Indus Valley Times

ଗଜପତି:ସିସିଡି ଅନୁଷ୍ଠାନ ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ତିନିଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ

 Breaking News

ଗଜପତି:ସିସିଡି ଅନୁଷ୍ଠାନ ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ତିନିଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ

ଗଜପତି:ସିସିଡି ଅନୁଷ୍ଠାନ ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ତିନିଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ
December 01
10:33 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧/୧୨: ଓଡିଶା ସରକାରଙ୍କ ପଞ୍ଚାୟତି-ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସହାୟତା\’ରେ \”ସିସିଡି\” ଅନୁଷ୍ଠାନ ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ସିସିଡି କାର୍ଯ୍ୟାଳୟର ପ୍ରଶିକ୍ଷଣ କେନ୍ଦ୍ର ଠାରେ ଚାଲିଥିବା ତିନିଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି ।
ଏହି ପ୍ରଶିକ୍ଷଣ ଶିବିର\’ରେ ଗୁମ୍ମା ବ୍ଲକର ଗୁମ୍ମା , ସେରଙ୍ଗ , ଭୁବନି ଓ ତୁମୁଳ ପଞ୍ଚାୟତର ୨୮ ଜଣ ୱାର୍ଡ ସଭ୍ୟସଭ୍ୟା ଯୋଗ ଦେଇଥିଲେ ।
ଏହି ପ୍ରଶିକ୍ଷଣ ଶିବିରକୁ ଓଡିଶା ସରକାରଙ୍କ ପଞ୍ଚାୟତି ରାଜ ବିଭାଗ ଦ୍ୱାରା ମନୋନୀତ ଶ୍ରୀ ଦେଵୀ ମିଶାଲ ଏବଂ ଶ୍ରୀ ବିଜୟ କୁମାର ମହାପାତ୍ର ପ୍ରମୁଖ ମୁଖ୍ୟ ସମ୍ବଳବ୍ୟକ୍ତି ଭାବେ ଯୋଗଦେଇ ଏହି ତିନିଦିନିଆ ପ୍ରଶିକ୍ଷଣ ଶିବରକୁ ପରିଚାଳନା କରିଥିଲେ ।
ଉଦଘାଟନୀ ଉତ୍ସବରେ ସିସିଡିର ସଂପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ ଉପସ୍ଥିତ ରହି ସମସ୍ତ ୱାର୍ଡ ସଭ୍ୟସଭ୍ୟାଙ୍କୁ ସେମାନଙ୍କ\’ର ଦାୟୀତ୍ୱ , କର୍ତ୍ତବ୍ୟ ଏବଂ ପଞ୍ଚାୟତରେ ମୂଖ୍ୟତଃ ମହିଳା ସଭ୍ୟାଙ୍କର ଭୂମିକା ଉପରେ ସଚେତନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ\’ର ମୁଖ୍ୟ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଦେବେନ୍ଦ୍ର ନାଥ କର ଯୋଗଦେଇ ସମସ୍ତ ୱାର୍ଡ ସଭ୍ୟସଭ୍ୟାଙ୍କୁ ଉତ୍ସାହିତ କରିବା ସହ ଉପାଦେୟ ପରାମର୍ଶ ଦେଇଥିଲେ ।
ସମ୍ବଳ ବ୍ୟକ୍ତିଗଣ ଉପସ୍ଥିତ ସଭ୍ୟସଭ୍ୟା\’ଙ୍କୁ ବିଭିନ୍ନ ପାୱାର ପଏଣ୍ଟ ମାଧ୍ୟମ\’ରେ ସରକାରଙ୍କ ଉଦ୍ଧିଷ୍ଟ ବିଭିନ୍ନ ଯୋଜନା ଏବଂ ପଞ୍ଚାୟତ ତଥା ନିଜ ନିଜ\’ର ୱାର୍ଡର ଉନ୍ନତି କରିବା ପାଇଁ ସଚେତନ କରିଥିଲେ ।
ତୃତୀୟ ଦିନ\’ର ଶିବିର କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡ ସଭ୍ୟସଭ୍ୟାଙ୍କୁ କ୍ଷେତ୍ର ଭ୍ରମଣରେ ମୁନିସିଂ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମକୁ ପରିଦର୍ଶନ କରାଇବା ପରେ ପ୍ରମାଣ ପତ୍ର ସହ ସମସ୍ତଙ୍କର ମିଳିତ ଫୋଟ ସିସିଡି ସଂପାଦକ , ସମ୍ୱଳବ୍ୟକ୍ତି ଓ ଶ୍ରୀ ଦେବେନ୍ଦ୍ର ନାଥ କରଙ୍କ ଦ୍ୱାରା ପ୍ରଦାନ କରା ଯାଇଥିଲା ।
ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିରକୁ ସିସିଡି ଅନୁଷ୍ଠାନର କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930