Legatus

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ ଗେଟ୍

 Breaking News

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ ଗେଟ୍

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ ଗେଟ୍
September 13
18:34 2023

ସମ୍ବଲପୁର,୧୩/୯: ମହାନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରୁ ୨ଟି ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରର ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବରୁ ଗୋଟିଏ ଲେଖାଏଁ ଗେଟ୍ ଖୋଲାଯାଇଥିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ଣ ୩ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୨୩ ଫୁଟ୍ ଥିଲା। ଜଳଭଣ୍ଡାରକୁ ସେକେଣ୍ଡ ପିଛା ୭୩,୩୦୮ କ୍ୟୁସେକ ଜଳ ପ୍ରବେଶ କରୁଥିଲା।
ଅପରପକ୍ଷେ ଜଳଭଣ୍ଡାରରୁ ସେକେଣ୍ଡ ପିଛା ୩୫,୧୮୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ଏଥିରୁ ପାୱାର ଚାନେଲ ଦେଇ ୩୦,୮୩୦ କ୍ୟୁସେକ୍ ଓ ୨ଟି ଗେଟ୍ ଦେଇ ଜଳ ମହାନଦୀରେ ଛଡ଼ାଯାଇଛି। ଚାଷ ପାଇଁ ୩୯୮୭ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୩୨୫୫ କ୍ୟୁସେକ୍ ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକୁ ୨୫୭ କ୍ୟୁସେକ୍ ପାଣି ଯୋଗାଇ ଦିଆଯାଉଛି।
ମହାନଦୀର ବେଲଗାଓଁଠାରେ ୧୫,୨୦୦ କ୍ୟୁସେକ୍, ପର୍ଥଲାଠାରେ ୪୭,୬୭୨ କ୍ୟୁସେକ୍, ଖଇରମାଲରେ ୬୨,୦୦୦ କ୍ୟୁସେକ୍, ବରମୂଳଠାରେ ୭୧,୦୦୦ କ୍ୟୁସେକ୍ ଓ ମୁଣ୍ଡଳୀଠାରେ ୮୦,୦୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930