Indus Valley Times

ଗଜପତି:ସଫଳତାର ଉଦାହରଣ ; ବଞ୍ଚିବାର ଏକ ନୂଆଁ ରାହା ଦେଖାଇଛି ମିଶନ ଜୀବିକା

 Breaking News

ଗଜପତି:ସଫଳତାର ଉଦାହରଣ ; ବଞ୍ଚିବାର ଏକ ନୂଆଁ ରାହା ଦେଖାଇଛି ମିଶନ ଜୀବିକା

January 31
20:19 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୧/୧: ଗଜପତି ଜିଲ୍ଲାରେ ଜୀବିକା ମିଶନ ଲୋକାଭିମୁଖୀ ହେବାରେ ଲାଗିଛି । ଯାହାକି , ଏହାର ସଫଳତାର ଏକ ବଡ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ଆଦିବାସୀ ବହୁଳଗୁମ୍ମା ବ୍ଲକ ମତ୍ସ୍ୟଜୀବୀଙ୍କ କ୍ଷେତ୍ରରେ ।
ଜିଲ୍ଲାର ଅନେକ ମତ୍ସ୍ୟଜୀବୀ ଏହି ମିଶନ ଦ୍ୱାରା ଲାଭାନ୍ବିତ ହେଉଛନ୍ତି । ଯାହାକି , ଚଳିତ ଖରିଫ ଋତୁରେ ଗୁମ୍ମା ବ୍ଳକର ପ୍ରାୟ ୧୯ଜଣ ମାଛଚାଷୀଙ୍କୁ ପାରଳାଖେମୁଣ୍ଡି ସ୍ଥିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା , ୩୫,୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛି। ଏଥିରେ ମୃତ୍ତିକା ସଂରକ୍ଷଣ ବିଭାଗ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଣାଯାଇଛି ।
ଗଜପତି ଜିଲ୍ଲା ଜୀବିକା ମିଶନ ସହାୟତାରେ ଗୁମ୍ମା ବ୍ଲକ ଅଧୀନରେ ଥିବା ତରଭା ଗ୍ରାମ ପଞ୍ଚାୟତର ପାତିମୂଳ ଗ୍ରାମର ଚାଷୀ ପ୍ରକାଶ ରାଇତା , ଚଳିତ ଖରିଫ ମାଛ ଚାଷରେ ବିଶେଷ ଉପକୃତ ହୋଇଛନ୍ତି । ସେ ପ୍ରାୟ ୧୫୦ କେଜି ମାଛ ଧରିଛନ୍ତି ; ଯାହାର ଦାମ କେଜି ପିଛା ୧୪୦ ଟଙ୍କା ହିସାବରେ ପ୍ରାୟ ୨୧,୦୦୦ ଟଙ୍କା ହେବ ।
ସେ ଯେତେ ଟଙ୍କା ନିବେଶ କରିଥିଲେ ତା ତୁଳନାରେ ପ୍ରାୟ ୩ଗୁଣ ଅଧିକ ଲାଭବାନ ହୋଇଥିବା ନିଜେ ପ୍ରକାଶ ରାଇତା କହିଛନ୍ତି । ଏହା ତାଙ୍କ ପାଇଁ ଲାଭଜନକ ବ୍ୟବସାୟ ସାବ୍ୟସ୍ତ ହୋଇଛି । ଏଥିପାଇଁ ସେ ମିଶନ ଜୀବିକାକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ।
ଏହି ଘଟଣା ହେଉଛି ଗଜପତି ଜିଲ୍ଲାରେ ଜୀବିକା ମିଶନ ସଫଳତାର ଏକ ସୁନ୍ଦର ଉଦାହରଣ । ପ୍ରକାଶ ରାଇତାଙ୍କ ଭଳି ଆହୁରି ଅନେକ ମାଛ ବ୍ୟବସାୟୀ ଏହି ମିଶନର ଲାଭ ଉଠାଇଛନ୍ତି ଓ ସ୍ୱାବଲମ୍ବୀ ମଧ୍ୟ ହୋଇ ପାରିଛନ୍ତି ।
ମିଶନର ଏଭଳି ସଫଳତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାରେ ଏଭଳି ଅଧିକରୁ ଅଧିକ ମାଛଚାଷୀଙ୍କୁ ଏଥିରେ ସାମିଲ କରାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯିବାର ଲକ୍ଷ୍ୟ ରଖା ଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031