Indus Valley Times

ଗଜପତି: ଅସହାୟ ୫ ଟି ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କଲା ଗଜପତି ଜିଲ୍ଲା ପ୍ରଶାସନ

 Breaking News

ଗଜପତି: ଅସହାୟ ୫ ଟି ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କଲା ଗଜପତି ଜିଲ୍ଲା ପ୍ରଶାସନ

May 17
20:21 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୫: ଗଜପତି ଜିଲ୍ଲା ମୋହନା ବ୍ଲକ୍ର ଅନ୍ତରବା ଏବଂ ଆଲିଗଣ୍ଡା ଗ୍ରାମରେ ପିତାଙ୍କୁ ହରାଇ ଅତି ଦୟନୀୟ ଅବସ୍ଥାରେ ବସବାସ କରୁଥିବା ୫ ଜଣ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ଉପଯୁକ୍ତ ଥଇଥାନ କରିଛି ଗଜପତି ଜିଲ୍ଲା ପ୍ରଶାସନ ।
ସୂଚନା ପ୍ରକାରେ ପ୍ରକାଶ ଯୋଗ୍ୟ ଯେ , ମୋହନା ବ୍ଲକ ଆଲିଗଣ୍ଡା ଗ୍ରାମର ଜୀବନ ମଲ୍ଲିକଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଶାନ୍ତି ମଲ୍ଲିକ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଯାହା ଦ୍ବାରା କି , ତାଙ୍କର ଥିବା ପାଞ୍ଚଟି ଛୁଆଙ୍କ ଲାଲନ ପାଳନ କରିବା ତାଙ୍କ ପକ୍ଷେ ଘୋର ଅସମ୍ଭବ ହୋଇ ପଡ଼ିଥିଲା।
ତେବେ ବିଭିନ୍ନ ସୂତ୍ରରୁ ଖବର ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଥିବା ଚାଇଲଡ-ଲାଇନ୍ ଏବଂ ଶିଶୁ ଯତ୍ନ ଅନୁଷ୍ଠାନ ଓ ଜରାଉ ର କର୍ମକର୍ତ୍ତା ୩ ଟି ପୁତ୍ର ସନ୍ତାନଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଡ଼େ-ଷ୍ଟାର” ହୋମ୍ ଶିଶୁ ଯତ୍ନ ଅନୁଷ୍ଠାନ , ଜରାଉ , ମୋହନାରେ ଥଇଥାନ କରିଛନ୍ତି ଏବଂ ସେମାନଙ୍କ ଅଧା ରହି ଯାଇଥିବା ଶିକ୍ଷା କିପରି ପୁର୍ଣ୍ଣ ହେବ , ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି ।
ଏହି ମହିଳାଙ୍କ ଅନ୍ୟ ୨ଟି ଝିଅଙ୍କ ଯତ୍ନ ନେବା ଲାଗି ସିଡିପିଓ , ମୋହନାଙ୍କୁ ଅନୁରୋଧ କରାଯାଇଛି । ମାନସିକ ଭାରସାମ୍ୟ ହରାଇଥିବା ମାଆ ର ମଧ୍ୟ ଚିକିତ୍ସାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ , ଗଜପତିଙ୍କୁ ଅନୁରୋଧ କରାଯାଇଛି ।
ସେହିପରି ଅନ୍ତରବା ଗ୍ରାମର ଲୋକା ବିରଙ୍କ ମୃତ୍ୟୁ ପରେ ପରିବାରର ପ୍ରତିପୋଷଣ କରିବାରେ ଅସମର୍ଥ ତଥା ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ରୂପା ବୀରଙ୍କ ୨ଟି ସନ୍ତାନଙ୍କୁ ମଧ୍ୟ ଥଇଥାନ ଏବଂ ଉଚିତ୍ ଶିକ୍ଷା ନିମନ୍ତେ “ଡ଼େ-ଷ୍ଟାର” ହୋମ୍ ଶିଶୁ ଯତ୍ନ ଅନୁଷ୍ଠାନ , ଜରାଉ , ମୋହନାରେ ଥଇଥାନ କରାଯାଇଛି ।
ଉପରୋକ୍ତ ୫ଟି ଶିଶୁଙ୍କ ଶିକ୍ଷା ଏବଂ ଭବିଷ୍ୟତ\’କୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031