Indus Valley Times

ଗଜପତି : ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତାର ତଦାରଖ ଦାବୀରେ ଗ୍ରାମବାସୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

 Breaking News

ଗଜପତି : ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତାର ତଦାରଖ ଦାବୀରେ ଗ୍ରାମବାସୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଗଜପତି : ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତାର ତଦାରଖ ଦାବୀରେ ଗ୍ରାମବାସୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
September 23
21:05 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୩/୯: ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ପରିଡା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ପାଇଁ ଅଙ୍ଗନବାଡି କର୍ମୀ ନିଯୁକ୍ତି ପ୍ରକ୍ରିୟାରେ ଅନ୍ୟ ଗ୍ରାମର ପ୍ରାର୍ଥୀନୀକୁ ନିଯୁକ୍ତି ଦେଇ ଘୋର ଅନିୟମିତତା ହୋଇଥିବା ଏବଂ ଏହାର ବିହିତ ତଦାରଖ କରାଯାଇ ସମ୍ପୃକ୍ତ ଗ୍ରାମର ପ୍ରାର୍ଥୀନୀକୁ ନିଯୁକ୍ତି ଦିଆଯିବା ଦାବିକରି ଆଜି ପାରଳାଖେମୁଣ୍ଡି ସ୍ଥିତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିଡା ଗ୍ରାମବାସୀ ଧାରଣାରେ ବସିଥିଲେ ।
ଏ ସମ୍ପର୍କରେ ପରିଡା ଗ୍ରାମବାସି ସେମାନଙ୍କ ଅଭିଯୋଗରେ ସେମାନେ ଦର୍ଶାଇଛନ୍ତି ଯେ , ଗତ ମାସରେ ଆମ ପରିଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ରପାଇଁ ଖାଲିଥିବା ଅଙ୍ଗନବାଡି କର୍ମୀ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଉକ୍ତ ପଦବୀ ନିମନ୍ତେ ୨ ଜଣ ପ୍ରାର୍ଥୀନୀ ଥିବାବେଳେ ଜଣେ ପରିଡା ନଳିନୀ ଶବର ଗ୍ରାମର ଏବଂ ଅନ୍ୟଜଣେ ନିକଟସ୍ତ ଲାଲୁସାହି ଗ୍ରାମର କୁମାରୀ ସେବତୀ କାଟା ଥିଲେ ।
ତେବେ ପରିଡା ଗ୍ରାମବାସୀଙ୍କ ଧାରଣା ଥିଲା ଯେ , ଗ୍ରାମର ଜଣେ ମାତ୍ର ପ୍ରାର୍ଥୀନୀ ନଳିନୀ ଶବର ରହିଛି ଏବଂ ସେହିଁ ନିଯୁକ୍ତି ପାଇବ ।
ହେଲେ ଏହି ନିଯୁକ୍ତି ପ୍ରକ୍ରିୟାରେ ଘୋର ଚଞ୍ଚକତା କରାଯାଇ ଲାଲୁସାହି ଗ୍ରାମର କୁମାରୀ ସେବତୀକୁ ବେନିୟମ ଭାବେ ଚୟନ କରାଯାଇ ନିଯୁକ୍ତି ଦିଆଯାଇଛି ।
ଯାହାକି ଏହି ନିଯୁକ୍ତି ସମ୍ପୂର୍ଣ୍ଣ ଭାବେ ବେଆଇନ । କୁମାରୀ ସେବତୀ ଜାଲକରି ଆମ ପରିଡା ଗ୍ରାମର ବୋଲି ସମସ୍ତ ପ୍ରମାଣପତ୍ର ଯଥା:- ଆଧାରକାର୍ଡ , ଭୋଟ ପରିଚୟ ପତ୍ର ଓ ରାସନକାର୍ଡ ପ୍ରଭୃତି ଚଞ୍ଚକତା କରି ହାତେଇଛି । ଏଥି ପୂର୍ବରୁ ଲାଲୁସାହି ଗ୍ରାମର ଅଙ୍ଗନବାଡି କର୍ମୀ ଆମ ପରିଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଦାୟିତ୍ୱରେ ଥିଲେ , ତେଣୁ ଏଭଳି ବେନିୟମ ଚଂଚକତା ହୋଇଛି ।
ଏହି କେନ୍ଦ୍ର ପାଇଁ ଲାଲୁସାହି ଗ୍ରାମର ପ୍ରାର୍ଥୀନୀ ନିଯୁକ୍ତି ପାଇବା ନିମନ୍ତେ ଟଙ୍କା କାରବାର କରି ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରାଯାଇ ଏଭଳି ଚଂଚକତା କରାଯାଇଛି ବୋଲି ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ମଧ୍ୟ ସମସ୍ତ ପ୍ରମାଣପତ୍ର ସହ ଅଭିଯୋଗ କରିଥିଲୁ। । ହେଲେ ଯେଉଁ ସିଡିପିଓ ଏଭଳି ଅନିୟମିତତା କରିଛନ୍ତି , ତାଙ୍କୁହିଁ ଏହାର ତଦାରଖ ଦାୟିତ୍ୱ ଦିଆଯାଇ ସମ୍ପୃକ୍ତ କୁମାରୀ ସେବତୀ ଅନ୍ୟ ଗ୍ରାମର ବୋଲି ଜାଣିସୁଦ୍ଧା ତାଙ୍କୁହିଁ ନିଯୁକ୍ତି ଦେଲେ ।
ଏଭଳି ଅନିୟମିତତା କରି ଦିଆ ଯାଇଥିବା ନିଯୁକ୍ତିକୁ ଆମେ ଗ୍ରାମବାସୀ ସମ୍ପୂର୍ଣ୍ଣ ଭାବେ ଦୃଢ଼ ବିରୋଧ କରୁଛୁ ।
ଏଭଳି ଅନିୟମିତତା କରି ଦିଆଯାଇଥିବା ନିଯୁକ୍ତିର ବିହିତ ତଦାରଖ କରାଯାଇ ଆମ ଗ୍ରାମବାସୀଙ୍କୁ ଏ ଦିଗରେ ଉଚିତ ନ୍ୟାୟ ପ୍ରଦାନ କରାଯିବା ପୂର୍ବକ ଆମ ଗ୍ରାମର ନଳିନୀ ଶବରକୁ ଆମ ପରିଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପାଇଁ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ଦିଆଯାଉ । ଏହା ନ ହେଲେ ଆମେ ପରିଡା ଗ୍ରାମବାସୀ , ପ୍ରତିବାଦ ସ୍ବରୂପ ଅନ୍ୟ ଗ୍ରାମର ପ୍ରାର୍ଥୀନୀକୁ ଆମ ଗ୍ରାମରେ ଅଙ୍ଗନବାଡି କର୍ମୀ ଭାବେ କାମ କରିବାର ସୁଯୋଗ ଦେବୁନାହିଁ । ଏହାର ଦୃଢ଼ ପ୍ରତିବାଦ କରି ଆମେ ଆନ୍ଦୋଲାନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁବୋଲି ଅଭିଯୋଗ କରି କହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031