ସାହିଲ (୨୦), କଣାସ, ପୁରୀ। ୪-କାହ୍ନା କାଣ୍ଡି ଓରଫ ଅନନ୍ତ (୨୦), ଭଗବତୀପଡା, ନିରାକାରପୁର, ଖୋରଧା।
ପୁଲିସ ଦ୍ଵାରା ଜବତ ହୋଇଥିବା ୧୬ଟି ମୋଟର ସାଇକେଲ ମଧ୍ୟରେ ହିରୋ ଗ୍ଲାମର, ପଲସର ୧୬୦, ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ପ୍ଲସ, ଏଚଏଫ ଡିଲକ୍ସ, ମାଏଷ୍ଟ୍ରୋ, ସ୍କୁଟି, ହିରୋ ସିଡି ଡିଲକ୍ସ ଓ ବଜାଜ ବକ୍ସର ଭଳି ବିଭିନ୍ନ ଗାଡ଼ି ରହିଛି।
ଏହି ଚଢ଼ାଉରେ ଏଏସଆଇ ଫୁଲମଣି ହେମ୍ବ୍ରମ, କନଷ୍ଟେବଳ ନାରାୟଣ ନାୟକ, ରାକେଶ କୁମାର ମୁଦୁଲି, ସୁଭମ ଶେଖର ସାହୁ ଓ ଏଚଜି ଶ୍ରୀନିବାସ ମହାପାତ୍ର ପ୍ରମୁଖ ସାମିଲ ଥିଲେ। ପୁଲିସ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଥିବା ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲ୍ଲା ଏସ୍ପି ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031