Indus Valley Times

ଗଜପତି:ଜିଲ୍ଲାସ୍ତରୀୟ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାକ-ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି:ଜିଲ୍ଲାସ୍ତରୀୟ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାକ-ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

January 14
19:07 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୧: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତରେ ଜିଲ୍ଲାସ୍ତରୀୟଏକ ପଞ୍ଚାୟତ ନିର୍ବାଚନ ପ୍ରାକ-ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରି ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେଭଳି ଶାନ୍ତିଶୃଙ୍ଖଳାର ସହ ସୁରୁଖୁରୁରେ ସମ୍ପାଦନ ହେବ , ସେଥିପାଇଁ ସମସ୍ତେ ସମନ୍ୱୟ ରକ୍ଷାକରି ଯତ୍ନବାନ ହେବାପାଇଁ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
ଏସପି: ଶ୍ରୀ ଜୟରାମ ଶତପଥୀ ଯୋଗଦେଇ ନାମାଙ୍କନ ପତ୍ର ଦାଖଲ ଠାରୁ ନିର୍ବାଚନ ଫଳାଫଳ ଘୋଷଣା ପର‌୍ୟ୍ୟନ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ବାହିନୀ ପରସ୍ପର ସହିତ ସମନ୍ୱୟ ରକ୍ଷାକରି ନିଜର ଦାୟିତ୍ୱ କିଭଳି ସୁଚାରୁରୂପେ ନିଭାଇବେ , ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।
ଏହି ଆଲୋଚନା ଗୁଡିକ ମଧ୍ୟରେ ନିର୍ବାଚନ ସଂକ୍ରାନ୍ତୀୟ ଉପରେ ମୁଖ୍ୟତଃ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ , ଯାଞ୍ଚ ଓ କାଏମ ସମେତ ନିର୍ବାଚନ ଆଚରଣ ବିଧି ଲାଗୁ କଡାକଡି , ପୋଲିସ ଓ ପ୍ରଶାସନ ଭ୍ରାମ୍ୟମାଣ ଟିମ , ସମନ୍ୱୟ ରକ୍ଷା , ବିଭିନ୍ନ ସ୍ଥାନରେ ଥିବା ହୋଡିଙ୍ଗ ବାହାର କରିବା , ମତଦାନ କେନ୍ଦ୍ର , ମତଦାନ , ପୋଲିଙ୍ଗ ପାର୍ଟି ଓ ଗନ୍ତବ୍ୟ ସ୍ଥଳ ଓ ସାମଗ୍ରୀ ଯୋଗାଣ , ପୋଲିସ ଡ୍ୟୁଟି ବ୍ୟବସ୍ଥା , ଗଣନା କେନ୍ଦ୍ର , ଷ୍ଟ୍ରଙ୍ଗ-ରୁମ , କଡା-ପହରା , ଆଇନଗତ ବ୍ୟବସ୍ଥା , ବିଭିନ୍ନ ନୀତିନିୟମ ଏବଂ ଉତ୍ତେଜନା ପ୍ରବଣ ମତଦାନ କେନ୍ଦ୍ର ଏଭଳି ପ୍ରଭୃତି ଉପରେ ବିଷଦ ଭାବେ ଆଲୋଚନା କରା ଯାଇଥିଲା ।
ଏହି ବୈଠକ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଡ଼ିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନାମ ଚରଣ ପାତ୍ର , ଏଏସପି: ଶ୍ରୀ ବାମଦେବ ସିଂହ , ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ଏବଂ ଭାରପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଡେପୁଟି କଲେକ୍ଟର ଶ୍ରୀ ଜୁବୁଲି ଚରଣ ବେହେରା ପ୍ରମୁଖ ମଞ୍ଚଆସିନ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଥାନାର ଥାନାଧିକାରୀ , ସମସ୍ତ ବ୍ଲକ ବିଡ଼ିଓ ଓ ତହସିଲଦାର ଏବଂ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକ କାର୍ଯ୍ୟକ୍ରମ ଶେଷରେ ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ବ୍ୟବସ୍ଥା କରା ଯାଇଥିବା କୋଭିଡ ବୁଷ୍ଟର ଡୋଜ ଟୀକାକରଣ କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦେଇ ଟୀକା ନେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031