Indus Valley Times

ଖୋରଧା ଷ୍ଟାଡିୟମରେ ମୌଳିକ ସୁବିଧାର ଅଭାବ ନେଇ କ୍ରୀଡ଼ାବିତଙ୍କ କ୍ଷୋଭ; ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ, ଶ୍ରୀଘ୍ର ପଦକ୍ଷେପ ନେବା ପାଇଁ ଦାବି

 Breaking News

ଖୋରଧା ଷ୍ଟାଡିୟମରେ ମୌଳିକ ସୁବିଧାର ଅଭାବ ନେଇ କ୍ରୀଡ଼ାବିତଙ୍କ କ୍ଷୋଭ; ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ, ଶ୍ରୀଘ୍ର ପଦକ୍ଷେପ ନେବା ପାଇଁ ଦାବି

ଖୋରଧା ଷ୍ଟାଡିୟମରେ ମୌଳିକ ସୁବିଧାର ଅଭାବ ନେଇ କ୍ରୀଡ଼ାବିତଙ୍କ କ୍ଷୋଭ; ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ, ଶ୍ରୀଘ୍ର ପଦକ୍ଷେପ ନେବା ପାଇଁ ଦାବି
July 18
22:06 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୧୮/୭: ଖୋରଧା ସହରର ଏକମାତ୍ର ପ୍ରମୁଖ କ୍ରୀଡ଼ା କେନ୍ଦ୍ର ଭାବେ ପରିଚିତ ଖୋରଧା ଷ୍ଟାଡିୟମରେ ଦୀର୍ଘଦିନ ଧରି ଲାଗି ରହିଥିବା ମୌଳିକ ସୁବିଧାର ଅଭାବକୁ ନେଇ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।
ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଶହ ଶହ କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତିମାନେ ଏଠାକୁ ବ୍ୟାୟାମ, ଦୌଡ଼ ଏବଂ ଅଭ୍ୟାସ ପାଇଁ ଆସୁଥିଲେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ସୁବିଧା ନ ଥିବାରୁ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ପ୍ରସଙ୍ଗରେ ଶନିବାର କ୍ରୀଡ଼ାବିତ ମାନଙ୍କ ପକ୍ଷରୁ ଖୋରଧା ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଷ୍ଟାଡିୟମର ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଦାବି ଉପସ୍ଥାପନ କରାଯାଇଛି। ସ୍ମାରକପତ୍ର ରେ ଦର୍ଶାଯାଇଛି ଯେ, ଖୋରଧା ଷ୍ଟାଡିୟମ ଜିଲ୍ଲାର କ୍ରୀଡ଼ା ପ୍ରତିଭା ବିକାଶର ଅନ୍ୟତମ ପ୍ରମୁଖ କେନ୍ଦ୍ର ହୋଇଥିବା ସତ୍ତ୍ୱେ ଏଠାରେ ଆଜି ପର୍ଯ୍ୟନ୍ତ ଅନେକ ମୌଳିକ ସୁବିଧାର ଘୋର ଅଭାବ ରହିଛି।
ପରିଷ୍କାର ପାନୀୟ ଜଳ, ସ୍ୱଚ୍ଛ ଶୌଚାଳୟ, ବସିବା ପାଇଁ ବେଞ୍ଚ, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ନିୟମିତ ସଫେଇ, ଚାଲିବା ପଥର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ବ୍ୟବସ୍ଥା ଭଳି ଅନେକ ଜରୁରୀ ବ୍ୟବସ୍ଥାର ଅଭାବ ଦେଖାଦେଇଛି। ଏହାର ପ୍ରଭାବ ସିଧାସଳଖ ଭାବେ କ୍ରୀଡ଼ା ଅଭ୍ୟାସ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି।
ଅଭିଯୋଗ ଅନୁଯାୟୀ , ବର୍ଷା ଦିନରେ ଷ୍ଟାଡିୟମ ପରିସରରେ ପାଣି ଜମି ରହୁଥିବାରୁ ଅଭ୍ୟାସ କରିବା କଷ୍ଟକର ହୋଇପଡ଼ୁଛି।
ଅନ୍ୟପକ୍ଷରେ ସନ୍ଧ୍ୟା ସମୟରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନ ଥିବାରୁ କ୍ରୀଡ଼ାବିତ ଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏଭଳି ପରିସ୍ଥିତି ଜିଲ୍ଲାରେ କ୍ରୀଡ଼ାର ବିକାଶକୁ ବାଧାପ୍ରାପ୍ତ କରୁଥିବା ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ସ୍ମାରକପତ୍ରରେ ଆହୁରି ଉଲ୍ଲେଖ ରହିଛି ଯେ, ଜିଲ୍ଲାର ବହୁ ପ୍ରତିଭାବାନ ଖେଳାଳି ଏହି ଷ୍ଟାଡିୟମରେ ଅଭ୍ୟାସ କରି ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରୁଛନ୍ତି।
ତେଣୁ ଖେଳାଳିଙ୍କ ମନୋବଳ ବୃଦ୍ଧି ସହିତ ଆଗାମୀ ପିଢ଼ିକୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମର ଭିତ୍ତିଭୂମିର ସାମଗ୍ରିକ ଉନ୍ନତି ଅତ୍ୟନ୍ତ ଆବଶ୍ୟକ। ଖୋରଧା ପରି ଜିଲ୍ଲାରେ ଥିବା ଏକ ପ୍ରମୁଖ କ୍ରୀଡ଼ା କେନ୍ଦ୍ରରେ ଉନ୍ନତ ସୁବିଧା ଉପଲବ୍ଧ କରାଯିବା ନେଇ ସରକାର ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।
ଏହି ଷ୍ଟାଡିୟମ କେବଳ କ୍ରୀଡ଼ାବିତ୍‌ଙ୍କ ପାଇଁ ନୁହେଁ, ବରଂ ପ୍ରତିଦିନ ଶତାଧିକ ସାଧାରଣ ଲୋକ ସ୍ୱାସ୍ଥ୍ୟରକ୍ଷା ପାଇଁ ଏଠାରେ ପ୍ରାତଃଭ୍ରମଣ ଓ ବ୍ୟାୟାମ କରୁଛନ୍ତି।
ତେଣୁ ସମସ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭିତ୍ତିଭୂମିର ଉନ୍ନତି କରାଯିବା ଅତ୍ୟାବଶ୍ୟକ। ଜିଲ୍ଲା ପ୍ରଶାସନ ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031