Indus Valley Times

ଖୋର୍ଦ୍ଧା:ରାଜୁଆ ନଦୀରେ ବନ୍ୟା ଯୋଗୁଁ ୧୦ଟି ଗାଁ ପାଣି ଘେରରେ

 Breaking News

ଖୋର୍ଦ୍ଧା:ରାଜୁଆ ନଦୀରେ ବନ୍ୟା ଯୋଗୁଁ ୧୦ଟି ଗାଁ ପାଣି ଘେରରେ

ଖୋର୍ଦ୍ଧା:ରାଜୁଆ ନଦୀରେ ବନ୍ୟା ଯୋଗୁଁ ୧୦ଟି ଗାଁ ପାଣି ଘେରରେ
September 17
19:40 2021

ଖୋର୍ଦ୍ଧା ୧୭।୯: ଛାଡି ଯାଇଛି ବର୍ଷା ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା । ରାଜୁଆ ନଦୀରେ ବନ୍ୟା ହେବା ଫଳରେ ଖୋର୍ଦ୍ଧା ଜିଲ୍ଲାର ନରଣଗଡ, ବ୍ରଜମୋହନ ପୁର, ଓରବରସିଂହର ଏହି ୩ଟି ପଞ୍ଚାୟତର ୧୦ଟି ଗ୍ରାମର ଲୋକେ ପାଣି ଘେରରେ ।
ରବରସିଂ ପଂଚାୟତର ହିରିମୂଳ ଗାଁ ସମ୍ପୂର୍ଣ୍ଣ ଭାବରେ ବାହ୍ୟ ଜଗତରୁ ବିଚ୍ଛିନ୍ନ। ଏହି ପଞ୍ଚାୟତର ହିରିମୂଳ, ଡିହଖଳା, ରାୟପୁର, ମଶାଣିଆରେ ପାଣି ପସିଯାଇଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ହିରିମୂଳ-ଡିହଖଳା ରାସ୍ତାରେ ୪ ଫୁଟ ପାଣି ଚାଲୁଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ଲୋକେ ଏବେ ବିପଦ ପୂର୍ଣ୍ଣ ଜୀବନ ଜୀଉଛନ୍ତି । ଗାଈ ଗୋରୁମାନଙ୍କ ପାଇଁ ଖାଦ୍ୟର ଅଭାବ ଦେଖାଦେଇଛି । ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନରଣଗଡ ପଞ୍ଚାୟତର କିଛି ଗ୍ରାମରେ ପାଣି ପଡିଯିବାରୁ ଲୋକେ ବାତ୍ୟା ଆଶ୍ରୟସ୍ଥଳରେ ରହୁଛନ୍ତି। ମାତ୍ର ଏମାନଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ବା ସହଯୋଗ କରାଯାଇନଥିବା ଅଭିଯୋଗ ହୋଇଛି ।
୨ ଦିନ ଧରି ପାଣି ଘେରରେ ରହିବା ପରେ ମେଡିକାଲ ଟିମ୍ ଶୁକ୍ରବାର ପହଞ୍ଚିଛି । ପ୍ରଶାସନ ପକ୍ଷରୁ ଯାତାୟାତ ପାଇଁ ହିରିମୂଳ ଗ୍ରାମକୁ ଡଙ୍ଗାର ବ୍ୟବସ୍ଥା କରାଯାଇଛି । ସେପଟେ ଖୋର୍ଦ୍ଧା ତହସିଲଦାର ପଦ୍ମ ଚରଣ ସାହୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ସ୍ଥାନୀୟ ସରପଞ୍ଚ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ କରାଯିବା ନେଇ କହିଛନ୍ତି । ହିରିମୂଳ ଗ୍ରାମରେ ଅଧିକ ପାଣି ଆସିଲେ ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ବନ୍ୟାଞ୍ଚଳ ଲୋକଙ୍କ ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବା ନେଇ ଖୋର୍ଦ୍ଧା ତହସିଲଦାର କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031