Indus Valley Times

ଗଜପତି: ଆକାଂକ୍ଷା ଅନୁଷ୍ଠାନ ପକ୍ଷରୁ ବୃଦ୍ଧାଶ୍ରମ “ଆଶ୍ରା” ରେ ଦୀପାବଳି ଉତ୍ସବ ପାଳନ

 Breaking News

ଗଜପତି: ଆକାଂକ୍ଷା ଅନୁଷ୍ଠାନ ପକ୍ଷରୁ ବୃଦ୍ଧାଶ୍ରମ “ଆଶ୍ରା” ରେ ଦୀପାବଳି ଉତ୍ସବ ପାଳନ

ଗଜପତି: ଆକାଂକ୍ଷା ଅନୁଷ୍ଠାନ ପକ୍ଷରୁ ବୃଦ୍ଧାଶ୍ରମ “ଆଶ୍ରା” ରେ ଦୀପାବଳି ଉତ୍ସବ ପାଳନ
November 05
09:44 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୫/୧୧: ପାରଳାଖେମୁଣ୍ଡି ସହର ଉପକଣ୍ଠରେ ସୁପୁତ୍ର ଅନୁଷ୍ଠାନ ପକ୍ଷରୁ ଚାଲିଥିବା ବୃଦ୍ଧାଶ୍ରମ ଆଶ୍ରା ଗୃହରେ ଜିଲ୍ଲାର ଅଗ୍ରଣୀ ମହିଳା ଅନୁଷ୍ଠାନ ଆକାଂକ୍ଷା ଆନୁକୂଲ୍ୟରେ ମହିଳା ମାନଙ୍କ ଦ୍ୱାରା ଗୁରୁବାର ଦିନ ବୃଦ୍ଧବୃଦ୍ଧା ଅନ୍ତେବାସୀଙ୍କ ସହ ପବିତ୍ର ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି ।ରିବାରର ସ୍ନେହ-ମମତାରୁ ବଞ୍ଚିତ ହୋଇଥିବା ୨୫ ଜଣ ବୃଦ୍ଧବୃଦ୍ଧା ଅନ୍ତେବାସୀ ଏହି ଆଶ୍ରା ଗୃହରେ ବହୁବର୍ଷ ଧରି ଜୀବନ ବିତାଇ ଆସୁଛନ୍ତି । ଆଜିର ପବିତ୍ର ଦୀପାବଳି ପର୍ବ ଦିନରେ ଆକାଂକ୍ଷା ମହିଳା ଅନୁଷ୍ଠାନର ମହିଳା ସଦସ୍ୟା ମାନେ ଅନେବାସୀଙ୍କ ସହିତ ଦୀପ ଜାଳି ସେମାନଙ୍କୁ ମିଠା ଓ ଫଳ ଖୁଆଇ ସେମାନଙ୍କ ସହ ଦୀପାବଳୀ ପର୍ବ ପାଳନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଆକାଂକ୍ଷା ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ , ଉପସଭାନେତ୍ରୀ ଶ୍ରୀମତୀ ଅନିତା ମିଶ୍ର , ଉପଦେଷ୍ଟା ଡ଼ଃ କଲ୍ୟାଣୀ ମିଶ୍ର , ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଠୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଗଣ ଉପସ୍ଥିତ ରହି ଅନ୍ତେବାସୀ ମାନଙ୍କ ସହିତ ବହୁ ସମୟ ବିତାଇ ଖୁସି ମନାଇବା ସହ ଅନ୍ଧାର ଉପରେ ଆଲୋକର ବିଜୟ ବୋଲି କହି ସେମାନଙ୍କ ସୁଖ , ଶାନ୍ତି ଓ ସମୃଦ୍ଧିର ଚୀର କାମନା କରିଥିଲେ।
ଶେଷରେ ଅନ୍ତେବାସୀ ମାନଙ୍କ ପକ୍ଷରୁ ମନଲୋଭା ଚିତ୍ତକର୍ଷକ ଭଜନ ଓ ଜଣାଣ ସବୁ ପରିବେଷଣ କରା ଯାଇଥିଲା ।
ଆଶ୍ରା ଅନୁଷ୍ଠାନର ମୁଖ୍ୟ ପରିଚାଳକ ଶ୍ରୀ ସୀତାକାନ୍ତ ଦାସ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031