Indus Valley Times

ଗଜପତି: ଆଜାଦିକା ଅମୃତ ମହୋତ୍ସବଡାକ-ବିଭାଗ ପକ୍ଷରୁ ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

 Breaking News

ଗଜପତି: ଆଜାଦିକା ଅମୃତ ମହୋତ୍ସବଡାକ-ବିଭାଗ ପକ୍ଷରୁ ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ଗଜପତି: ଆଜାଦିକା ଅମୃତ ମହୋତ୍ସବଡାକ-ବିଭାଗ ପକ୍ଷରୁ ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ
October 13
09:40 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୩/୧୦ : ଆଜାଦିକା ଅମୃତ ମହୋତ୍ସଵ ଅବସରରେ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଗତ ୯ ତାରିଖରୁ ଆରମ୍ଭ ହୋଇଛି ଜାତୀୟ ଡାକ ସପ୍ତାହ କାର୍ଯ୍ୟକ୍ରମ । ଆସନ୍ତା ୧୬ ତାରିଖ ଦିନ ଏହା ଶେଷ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ଡାକ ବିଭାଗ ପକ୍ଷରୁ ଯୋଗାଇ ଆସୁଥିବା ବିଭିନ୍ନ ଉତ୍ସର୍ଗୀକୃତ ସେବା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି ।
ଏହି ଅବସରରେ ସମଗ୍ର ଗଜପତି ଜିଲ୍ଲାରେ ମଧ୍ୟ ୯ ତାରିଖରୁ ୧୬ ତାରିଖ ମଧ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ଲୋକମାନଙ୍କୁ ଯେଭଳି ଶତ ପ୍ରତିଶତ ସେବା ଯୋଗାଇ ଦେଇହେବ , ସେଥିପାଇଁ ଡାକବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।
ତାଳ ଓ ସମୟ କ୍ରମରେ ଲୋକମାନେ ଡାକ ବିଭାଗ ଠାରୁ ଯେଭଳି ମୁହଁ ମୋଡି ନ ନେବେ , ସେଥିପ୍ରତି ଦୃଷ୍ଟିଦେଇ ଡାକ ବିଭାଗ ଲୋକମାନଙ୍କୁ ବିଭିନ୍ନ ଉନ୍ନତିମୂଳକ ସେବା ଯୋଗାଇ ଆସୁଛି ।
ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ ଦେଖିବାକୁ ଗଲେ ସହରରେ ମୁଖ୍ୟ-ଡାକଘର ସହ ପ୍ରତି ଗ୍ରାମରେ ଡାକଘର ରହିଛି । ଯେଉଁଥିଲେ କି ୨ ଲକ୍ଷରୁ ଅଧିକ ଗ୍ରାହକ ରହିଛନ୍ତି । ଲୋକମାନଙ୍କୁ ଡାକ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସଚେତନତା ରାଲି ମାଧ୍ୟମରେ ସଚେତନ କରାଯିବା ସହ ବିଭିନ୍ନ ସଚେତନତା ସଭା-ସମିତି ମଧ୍ୟ କରାଯାଉଛି ।
ଯାହା ମାଧ୍ୟମରେ ଲୋକମାନେ ଡାକ-ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ ହୋଇ ଏବଂ ଏ ଦିଗରେ ଆଗ୍ରହ-ଭାବ ପ୍ରକାଶ କରି ଡାକ କାର୍ଯ୍ୟାଳୟରେ ସେମାନଙ୍କ ଜମାଖାତା ତଥା ଏକାଉଣ୍ଟ ଖୋଲି ପାରିବେ ଏବଂ ନିଜ-ନିଜକୁ ଏ ଦିଗରେ ନିଶ୍ଚିତ ଓ ସୁରକ୍ଷିତ କରିପାରିବେ ଡାକ-ବିଭାଗ ମାଧ୍ୟମରେ ।
ଗତ ଦେଢ ବର୍ଷ ହେଲାଣି , କରୋନା ପରିସ୍ଥିତିର ସମୟ ଯେମିତି ଥିଲା ଏବଂ ସେଥିରେ ଅନ୍ୟ ବେସରକାରୀ ସେକ୍ଟର ଗୁଡାକ ଯେଉଁଭଳି ଡାଉନ ହୋଇଗଲା , ସେହି ସମୟରେ ଲୋକ ମାନଙ୍କ ପାଇଁ ଡାକ-ବିଭାଗ ବିଭିନ୍ନ ସେବାମୂଳକ କାର୍ଯ୍ୟ କରିଆସିଛି । ସେହି କାର୍ଯ୍ୟକୁ ଅହ-ରହ ବଜାୟ ରଖିବା ପାଇଁ ଡାକ-ବିଭାଗ ଆଜି ୯ରୁ ୧୬ ତାରିଖ ମଧ୍ୟରେ ବିଭିନ୍ନ ସେବାମୂଳକ କାର‌୍ୟ୍ୟକ୍ରମ ସହିତ ସଚେତନତା କାର୍ଯ୍ୟକ୍ରମ କରିଆସୁଛି।
ଅନ୍ୟପକ୍ଷରେ ଗଜପତି ଜିଲ୍ଲାରେ ଡାକ-ବିଭାଗ ପକ୍ଷରୁ ମୁଖ୍ୟ ଡାକଘର , ଉପଖଣ୍ଡିୟ ଡାକଘର ଓ ପ୍ରତି ଗ୍ରାମସ୍ତରରେ ଶାଖା ଡାକ କାର୍ଯ୍ୟାଳୟ ସବୁ ରହିଛି । ସେଠାରେ କାଉଣ୍ଟର ମାଧ୍ୟମରେ ଲୋକଙ୍କୁ ଡାକବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରତିଦିନ ଉତ୍ତମ ସେବା ସହଜେ ଓ ଠିକ ସମୟରେ ଯୋଗାଇ ଦେଇଆସୁଛି । ଯାହାକି , ଏହି ସେବା ଗୁଡିକ ମଧ୍ୟରେ ମୁଖ୍ୟତଃ ପିଏଲଆଇ , ଆରପିଏଲଆଇ ଓ ଏସବି କାର୍ଯ୍ୟ ପ୍ରଭୃତି କରାଯିବା ସହ ଜମା ବଢ଼ାଯିବା , ଲୋକଙ୍କ ଚିଠିପତ୍ର ବୁକିଙ୍ଗ , ମନିଅର୍ଡର ବ୍ୟବସ୍ଥା ପ୍ରଭୃତି ହୋଇପାରୁଛି । ଏତଦ ବ୍ୟତୀତ ବର୍ତ୍ତମାନ ସିଏଚସି ଯୋଗୁଁ ପାସପୋର୍ଟ ମଧ୍ୟ ବୁକିଙ୍ଗ ହୋଇପାରୁଛି ବୋଲି ଡାକ ବିଭାଗର ଡାକ-ନିରୀକ୍ଷକ ଶ୍ରୀ ରଘୁନାଥ ନାୟକ ଓ ମୁଖ୍ୟ ଡାକଘର ଇନଚାର୍ଜ ପୋଷ୍ଟ-ମାଷ୍ଟର ଶ୍ରୀ କେ: ନାରାୟଣ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031