Indus Valley Times

ଗଜପତି:ପୂର୍ବତଟ ରେଳପଥ ର ରେଳ ମଣ୍ଡଳ ପ୍ରବନ୍ଧକଙ୍କ ସମେତ ଉଚ୍ଚସ୍ତରୀୟ ରେଳ ବୈଷୟିକ କମିଟିର ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ ଓ ଅନୁଧ୍ୟାନ

 Breaking News

ଗଜପତି:ପୂର୍ବତଟ ରେଳପଥ ର ରେଳ ମଣ୍ଡଳ ପ୍ରବନ୍ଧକଙ୍କ ସମେତ ଉଚ୍ଚସ୍ତରୀୟ ରେଳ ବୈଷୟିକ କମିଟିର ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ ଓ ଅନୁଧ୍ୟାନ

January 20
18:58 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୧:ଗୁରୁବାର ପୂର୍ବତଟ ରେଳପଥ ବିଶାଖାପାଟଣା ଡିଭିଜନର ରେଳ ମଣ୍ଡଳ ପ୍ରବନ୍ଧକ(ଡିଆରଏମ) ଶ୍ରୀ ଅନୁପ କୁମାର ଶତପଥୀଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ରେଳ ବୈଷୟିକ କମିଟି , ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅବହେଳିତ ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।
ପାରଳାଖେମୁଣ୍ଡି ରେଳ ଷ୍ଟେସନର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ପାରଳାର ବିଭିନ୍ନ ସଂଗଠନ ପକ୍ଷରୁ ରେଳ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଶତପଥୀଙ୍କୁ ସ୍ମାରକପତ୍ର ଦିଆ ଯାଇଥିଲା ।
ପାରଳାବାସୀଙ୍କ ବିଭିନ୍ନ ଅଭିଯୋଗ ସମ୍ପର୍କରେ ଅବଗତ ହୋଇ ଡ଼ିଆରଏମ ଶ୍ରୀ ଶତପଥୀ କହିଥିଲେ ଯେ , ବିଶାଖାପାଟଣା ରେଳ ଡିଭିଜନ ପକ୍ଷରୁ , ପାରଳାଖେମୁଣ୍ଡି ରେଳଷ୍ଟେସନ ସମେତ ନୌପଡା-ଗୁଣୁପୁର ଭାୟା ପାରଳାଖେମୁଣ୍ଡି ରେଳପଥର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ପୂର୍ବରୁ ରେଳବାଇ ବୋର୍ଡକୁ ପ୍ରସ୍ତାବ ଦିଆହୋଇଛି । ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେବାକୁ ଥିବା ରେଳ-ବଜେଟ\’ରେ ଏହି ପୂର୍ବ-ପ୍ରସ୍ତାବକୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି । ଏହା ନିଶ୍ଚିତ ଭାବେ ଗ୍ରହଣ ହୋଇ ରେଳ-ବୋର୍ଡ ପକ୍ଷରୁ ମଞ୍ଜୁରପ୍ରାପ୍ତ ହୋଇ କାର୍ଯ୍ୟ ଆରମ୍ଭ ହେବ ।
ବର୍ତ୍ତମାନ ଗତ ଦେଢବର୍ଷ ଧରି କୋଭିଡ ମହାମାରୀ ଯୋଗୁଁ ଭାରତ ବର୍ଷରେ ଅନେକ ଟ୍ରେନ\’ର ଚଳାଚଳ ବନ୍ଦ ରହିଛି । ଯେଉଁଟାକି କମ ଡିମାଣ୍ଡ ସହ ରାଜସ୍ୱ ଆଦାୟ ମଧ୍ୟ କମ ରହିଛି , ସେହି ଟ୍ରେନ ସବୁ ବନ୍ଦ ରହିଛି । ଏ ଦିଗରେ ପୁଣି ସମୀକ୍ଷା କରାଯାଇ ଅତି ଜରୁରୀ ଓ ଡିମାଣ୍ଡ ଥିବା ଟ୍ରେନକୁ ପୁଣି ଚଳାଚଳ କରାଯିବା ଦିଗରେ ପଦକ୍ଷେପ ନିଆଯିବ କହିଥିଲେ ।
ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ରେଳଷ୍ଟେସରେ ଯେଉଁସବୁ ମୌଳିକ ସମସ୍ୟା ଯଥା:- ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି , ପାନୀୟ ଜଳ , ପରିବେଶ, ଡ୍ରେନେଜ ପ୍ରଭୃତି ସମେତ ତୃତୀୟ ଲାଇନ ପ୍ରଭୃତି ସମସ୍ୟା ରହିଛି , ଅତି ନିକଟରେ ସେ ସବୁ ସମସ୍ୟାର ସମାଧାନ କରାଯିବ ।
ଗୁଣୁପୁର ଠାରୁ ଥେରୁବାଲି ପର୍ଯ୍ୟନ୍ତ ରେଳପଥର ସମ୍ପ୍ରସାରଣ ସମ୍ପର୍କରେ ଡ଼ିଆରଏମ ଶ୍ରୀ ଶତପଥୀ ଏହା ବର୍ତ୍ତମାନ ଓଡିଶା ସରକାରନିର୍ମାଣ କାର୍ଯ୍ୟ ବୋଧହୁଏ ହାତକୁ ନେବାକୁ ଚାହିଁଛନ୍ତି , ଏହା ପ୍ରସ୍ତାବ ରହିଥିବା ସହ ଜମି ଅଧିଗ୍ରହଣ ମଧ୍ୟ ଚାଲିଥିବା କହିଥିଲେ ।
ରେଳ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଅନୁପ କୁମାର ଶତପଥୀଙ୍କ ସମେତ ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଆଖିଲେଶ କୁମାର ତ୍ରିପାଠୀ ଏବଂ ବରିଷ୍ଠ ମଣ୍ଡଳ ଅପେରେସନାଲ ପ୍ରବନ୍ଧକ ଶ୍ରୀ ଜି: ସୁନୀଲ କୁମାର ପ୍ରମୁଖ ଉଚ୍ଚସ୍ତରୀୟ ବୈଷୟିକ ଅଧିକାରୀ ମାନେ ଗ୍ରସ୍ତରେ ଆସିଥିଲେ। ।
ଏହି ରେଳ ମଣ୍ଡଳ ପ୍ରବନ୍ଧକଙ୍କ ଗ୍ରସ୍ତ ଓ ପରିଦର୍ଶନ ସମୟରେ ପାରଳାଖେମୁଣ୍ଡି ରେଳଷ୍ଟେସନରେ ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031