Indus Valley Times

ଗଜପତି: ଆଜାଦିକା ଅମୃତ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ୱଚ୍ଛସାଥୀ ମାନଙ୍କ ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମ

 Breaking News

ଗଜପତି: ଆଜାଦିକା ଅମୃତ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ୱଚ୍ଛସାଥୀ ମାନଙ୍କ ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମ

ଗଜପତି: ଆଜାଦିକା ଅମୃତ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ୱଚ୍ଛସାଥୀ ମାନଙ୍କ ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମ
September 29
20:02 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୯ /୯ : ଆଜାଦୀକା ଅମୃତ ମହୋତ୍ସବ ସପ୍ତାହ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ପାରଳାଖେମୁଣ୍ଡି ଠାରେ ପୌର ପରିଷଦର ସ୍ୱଚ୍ଛସାଥୀ ମାନଙ୍କ ଦ୍ୱାରା ସ୍ଵଛତା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ଜାରୀ ରହିଛି ।
ଏହି ଅବସରରେ ସ୍ୱଚ୍ଛସାଥୀ ମାନେ ସଚେତନତା ବ୍ୟାନର ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ପୌର ପରିଷଦର ବିଭିନ୍ନ ୱାର୍ଡ ଓ ସାହିବସ୍ତି ବୁଲି ଲୋକ ମାନଙ୍କୁ ସ୍ଵଛତା ଉପରେ ସଚେତନ କରାଉଛନ୍ତି ।
ଏହି ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟତଃ ପ୍ରତିଦିନ ଘରେ ବାହାରୁଥିବା ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସବୁକୁ କିଭଳି ଡଷ୍ଟବିନ ମଧ୍ୟରେ ପକାଇ ରଖିବାକୁ ହେବ , ଏଥିସହ ନିଜ ଅଞ୍ଚଳ ପରିବେଶକୁ କିଭଳି ସ୍ୱଚ୍ଛ ରଖିବେ , ସେ ସମ୍ପର୍କରେ ସ୍ୱଚ୍ଛସାଥୀ ମାନେ ଲୋକମାନଙ୍କୁ ବୁଝାଇ ସଚେତନ କରାଥିଲେ ।
ଏହି କାର୍ଯ୍ୟକ୍ରମରେ ପାରଳା ପୌର ପରିଷଦ ଅନ୍ତର୍ଗତ ସମସ୍ତ ସ୍ୱଚ୍ଛସାଥୀ ଅଂଶଗ୍ରହଣ କରି ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା , ସ୍ୱଚ୍ଛ ଗଜପତି ସୁସ୍ଥ ଗଜପତି ଏବଂ ସ୍ୱଚ୍ଛ ପାରଳା ସୁସ୍ଥ ପାରଳାର ସ୍ଵଛତା ବାର୍ତ୍ତା ବାଣ୍ଟିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031