Indus Valley Times

ଖୋର୍ଦ୍ଧାରୁ ପୁଣି କୋଟିଏ ଟଙ୍କାର ଧଳାଜହର ଜବତ; ବିଟେକ୍ ଛାତ୍ରକୁ ଗିରଫ କଲା STF

 Breaking News

ଖୋର୍ଦ୍ଧାରୁ ପୁଣି କୋଟିଏ ଟଙ୍କାର ଧଳାଜହର ଜବତ; ବିଟେକ୍ ଛାତ୍ରକୁ ଗିରଫ କଲା STF

ଖୋର୍ଦ୍ଧାରୁ ପୁଣି କୋଟିଏ ଟଙ୍କାର ଧଳାଜହର ଜବତ; ବିଟେକ୍ ଛାତ୍ରକୁ ଗିରଫ କଲା STF
September 04
12:08 2021

ଭୁବନେଶ୍ୱର ୪/୯: ଥମୁନି ଧଳାଜହର କାରବାର । ପୁଣି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ଖୋର୍ଦ୍ଧା କୁମ୍ଭାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ଜବତ କଲା ଏସ୍ଟିଏଫ୍ । ବ୍ରାଉନସୁଗାର କାରବାର ଅଭିଯୋଗରେ ବିଟେକ୍ ଛାତ୍ର ମନୋରଞ୍ଜନ ଦାସ ଗିରଫ କରିଛି STF।
ଖବର ଅନୁଯାୟୀ, ବ୍ରାଉନ୍ସୁଗାର କାରବାର ନେଇ STFକୁ ପୂର୍ବରୁ ସୂଚନା ମିଳିଥିଲା । ପୂର୍ବ ଯୋଜନା ମୁତାବିକ ଖୋର୍ଦ୍ଧା କୁମ୍ଭାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ଜଣେ ବିଟେକ୍ ଛାତ୍ରକୁ ଅଟକ ରଖିଥିଲା । ଏସ୍ଟିଏଫ୍ ଛାନ୍ ଭିନ୍‌ ତାଙ୍କ ନିକଟରୁ ୧ କିଲୋ ୩୪ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି ।
ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହାସହିତ ତାଙ୍କ ନିକଟରୁ ଗୋଟିଏ ବାଇକ୍ ମଧ୍ୟ ଜବତ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031