Indus Valley Times

ଗଁଦିଆ ଏସ୍‌ବିଆଇଏଟିଏମ ଭାଙ୍ଗି ଲୁଟ୍ ଘଟଣା: ଧରାପଡିଲେ ୩ ଅଭିଯୁକ୍ତ, ୪ ଫେରାର

 Breaking News

ଗଁଦିଆ ଏସ୍‌ବିଆଇଏଟିଏମ ଭାଙ୍ଗି ଲୁଟ୍ ଘଟଣା: ଧରାପଡିଲେ ୩ ଅଭିଯୁକ୍ତ, ୪ ଫେରାର

October 27
15:53 2022

ଢେଙ୍କାନାଳ ,୨୭/୧୦: ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳରେ ଏଟିଏମକୁ ଭାଙ୍ଗି ୨୨ ଲକ୍ଷ ଟଙ୍କା ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ପୁଲିସ୍ ଧରିବାରେ ସଫଳ ହୋଇଛି। ଆଉ ୪ ଅଭିଯୁକ୍ତ ଏବେ ବି ଫେରାର ଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ର ଜିତେନ୍ଦ୍ର ନାୟକ(୨୪), ଆଲବଗା ଗାଁର ନିରଞ୍ଜନ ପାଣି(୩୦) ଓ ଖୋର୍ଦ୍ଧା ଜିଲ୍ଲାର ବଡ଼ତୋଟା ଗ୍ରାମର ରାକେଶ ଦାସ(୨୫)। ସେମାନଙ୍କଠାରୁ ୨.୫୬ ଊକ୍ଷ ଟଙ୍କା ଜବତ କରାଯାଇଛି। ଏହାଛଡ଼ା ଏକ ମାରୁତି ଅଲଟୋ କାର୍, ୨ଟି ପେନଡ୍ରାଇଭ୍ ଓ ଏକ ନମ୍ବର ନ ଥିବା ମୋଟରସାଇକେଲ ବି ଜବତ ହୋଇଛି। ଏମାନଙ୍କୁ ଭଦ୍ରକ ଓ ବାଲେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗିରଫ କରାଯାଇଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗଁଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ମେଡିକାଲ୍ ଛକଠାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଏଟିଏମ୍ କାଉଣ୍ଟର ରହିଛି। ରବିବାର ରାତିରେ ଲୁଟେରାମାନେ କାଉଣ୍ଟର ଭିତରେ ପଶି ଗ୍ୟାସ୍ କଟର୍ ସାହାଯ୍ୟରେ ଏଟିଏମ୍ ମେସିନକୁ କାଟିଦେଇଥିଲେ। ଏହାପରେ ସେଥିରେ ଥିବା ୨୨ ଲକ୍ଷ ୧୭ ହଜାର ୯ ଶହ ଟଙ୍କା ନେଇଯାଇଥିବା ଜଣାଯାଇଛି। ଏ ସଂପର୍କରେ ଖବରପାଇ ଢେଙ୍କାନାଳ ଏସ୍ପି ଏଲ୍. ଦିବ୍ୟା.ଭି, ଏସ୍ଡିପିଓ ବିକାଶ ବେଉରା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।
ସେହିପରି ରବିବାର ରାତିରେ ଗଁଦିଆ ପୁଲିସ ଦ୍ରୁତଗତିରେ ଯାଉଥିବା ଏକ କାରକୁ ସନ୍ଦେହରେ ପିଛା କରିବା ସମୟରେ ଚାଳକ ଉକ୍ତ ଗାଡ଼ିକୁ ପାଖ ଇଲେଇଜଙ୍ଗ କାଜୁ ବଗିଚାରେ ଛାଡ଼ି ଦେଇ ପଳାଇଥିଲା।
ଉକ୍ତ କାରକୁ ପୁଲିସ ଜବତ କରି ଥାନାକୁ ଆଣିଥିଲା। ଏହି କାର୍ ସହିତ ଏଟିଏମ୍ ଲୁଟେରାଙ୍କର କିଛି ସଂପୃକ୍ତି ରହିଛି କି ନାହିଁ, ସେ ନେଇ ପୁଲିସ ତଦନ୍ତ ଜାରି ରଖିଥିଲା। ଘଟଣା ସମ୍ପର୍କରେ ଗଁଦିଆ ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆ କହିଥିଲେ, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯିବା ସହିତ ଏଟିଏମ୍ ଲୁଟେରାଙ୍କୁ ଧରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଜୋର୍ଦାର୍ ଚଢ଼ଉ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031