Indus Valley Times

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ,ଭି ଭେଙ୍କଟରାମ ଦେଲେ ଗୁରୁମନ୍ତ୍ର

 Breaking News

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ,ଭି ଭେଙ୍କଟରାମ ଦେଲେ ଗୁରୁମନ୍ତ୍ର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ,ଭି ଭେଙ୍କଟରାମ ଦେଲେ ଗୁରୁମନ୍ତ୍ର
April 12
21:20 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୨/୪ : ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଖୋର୍ଦ୍ଧା ମିଳିତ ଉଦ୍ୟମରେ ଖୋର୍ଦ୍ଧା ବି ଜେ ବି ହାଇସ୍କୁଲ ମିନି ଷ୍ଟାଡିୟମ୍ ରେ ଦୁଇ ଦିନ ଧରି ସମର କ୍ରିକେଟ୍ କୋଚିଙ୍ଗ କ୍ୟାମ୍ପ ଆଜି ଉଦ୍ଘାଟିତ ହୋଇ ଯାଇଛି। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିଭିନ୍ନ ବୟସ ବର୍ଗର ଶତାଧିକ କ୍ରିକେଟ୍ ଖେଳାଳି ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ।
ଓଡ଼ିଶା କ୍ରିକେଟ୍ ଏକାଡେମୀର ବୈଷୟିକ ନିର୍ଦ୍ଦେଶକ ଭି ଭେଙ୍କଟରାମ, କୋଚ୍ ଏମ ଭି ପ୍ରସାଦ ଏବଂ ପ୍ରଭାତ ନାୟକ ଉପସ୍ଥିତ ରହି ଖେଳାଳି ମାନଙ୍କର ତ୍ରୁଟି ସୁଧାରିବା ଏବଂ ଭବିଷ୍ୟତର ଖେଳକୁ ଆହୁରି ଶାଣିତ କରିବା ପାଇଁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ।
ପ୍ରାରମ୍ଭରେ କ୍ରିକେଟ ଆସୋସିଏସନ୍ ଅଫ ଦି ଡିଷ୍ଟ୍ରିକ୍ଟ ଖୋର୍ଦ୍ଧାର ସଭାପତି ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଟିତ ସଭାରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଭେଙ୍କଟ ରାମ ଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ସଙ୍ଘର କର୍ମକର୍ତ୍ତା ପ୍ରମୁଖ। ଭେଙ୍କଟରାମ ତାଙ୍କ ଅଭିଭାଷଣରେ ଖେଳାଳି ମାନଙ୍କୁ ସମୟାନୁବର୍ତିତା, ଧର୍ଯ୍ୟ,ଉତ୍ତମ ବ୍ୟବହାର ଏବଂ ଅଭ୍ୟାସ ଜଣେ ଖେଳାଳିଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବା ସହିତ ବଡ଼ ଖେଳାଳିରେ ପରିଣତ କରିପରିବ ବୋଲି ପରାମର୍ଶ ଦେଇଥିଲେ। ଓ ସି ଏ କୋଷାଧ୍ୟକ୍ଷ ତଥା ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ବିକାଶ ପ୍ରଧାନ ଖେଳାଳି ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଜିଲ୍ଲା କ୍ରିକେଟ ସଂଘ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରକାଶ କରିଥିଲେ। ବିଭାବସୁ ମହାନ୍ତି ମାନପତ୍ର ପ୍ରଦାନ କରିଥିବା ବେଳେ ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ ସଭା କାର୍ଯ୍ୟ ପରିଚାଳନା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ କାଜଲ ବଳିଆର୍ଶିଂ,କିରଣ ଶତପଥୀ,ବ୍ରିଜେଶ ପ୍ରଧାନ,ସୁଧୀର ସାହୁ,ଜିଲ୍ଲା କୋଚ ସୌମେନ୍ଦ୍ର ମହାନ୍ତି,ରୋହିତ ରାୟ ଏବଂ ଅବ୍ୟକ୍ତ ହରିହର ଖାଡଙ୍ଗା ଉପସ୍ଥିତ ଥିଲେ। ଦୁଇ ଦିନ ଅର୍ଥାତ୍ ୧୨ ଓ ୧୩ ତାରିଖରେ କ୍ରିକେଟ ଖେଳାଳି ମାନେ ବହୁ ସଂଖ୍ୟାରେ ଯୋଗଦେଇ ଭେଙ୍କଟରାମଙ୍କ ପରି କ୍ରିକେଟ୍ ପ୍ରଶିକ୍ଷକଙ୍କ ଠାରୁ ପରାମର୍ଶ ନେବାପାଇଁ ସଭାପତି ଶ୍ରୀ ସାହୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031