Indus Valley Times

ଗଜପତି: ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଜିଲ୍ଲାସ୍ତରୀୟ ମକଡ୍ରିଲ ପ୍ରଦର୍ଶନ କାର୍ଯ୍ୟକ୍ରମ

 Breaking News

ଗଜପତି: ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଜିଲ୍ଲାସ୍ତରୀୟ ମକଡ୍ରିଲ ପ୍ରଦର୍ଶନ କାର୍ଯ୍ୟକ୍ରମ

December 29
21:39 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୧୨:ଗଜପତି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସହର ଉପକଣ୍ଠ ରେ ଥିବା ପବିତ୍ର ମହେନ୍ଦ୍ର ତନୟା ନଦୀ ଠାରେ ଆଜି ଆଜାଦିକା ଅମୃତ ମହୋତ୍ସବ ଅବସରରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଏକ ମକ-ଡ୍ରିଲ ଓ ସଚେତନତା କାର୍ଯ୍ୟକ୍ରମ ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସମେତ ଏଡିଏମ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସରୋଜ କୁମାର ବେହେରା , ଡିଡବ୍ଲ୍ୟୁଓ ଶ୍ରୀ ସନ୍ତୋଷ କୁମାର ରଥ , ଜିଲ୍ଲା ଏମ୍ପ୍ଲଆମେଣ୍ଟ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ଅଧିକାରୀ , କାଶୀନଗର ଏନଏସି ନିର୍ବାହୀ ଅଧିକାରୀ ଡ଼ଃ ସତ୍ୟ ସଂପନ୍ନା ରାଉତ , ଏଏଫଓ ଶ୍ରୀମତୀ ଲିଶା ବେହେରା , ଉଦ୍ୟାନ ବିଭାଗ ଉପ-ନିର୍ଦ୍ଦେଶକ ଶ୍ରୀ ସୁଦର୍ଶନଙ୍କ ସମେତ ବହୁ ସଂଖ୍ୟାରେ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାକୃତିକ ବିପର୍ଯ୍ୟୟର କଡା ମୁକାବିଲା କରିବା ସମୟରେ ଧନ ସମ୍ପତି ଅପେକ୍ଷା ମନୁଷ୍ୟ ତଥା ପ୍ରାଣୀଧନ ର ଜୀବନ ବଞ୍ଚାଇବା ଦିଗରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହ ପ୍ରାକୃତିକ ବିପର୍ଯ୍ୟୟ କିପରି ସଫଳତାର ସହ ମୁକାବିଲା କରାଯାଇ ପାରିବ ଏବଂ ଧନଜୀବନ କ୍ଷୟକ୍ଷତିରୁ ରକ୍ଷା କରା ଯାଇପାରିବ ସେଥିପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ବୋଲି କହିଥିଲେ ।
ଏହି ଅବସରରେ କଟକ ସ୍ଥିତ ମୁଣ୍ଡଳୀରୁ ଟିମ କମାଣ୍ଡର ଶ୍ରୀ ଶୈଳେନ୍ଦ୍ର କୁମାର ପ୍ରସାଦଙ୍କ ନେତୃତ୍ୱରେ ଆସିଥିବା ୩୪ ଜଣିଆ ଏନ୍ଡିଆର୍ଏଫ୍ ୩ୟ ବାଟାଲିଅନ ଦଳ ଓ ପାରଳାଖେମୁଣ୍ଡି ଅଗ୍ନିଶମ ଅଧିକାରୀ ଶ୍ରୀ ରଜନୀ କାନ୍ତ ଗୌଡ଼ଙ୍କ ନେତୃତ୍ୱରେ ଆସିଥିବା ୮ ଜଣିଆ ଜିଲ୍ଲା ଆଗ୍ନିଶମ ବିଭାଗର କର୍ମଚାରୀମାନ ମକ୍ ଡ୍ରିଲ କାର୍ଯ୍ୟକ୍ରମ ନେଇ ବିଶେଷ ତାଲିମ, ସଜାଗ ଓ ଉଦ୍ଧାର କାର୍ଯ୍ୟକ୍ରମକୁ କିପରି ତ୍ୱରାନ୍ୱିତ କରିବେ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।।
ମୁଖ୍ୟତଃ ନଦୀରେ ବନ୍ୟା ଓ ବଢି ସମୟରେ ଭାସି ଯାଉଥିବା କି ବୁଡି ଯାଉଥିବା କି ବିଭିନ୍ନ ବିପଦପୂର୍ଣ୍ଣ ସ୍ଥାନରେ ଫସି ଯାଇଥିବା ଲୋକ ମାନଙ୍କୁ କିଭଳି ଉଦ୍ଧାର କରିହେବ ।, ସେମାନଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ପ୍ରାଥମିକ ଚିକିସ୍ୟା କିଭଳି କରାଯିବ ବିଭିନ୍ନ ଉପକରଣ ମାଧ୍ୟମରେ ନଦୀରେ ପ୍ରଦର୍ଶନ କରିଥିଲେ ।
ଅନ୍ୟପକ୍ଷରେ ଜରୁରୀକାଳୀନ ବିପର୍ଯ୍ୟୟ ସମୟରେ ପୀଡିତ ଲୋକଙ୍କୁ ନେବା ଆଣିବା ପାଇଁ ଷ୍ଟ୍ରେଚର ନ ଥିଲେ ଦଉଡି କି ଲୁଗା କି ହାତ ଯୋଗେ ଷ୍ଟ୍ରେଚର ଭଳି କିଭଳି ବ୍ୟବହାର କରାଯାଇ ସେମାନଙ୍କୁ ପ୍ରାଥମିକ ଚିକିସ୍ୟା ପରେ ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନାକୁ ପଠାଇବାକୁ ହେବ ତାହା ମକଡ୍ରିଲ ମାଧ୍ୟମରେ ପ୍ରଦର୍ଶନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଡିଆଇପିଆରଓ: ଶ୍ରୀ ସ୍ୱରାଜ୍ୟ କୁମାର ସିଶାଙ୍କ ସମେତ ବହୁ ସଂଖ୍ୟାରେ ମସ୍ୟଜୀବୀ ଓ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031