Indus Valley Times

ଗଜପତି: ଆଜାଦିକା ଅମୃତ ମହୋତ୍ସବ ଅବସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଆଜାଦିକା ଅମୃତ ମହୋତ୍ସବ ଅବସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଆଜାଦିକା ଅମୃତ ମହୋତ୍ସବ ଅବସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
October 23
19:34 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୩/୧୦ : ଆଜାଦିକା ଅମୃତ ମହୋତ୍ସବ ଅବସରରେ ପାରଳାଖେମୁଣ୍ଡି ଠାରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ-ଭାରତ ତଥା କ୍ଲିନ-ଇଣ୍ଡିଆ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇ ଯାଇଛି ।
ଏହି ଅବସରରେ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏହି ସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଫରେଷ୍ଟ ଅଫିସ ଛକ ଠାରୁ ଆରମ୍ଭ ହୋଇ ଓଡିଶା-ଆନ୍ଧ୍ର ସୀମାନ୍ତ ପ୍ରାୟ ୫ କିମି: ଦୂରତା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।
ଏହି ମଧ୍ୟରେ ନେହେରୁ ଯୁବ କେନ୍ଦ୍ରର ପାରଳାଖେମୁଣ୍ଡି ସମେତ କାଶୀନଗର , ଆର୍: ଉଦୟଗିରି , ନୂଆଗଡ ଓ ଗୁମ୍ମା ପ୍ରଭୃତି ବ୍ଲକର ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ । ସ୍ବେଛାସେବୀ ମାନେ ଫରେଷ୍ଟ ଛକଠାରୁ ଆରମ୍ଭ କରି ସୀମାନ୍ତ ରାସ୍ତା ପର୍ଯ୍ୟନ୍ତ , ରାସ୍ତାର ଉଭୟ ପାର୍ଶ୍ଵ ରାସ୍ତା ଓ ପାଖତଡ଼ ଗଳିକନ୍ଦି ଅଞ୍ଚଳରେ ପଡି ରହିଥିବା ପ୍ଲାଷ୍ଟିକ ଓ କାଚ ବର୍ଜ୍ୟବସ୍ତୁ ସବୁ ଗୋଟାଇ ବଡ଼ ବଡ଼ ଜରି-ବ୍ୟାଗରେ ସଂଗ୍ରହ କରିଥିଲେ ।
ସମସ୍ତ ସଂଗ୍ରହ ବର୍ଜ୍ୟବସ୍ତୁ ଏକାଠି କରି ଶେଷରେ ପୌର ପରିଷଦକୁ ହସ୍ତାନ୍ତର କରିଥିଲେ । ଏହା ପ୍ରାୟ ୩୫ ଗୋଟି ବଡ଼ ଜରି- ବସ୍ତାରେ ୧୦୦ କେଜିରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ ଓ କାଚ ବର୍ଜ୍ୟବସ୍ତୁ ଗୋଟାଇ ସଂଗ୍ରହ କର ଯାଇଥିଲା ।
ଏହି ସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗତ ୧ ତାରିଖ ଠାରୁ ପାରଳାଖେମୁଣ୍ଡି ସମେତ ସମଗ୍ର ଜିଲ୍ଲାରେ ଆରମ୍ଭ କରାଯାଇଛି ଏବଂ ଏହା ଚଳିତ ମାସର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ଏବଂ ଏହି ମଧ୍ୟରେ ୧୫ ହଜାର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଗୋଟାଇ ସଂଗ୍ରହ କରାଯିବାର ଲକ୍ଷଧାର୍ଯ୍ୟ ରହିଛି । ପ୍ରତିଦିନ ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ ଜାରି ରହିଛି ।
ଏହାର ମୁଖ୍ୟ ଉଦ୍ଦେଶ୍ୟ ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର କହିଛନ୍ତି ଯେ , ଏଣେତେଣେ ପଡିଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସବୁ ଗୋଟାଇ ସଫାକରିବା ସହ ଏକ ପ୍ଲାଷ୍ଟିକ-ମୁକ୍ତ ସମାଜ ଗଠନ କରିବା ଲକ୍ଷ ।
ନେହେରୁ ଯୁବକେନ୍ଦ୍ର ପକ୍ଷରୁ ପ୍ଲାଷ୍ଟିକ-ମୁକ୍ତ ସମାଜ ଗଠନ ପାଇଁ ପ୍ରୟାସ କରାଯାଉଛି , ଯେମିତି କି , ପ୍ଲାଷ୍ଟିକକୁ ଲୋକେ କିଭଳି ଆଉ ବ୍ୟବହାର କରିବେ ନାହିଁ। ସେଥିପାଇଁ ଏହି ସ୍ୱଚ୍ଛ-ଭାରତ ତଥା କ୍ଲିନ-ଇଣ୍ଡିଆର ମହତ ଉଦ୍ଦେଶ୍ୟ ରଖି ଏଭଳି କାର୍ଯ୍ୟକ୍ରମ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ଓ କାଚ ବର୍ଜ୍ୟବସ୍ତୁ ଗୋଟାଇ ସଂଗ୍ରହ କରାଯାଉଛି । ଯେତେ ପ୍ଲାଷ୍ଟିକ- ବର୍ଯ୍ୟବସୁ ସବୁ ସଂଗ୍ରହ କରାଯାଉଛି , ସେ ସବୁକୁ ଏକ ସ୍ଥାନରେ ଗଦା କରି ରଖାଯାଉଛି । ପରେ ସେ ସବୁକୁ ଠିକଣା ଜାଗାରେ ଗଦା କରିବା ପାଇଁ ପୌରସଂସ୍ଥାକୁ ହସ୍ତାନ୍ତର କରାଯାଉଛି ବୋଲି ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ କୁମାର ମହାପାତ୍ର କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର ପ୍ରଶିକ୍ଷିକା ମୋହିନୀ ପ୍ରଧାନଙ୍କ ସମେତ କାଶୀନଗର ବ୍ଲକର ଏସ: ପ୍ରବୀଣ କୁମାର , ପାରଳାଖେମୁଣ୍ଡି\’ର ଏ: ମହେଶ୍ବର ରାଓ ଓ ଭି: ଭବାନୀ ପ୍ରସାଦ , ନୂଆଗଡ ବ୍ଲକର ଚକାଡୋଳା ଗୌଡ଼ ଓ ମାସିକା ମଣ୍ଡଳ , ଆର୍:ଉଦୟଗିରି ବ୍ଲକର ହରିଚନ୍ଦନ ପ୍ରଧାନ ଓ ବ୍ରହ୍ମକେଶ ଦଳାଇ ଏବଂ ଗୁମ୍ମା ବ୍ଲକର ଭାସ୍କର ଘାଣ୍ଟ। ପ୍ରମୁଖ ଅଂଶଗ୍ରହଣ କରିଥିଲେ। ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031