Indus Valley Times

ଖୋଲିବ ଅଭୟଙ୍କ କୋଟି ପତି ଗୁମର,ଗଠନ ହେଲା ୨୦ଜଣିଆ ଏସ୍‌ଆଇଟି ଟିମ୍‌

 Breaking News

ଖୋଲିବ ଅଭୟଙ୍କ କୋଟି ପତି ଗୁମର,ଗଠନ ହେଲା ୨୦ଜଣିଆ ଏସ୍‌ଆଇଟି ଟିମ୍‌

November 28
21:21 2020

ଭୁବନେଶ୍ୱର,୨୮/୧୧: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ରାଜ୍ୟ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି ।
ଏବେ ବାପ,ପୁଅ ଝାରପଡ଼ା ଜେଲରେ ରଖାଯାଇଛି। ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଏବେ ୨୦ଜଣିଆ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରାଯାଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାର ସବୁ ଦିଗକୁ ନେଇ ତଦନ୍ତ କରିବ ଏସଆଇଟି ।
ଗଠିତ ହୋଇଥିବା ୨୦ଜଣିଆ ଏସଆଇଟି ବରିଷ୍ଠ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତଙ୍କ ସମ୍ପର୍କୀୟ, ସହଯୋଗୀ, ବନ ଅଧିକାରୀ ଏବଂ ବ୍ୟାଙ୍କ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବ। ସେମାନଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିବ। ଏହା ସହ ଯେଉଁ ସଂସ୍ଥାଗୁଡ଼ିକରୁ ମହଙ୍ଗା ଗାଡ଼ି କ୍ରୟ କରାଯାଇଛି, ତାର ମଧ୍ୟ ଯାଞ୍ଚ କରିବ ଏସଆଇଟି। ଏଥିସହ ପାଠକ କରିଥିବା ବିଭିନ୍ନ ଜମାରାଶିର ମଧ୍ୟ ଅନୁସନ୍ଧାନ ହେବ। ଗିରଫ ପୂର୍ବରୁ ଜବତ ହୋଇଥିବା ରେକର୍ଡ ଓ ଦଲିଲର ଏସଆଇଟି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ ବୋଲି ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031