Indus Valley Times

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୧୬ ତମ ଜାତୀୟ ମତଦାତା ଦିବସ ପାଳିତ

 Breaking News

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୧୬ ତମ ଜାତୀୟ ମତଦାତା ଦିବସ ପାଳିତ

January 26
19:08 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୬/୧ : ରବିବାର ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ପକ୍ଷରୁ ୧୬ ତମ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଅଛି ।
ଏହି ଉପଲକ୍ଷେ ପୂର୍ବାହ୍ନ ୯ ଘଟିକା ସମୟରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ, ବିଭିନ୍ନ ଅନୁଷ୍ଠାନର ସଚେତନ ନାଗରିକ, ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା, ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଓ ବିଭିନ୍ନ ବ୍ଲକର ବୁଥ ସ୍ତରୀୟ ଅଧିକାରୀ ମାନେ ହାତରେ ଭୋଟର ସଚେତନତା ବାର୍ତ୍ତା ପ୍ଲାଗ କାର୍ଡ ଧରି ଏକ ଭୋଟର ସଚେତନତା ରାଲୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ପଲା ହାଟ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ପୁନଶ୍ଚ ଜିଲ୍ଲା ପାଳାଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ ।
ଏହି ସଚେତନତା ରାଲିକୁ ଉପ ଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ ସବୁଜ ପତାକା ଦେଖାଇ ଜିଲ୍ଲା କାର୍ଯ୍ୟାଳୟ ପରିସର ଠାରେ ଶୁଭାରମ୍ଭ କରିଥିଲେ । ପରେ ଜିଲ୍ଲାପାଳଙ୍କ କାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ ସମାରୋହ ଉପ ଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁଙ୍କ ପୋରହିତରେ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,ଖୋର୍ଦ୍ଧା ଶ୍ରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ଭାରତ ବିଶ୍ୱରେ ସବୁଠାରୁ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର କ୍ଷ ଆମର ପବିତ୍ର ଗଣତନ୍ତ୍ର ବିଶ୍ୱରେ ଅନନ୍ୟ ।
ନିର୍ବାଚନ ମାଧ୍ୟମରେ ଏକ ନିର୍ଦ୍ଧିଷ୍ଟ ସମୟ ପର‌୍ୟ୍ୟନ୍ତ ଆମେ ଆମ ପ୍ରତିନିଧିଙ୍କୁ ବାଛି ଶାସନ କରିବା ପାଇଁ ନିର୍ବାଚିତ କରୁ ।
ଏଣୁ ସମସ୍ତ ନାଗରିକ ବିଶେଷ ଭାବରେ ଯୁବ ଭୋଟର କୌଣସି ପ୍ରଲୋଭାନରେ ଶିକାର ନହୋଇ ରାଷ୍ଟ୍ର ନିର୍ମାଣରେ ନିଜର ଅମୂଲ୍ୟ ମତଦାନ ସାବସ୍ତ୍ୟ କରିବାକୁ ଆହ୍ଵାନ ଦେଇଥିଲେ ।
ସଭାପତି ଭାଷଣରେ ଉପ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ କହିଲେ ଗଣତନ୍ତ୍ରର ଭବିଷ୍ୟତ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ।
କୌଣସି ପ୍ରଲୋଭନରେ ଶିକାର ନହୋଇ ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ଆମ ରାଷ୍ଟ୍ର ଗଠନକୁ ଓ ନିର୍ମାଣକୁ ବିଶ୍ୱରେ ଟେକ ରଖିବାକୁ ହେଲେ ଆମେ ନିଜେ ସଚେତନ ହେବାସହ ଅନ୍ୟ ଭୋଟର ମାନଙ୍କୁ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ ହେବା ଉଚିତ୍ ।
ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲା ସ୍ତରୀୟଭୋଟର ସଚେତନତା ପ୍ରାଚୀର ପତ୍ର ତିଆରି, ବକ୍ତୃତା ପ୍ରତିଯୋଗିତା, ରଙ୍ଗୋଲି, କୁଇଜ୍ ପ୍ରତି ଯୋଗିତାର ଶ୍ରେଷ୍ଟ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ଉପ ଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା ଭୋଟର ସଚେତନତା ଦିବସ ପାଳନ ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭୋଟର ସଚେତନତା ଶପଥ ପାଠ କରାଇଥିଲେ । ଶେଷରେ ଡେପୁଟୀ କଲେକ୍ଟର, ନିର୍ବାଚନ ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930