Indus Valley Times

ଗଜପତି:୧୪-ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟାରେ ୫୬ ଜଣଙ୍କ ୬୫ଟି ନାମାଙ୍କନ ପତ୍ର ବିଧିବତ କାଏମ ।

 Breaking News

ଗଜପତି:୧୪-ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟାରେ ୫୬ ଜଣଙ୍କ ୬୫ଟି ନାମାଙ୍କନ ପତ୍ର ବିଧିବତ କାଏମ ।

January 22
18:33 2022

 ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ପାରଳାଖେମୁଣ୍ଡି(ଗଜପତି) ୨୨/୧: ଆସନ୍ତା ଫେବୃଆରୀ ମାସର ୧୬ ତାରିଖରୁ ୨୪ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ଅର୍ଥାତ ୧୬,୧୮,୨୦, ୨୨ ଏବଂ ୨୪ ତାରିଖ ଦିନ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ଅବସରରେ , ଆଜି ହେଉଛି ଏହି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲର ଯାଞ୍ଚ ପ୍ରକ୍ରିୟା ଦିନ । ତେବେ ଏହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲର ଯାଞ୍ଚ ପ୍ରକ୍ରିୟା ପରେ ପୂର୍ବରୁ ଦାଖଲ ହୋଇଥିବା ସମସ୍ତ  ୫୬ ଜଣଙ୍କ ୬୫ଟି ନାମାଙ୍କନ ପତ୍ର ବିଧିବତ କାଏମ ରହିଥିବା ଜିଲ୍ଲା ନିର୍ବାଚନ ତଥା ଉପଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି ।

ଏହି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଚଳିତ ମାସ’ର ଗତ ୧୭ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲର ନିର୍ଦ୍ଧାରିତ ସମୟ ସୀମା ରହିଥିଲା । ତେବେ ଏହି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଗଜପତି ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକ ପାଇଁ ରହିଥିବା ୧୪ ଗୋଟି ଜିଲ୍ଲା ପରିଷଦ ଜୋନ୍ ନିମନ୍ତେ ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳ ଯଥା:- ବିଜେଡି , କଂଗ୍ରେସ , ବିଜେପି ଓ ବାମଦଳ ମାନଙ୍କ ପକ୍ଷରୁ ମୋଟ ୫୬ ଜଣ ୬୫ଟି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ବେଳେ ସମସ୍ତ  ୬୫ଟି ଯାକ ନାମାଙ୍କନ ପତ୍ର ବିଧିବତ କାଏମ  ରହିଛି ।

ଆସନ୍ତାକାଲି ଅର୍ଥାତ ତା-୨୩/୧/୨୦୨୨ ରିଖ ମଧ୍ୟାହ୍ନ ୩’ଟା ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବତ ମନୋନୀତ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ନାମ ଓ ସେମାନଙ୍କ ନିର୍ବାଚନୀ ସିମ୍ବଲ(ଚିହ୍ନ) ସହ ପ୍ରକାଶ ପାଇବ ।

ଏହି ପ୍ରକାଶ ପାଇବା ଠାରୁ ଅର୍ଥାତ ତା:-୨୩/୧/୨୦୨୨’ରିଖ ମଧ୍ୟାହ୍ନ ୩ଟା ଠାରୁ ଆସନ୍ତା ୨୫ ତାରିଖ ମଧ୍ୟାହ୍ନ ୩’ଟା ପର୍ଯ୍ୟନ୍ତ  ସମୟ ମଧ୍ୟରେ ନିର୍ବାଚନ’ରେ ପ୍ରତିଦ୍ବନ୍ଦିତା ପାଇଁ ମୈଦାନ କ୍ଷେତ୍ରରେ ରହିଥିବା ପ୍ରାର୍ଥୀମାନେ ,  ଯେଉଁମାନେ ଚାହିଁବେ ସେମାନେ  ନିର୍ଦ୍ଧାରିତ ୯ ନଂ ଫର୍ମରେ ପୂରଣ କରି ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ପାରିବେ ବୋଲି ଜଣାଯାଇଛି ।

ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ଦିଲୀପ କୁମାର ମହାରଣା’ଙ୍କ ଉପସ୍ଥିତି ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡେପୁଟି ନିର୍ବାଚନ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ଭୂୟାଁ ଓ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ’ର କର୍ମଚାରୀ ମାନେ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ’ର ଯାଞ୍ଚ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031