Indus Valley Times

ଗଜପତି:ମହିଳା ମହାବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି:ମହିଳା ମହାବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

November 01
20:16 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧/୧୧:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ “ଦୁର୍ନୀତି ନିବାରଣ ସପ୍ତାହ” କାର୍ଯ୍ୟକ୍ରମପାଳନ ଅବସରରେ ଶପଥ ପାଠ ଏବଂ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଆଜି ସକାଳ ୮ ଟା ବେଳେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁ , ଦୁର୍ନୀତି ନିବାରଣ ସମ୍ପର୍କିତ ବାହାରିଥିବା ଏକ ସଚେତନତା ଶୋଭାଯାତ୍ରାକୁ ଉଦ୍ଘାଟନ କରିବା ପୂର୍ବକ କର୍ମଚାରୀ ତଥା ଛାତ୍ରୀମାନଙ୍କୁ ସ୍ୱଚ୍ଛତା ଓ ସଚ୍ଚୋଟତା ବଜାୟ ରଖିବା ପାଇଁ କହିବା ସହ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସାଧୁତା ଓ ସତ୍ୟନିଷ୍ଠା ରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ୍ ବୋଲି ଉଦ୍ବୋଧନ ଦେଇ କହିଥିଲେ । ପରେ ନାଗରିକଙ୍କ ପାଇଁ ସାଧୁତାର ଶପଥ”- ଶୀର୍ଷକ ଏକ ସାମୁହିକ ଶପଥ ପାଠ କରାଇ ଥିଲେ ।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପିକା ଓ କର୍ମଚାରୀଙ୍କ ସମେତ ଛାତ୍ରୀମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜନବସତି ଫ୍ରେଣ୍ଡସ କଲୋନୀ ପର୍ଯର୍୍ୟନ୍ତ ସଚେତନତା ପରିକ୍ରମା କରି ସହରର ରାଜରାସ୍ତା ମଧ୍ୟଦେଇ ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଏହି ପରିକ୍ରମା ବେଳେ ଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ “ଦୁର୍ନୀତି’କୁ ବିରୋଧ କରିବା–ରାଷ୍ଟ୍ର ପ୍ରତି ସମର୍ପିତ ରହିବା”- ପ୍ରଭୃତି ନାରା ଦେଇ ବିଭିନ୍ନ ଠାରେ ଜନସଚେତନତା ସୃଷ୍ଟି କରିଥିଲେ ।
ଆଜିର ଏହି କାର୍ଯର୍୍ୟକ୍ରମରେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର , ଅଧ୍ୟାପିକା ମଧୁସ୍ମିତା ପ୍ରଧାନ , ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ , ଅଧ୍ୟାପିକା ସି.ଏଚ୍.ନିର୍ମଳା ଙ୍କ ସମେତ ଶ୍ରୀ ଏଲ୍: ଦୁର୍ଯେର୍୍ୟାଧନ , ରଞ୍ଚିତା କୁମାରୀ ପଟ୍ଟନାୟକ , ଅଶୋକ, କେ: ଦୁର୍ଯେର୍୍ୟାଧନ ଏବଂ ଶ୍ରୀମତୀ ଲାଲି ଖଡ଼ଗରାୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031