Indus Valley Times

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ପିଏ: ଥାନାରେ ଏତଲା ଦେଲେ ସ୍ତ୍ରୀ

 Breaking News

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ପିଏ: ଥାନାରେ ଏତଲା ଦେଲେ ସ୍ତ୍ରୀ

November 24
19:00 2022

ଖୋର୍ଦ୍ଧା,୨୪/୧୧:“ଶାଲା ଓଡ଼ିଆ କୁଛ ନେହିଁ ଜାନତା। ଭାଗୋ ଭାଗୋଟ୍ଟ।” ନିଜ ବ୍ୟକ୍ତିଗତ ସହାୟକ(ପିଏ)ଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କଥାକଥାରେ ଏପରି ଗାଳି ଦେଉଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କ ପିଏ ଆଜି ନିଜେ ଏହି ଅଭିଯୋଗ କରିଛନ୍ତି। ପିଏଙ୍କ ପତ୍ନୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।
ଖୋର୍ଦ୍ଧା ଜିଲ୍ଲାପାଳ ହେଉଛନ୍ତି କେ.ସୁଦର୍ଶନ ଚକ୍ରବର୍ତ୍ତୀ। ତାଙ୍କର ବ୍ୟକ୍ତିଗତ ସହାୟକ ହେଉଛନ୍ତି ହେମନ୍ତ କୁମାର ଭୋଇ। ଗତ କିଛି ଦିନ ଧରି ତାଙ୍କୁ ଜିଲ୍ଲାପାଳ ମାନସିକ ନିର‌୍ୟାତନା ଦେଉଛନ୍ତି। କଥାକଥାରେ ଗାଳି ଦେଉଛନ୍ତି। ଜାତିଆଣି ଆକ୍ଷେକ କରୁଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ହେମନ୍ତ କୁମାର ଭୋଇ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି। ସେଥିପାଇଁ ତାଙ୍କ ବ୍ଲଡ୍ପ୍ରେସର ବଢ଼ି ଯାଇଛି। ଏବେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାପାଳଙ୍କ ନିର‌୍ୟାତନା ଯୋଗୁ ସେ ଘରେ ଚିଡ୍ଚିଡ୍ ହେଉଥିବା ତାଙ୍କ ପତ୍ନୀ ସବିତା ନାୟକ ଅଭିଯୋଗ କରିଛନ୍ତି।
ଜିଲ୍ଲାପାଳଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣି ଆଜି ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବାକୁ ଆସିଥିଲେ ସବିତା। ଏକଥା ଜଣାପଡ଼ିବା ପରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀ ଟାଉନ୍ ଥାନାରେ ପହଞ୍ଚିଥିଲେ। ସେଠାରେ ସେ ସବିତାଙ୍କୁ ଘଣ୍ଟାଏରୁ ଅଧିକ ସମୟ ଧରି ବୁଝାଇ ଥିଲେ। ହେଲେ ସବିତା ନିଜ ଜିଦ୍ରେ ଅଟଳ ରହିଥିଲେ। ଜିଲ୍ଲାପାଳଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ ଆସିଥିବାରୁ ସବିତାଙ୍କ ଏତାଲା ଗ୍ରହଣ କରିଥିଲେ ଏସ୍ଡିପିଓ। ଆଉ ସବିତାଙ୍କୁ ଏଫ୍ଆଇଆର୍ କପି ପ୍ରଦାନ କରିଥିଲେ। ପରେ ଖୋର୍ଦ୍ଧା ଟାଉନ୍ ଥାନାରେ ପହଞ୍ଚିଥିଲେ ଭୁବନେଶ୍ୱର ଓ ଖୋର୍ଦ୍ଧା ଉପଜିଲ୍ଲାପାଳ, ଡିଆର୍ଡିଓ। ସବିତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ବିଫଳ ହୋଇଥିଲେ।
ହେମନ୍ତ କୁମାର ଭୋଇ କହିଛନ୍ତି, “ଖୋର୍ଦ୍ଧା ଜିଲ୍ଲାପାଳ ମୋତେ ବାଧିଲା ଭଳି କଥା କହୁଛନ୍ତି। ଆଜି ମଧ୍ୟ ବହୁ କଥା କହିଛନ୍ତି। ଜିଲ୍ଲାପାଳ କହୁଛନ୍ତି- ଶାଲା ଓଡ଼ିଆ କୁଛ ନେହିଁ ଜାନତା। ଭାଗୋ ଭାଗୋଟ୍ଟ । ମୁଁ ତାଙ୍କୁ ଆଜି କହିଥିଲି, ସାର ଆପଣଙ୍କର ଏପରି କଥା ଶୁଣି ୪ ଜଣ ରୋଷେୟା ପଳାଇଗଲେଣି। ସେ(ଜିଲ୍ଲାପାଳ) ପୁଣି ମୋତେ କହିଲେ, ତୁମ୍ ବି ଶାଲା ଭାଗୋଟ୍ଟ ଗେଟ୍ ଆଉଟ୍ ଗେଟ୍ ଆଉଟ୍। ଜିଲ୍ଲାପାଳଙ୍କଠାରୁ ଏପରି ଦୁର୍ବ୍ୟବହାର ପାଇ ମୋର ବିପି ବଢ଼ି ଯାଇଛି। ମେଡିକାଲ୍ ଯାଇ ଚେକ୍ଅପ୍ କରି ଆସିଛି।”
ଜିଲ୍ଲାପାଳ କାହିଁକି ଏମିତି କହୁଛନ୍ତି? ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ହେମନ୍ତ କହିଛନ୍ତି, ଜିଲ୍ଲାପାଳ କାହିଁକି ଏମିତି କହୁଛନ୍ତି, ତାହା ମୁଁ ଜାଣିନାହିଁ। ବାରମ୍ୱାର ସେ ଏମିତି କହୁଛନ୍ତି। ମୋତେ ଜାଣିଆଣ ଆକ୍ଷେପ କରୁଛନ୍ତି। ମୁଁ ତାଙ୍କୁ ପ୍ରଶ୍ନ କଲେ ସେ କହୁଛନ୍ତି ରେସ୍ ଅଫିସ୍ରେ ଯାଇ ବସ। ମୁଁ ସେଠାକୁ ଯାଇ କ’ଣ କରିବି? ମୁଁ କ’ଣ ଜଗୁଆଳି ହୋଇଛି? ମୋର ଯଦି କିଛି ହୋଇଯାଏ, ଜିଲ୍ଲାପାଳ ଦାୟୀ ରହିବେ କହିଛନ୍ତି ହେମନ୍ତ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031