Indus Valley Times

ଗଜପତି:ପାରଳାରେ ବିଜେପି ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହି : ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସମେତ ପ୍ରେସମିଟ

 Breaking News

ଗଜପତି:ପାରଳାରେ ବିଜେପି ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହି : ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସମେତ ପ୍ରେସମିଟ

ଗଜପତି:ପାରଳାରେ ବିଜେପି ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହି : ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସମେତ ପ୍ରେସମିଟ
March 30
22:55 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୩ : ବିଜେପି ବ୍ରହ୍ମପୁର ସାଂସଦ ର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଙ୍କ ନିର୍ବାଚନ ପାଇଁ ସାଂଗଠାନିକ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଛି।
ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ଟିକେଟ ପାଇବା ପରେ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହି ପ୍ରଥମ ଥର ପାରଳା ଗସ୍ତରେ ଆସିଛନ୍ତି ।
ବିଜେପି ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହି ପାରଳାଖେମୁଣ୍ଡି ପହଞ୍ଚିବା ପରେ ତାଙ୍କୁ ଏକ ବିରାଟ ପଟୁଆରରେ ଶତାବ୍ଦୀ ସଂଖ୍ୟକ ଦଳୀୟ ନେତା ଓ କର୍ମୀ ସ୍ଵାଗତ କରିଥିଲେ ।
ପରେ ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏହି ଅବସରରେ ଆୟୋଜିତ ଏକ ଦଳୀୟ ବୈଠକରେ ଯୋଗ ଦେଇ ଡ଼ଃ ପାଣିଗ୍ରାହି କହିଥିଲେ ଯେ , ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ରାଜ୍ୟରେ ଶାସନ କରୁଥିବା ବିଜେଡି ନେତୃତ୍ବାଧୀନ ସରକାର\’କୁ ଲୋକେ ପରିବର୍ତ୍ତନ କରି ବିଜେପି ନେତୃତ୍ବାଧୀନ ସରକାର କରିବାକୁ ମନ ପରିବର୍ତ୍ତନ କଲେଣି ଏବଂ ଏହା ହେବା ନିଶ୍ଚିତ । ଏଥିପାଇଁ ଲୋକେ ମନସ୍ଥ କରି ସାରିଛନ୍ତି ।
ରାଜ୍ୟରେ ବିଜେପିର ବୋହୁଥିବା ପରିବର୍ତ୍ତନର ହାୱାକୁ କେହି ରୋକି ପାରିବେ ନାହିଁ । ଥରେ ଲୋକେ ମନ ବଦଳାଇଲେ ଅବସ୍ଥା କ’ଣ ହୁଏ ତାହା ବିଗତ ଦିନର ସରକାରଙ୍କ କ୍ଷେତ୍ରରେ ସମସ୍ତେ ଦେଖିଛନ୍ତି । ତେଣୁ ଏ କ୍ଷେତ୍ରରେ ରାଜ୍ୟର ବିଜେଡି ସରକାର ଯେତେ ପ୍ରଶାସନିକ କଳ କିମ୍ବା ବାହୁବଳକୁ ବ୍ୟବହାର କଲେ ମଧ୍ୟ ପରିବର୍ତ୍ତନରେ କିଛି ହେଲେ ଫରକ ପଡିବ ନାହିଁ ।
କେନ୍ଦ୍ର ସରକାରଙ୍କ ଯୋଜନା ସଫଳ ରୂପାୟନ ପାଇଁ ଏଥର ରାଜ୍ୟରେ ସରକାର ପରିବର୍ତ୍ତନ ହେବା ନିଶ୍ଚୟ । ଏଥର ନିଶ୍ଚିତ ଭାବେ ଲେଖା ଛିଡ଼ିଯିବ ବୋଲି କହିଥିଲେ।
ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ରେ ଥିବା ପାରଳାଖେମୁଣ୍ଡିକୁ ଦିନିକିଆ ଗସ୍ତରେ ଆସିଥିବା ଅବସରରେ ଏଭଳି କିଛି କହିଛନ୍ତି ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ.ପ୍ରଦୀପ ପାଣିଗ୍ରାହୀ ।
ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କ ଏହି ଗସ୍ତ ଅବସରରେ ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ କେ ନାରାୟଣ ରାଓ ଏବଂ ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ସାରଦା ଶତପଥୀଙ୍କ ସମେତ ଦଳର ଅନ୍ୟାନ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଦଳୀୟ ନେତା ଓ କର୍ମୀମାନେ ମଧ୍ୟ ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କୁ ସାଂସଦ ପ୍ରାର୍ଥୀ ଭାବେ ପାଇ ବେଶ୍ ଉତ୍ସାହିତ ଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031