Indus Valley Times

ଗଜପତି: ଆକାଂକ୍ଷା ବ୍ଲକ ଗୁମ୍ମା ଅନ୍ତର୍ଗତ ଝାମୀ ଗ୍ରାମରେ କିଶୋରୀ ମେଳା ଅବସରରେ ବିଭିନ୍ନ ସଚେତନତା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଆକାଂକ୍ଷା ବ୍ଲକ ଗୁମ୍ମା ଅନ୍ତର୍ଗତ ଝାମୀ ଗ୍ରାମରେ କିଶୋରୀ ମେଳା ଅବସରରେ ବିଭିନ୍ନ ସଚେତନତା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

January 28
21:58 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୧ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ତଥା ଆକାଂକ୍ଷା ବ୍ଲକ୍ ଭାବେ ପରିଚିତ ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ଗ୍ରାମ ଠାରେ ଆଜି କିଶୋରୀ ମେଳା କାର୍ଯ୍ୟକ୍ରମ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ କିଶୋରୀ ବାଳିକା ମାନଙ୍କୁ ନେଇ ବିଭିନ୍ନ ସଚେତନତା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି ।

କିଶୋରୀ ମେଳା ଅବସରରେ ଝାମୀ ଗ୍ରାମ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଆଇସିଡ଼ିଏସ: ସୁପରଭାଇଜର ଶ୍ରୀମତୀ ରାଜେଶ୍ୱରୀ ପାତ୍ର ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ କିଶୋରୀ ମାନଙ୍କ ଶିକ୍ଷା , ସ୍ୱାସ୍ଥ୍ୟ ଓ ପୋଷଣତା ଉପରେ ଉପସ୍ଥିତ ବାଳିକା ମାନଙ୍କୁ ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଝାମୀ ସରପଞ୍ଚ ଶ୍ରୀମତୀ ମୀନାକ୍ଷୀ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ କିଶୋରୀ ବାଳିକା ମାନେ ନିଜର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ସହ ଶିକ୍ଷା ଓ ପୋଷଣ ଯୁକ୍ତ ଖାଦ୍ୟ ଉପରେ ଅଧିକ ଯତ୍ନବାନ ହୋଇ ଜଣେ ଉତ୍ତମ ମା ହେବା ସହ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ , ଏଏନଏମ: ଅହଲ୍ୟା ସାମଲ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପ୍ରେମ” ର କୁମୁଦିନୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ରହି କିଶୋରୀ ବାଳିକା ମାନେ ଆସନ୍ତା ଦିନ ମାନଙ୍କରେ ନିଜକୁ କିଭଳି ସୁସ୍ଥ ରଖିବେ ସେ ଦିଗରେ ଉପାଦେୟ ବିଷୟ ଉପରେ କହିବା ସହ କିଶୋରୀ ମାନଙ୍କ ବୌଦ୍ଧିକ ବିକାଶ ଏବଂ ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଏହି ଅବସରରେ ଆଇଏଫଏ: ଓ ଅଣ୍ଡା ବଣ୍ଟନ କରାଯିବା ସହ କିଶୋରୀ ବାଳିକା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା:- ନୃତ୍ୟ , ଚିତ୍ରାଙ୍କନ ଏବଂ ମ୍ୟୁଜିକାଲ ଚେୟାର ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
ସେହିଭଳି କାର୍ଯ୍ୟକ୍ରମ ଅବସରରେ ପରୀକ୍ଷାରେ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା କିଶୋରୀଙ୍କୁ ପୁରସ୍କାର ଓ ମାନପତ୍ର ଦିଆ ଯାଇଥିଲା ।
ଶେଷରେ କିଶୋରୀ ବାଳିକା ମାନଙ୍କ ଉଚ୍ଚତା ଓ ଓଜନ ମାପ ସହ ରକ୍ତ ହୀନତା ଏବଂ ସିକିଲ ଟେଷ୍ଟ ପ୍ରଭୃତି ପରୀକ୍ଷା କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମର କିଶୋରୀ ବାଳିକାଙ୍କ ସମେତ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031