Indus Valley Times

ଗଜପତି: ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଲୋକକଳା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଲୋକକଳା କାର୍ଯ୍ୟକ୍ରମ ଅନୁଷ୍ଠିତ

October 02
21:30 2021

ଗଜପତି, ୨/୧୦ : ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ଲୋକକଳା ପଞ୍ଚାୟତ ଭାବେ ପରିଚିତ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଲା ଗ୍ରାମ ସ୍ଥିତ କୋଠଘର ପରିସରରେ ଗଜପତି ଜିଲ୍ଲା ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଶନିବାର ଗାନ୍ଧୀ ଜୟନ୍ତୀ ଦିନରେ ଲୋକକଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଭିନ୍ନଲା , ବଡ଼ଗାଁ ଓ ମଣ୍ଡଳଦେବୀ ପ୍ରଭୃତି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲା ।
ପରେ ଆୟୋଜିତ ସଚେତନତା ସଭା କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ।
ପ୍ରଥମେ ମଞ୍ଚଆସିନ ଅତିଥି ମାନେ ଗାନ୍ଧିଜୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଲୋକକଳାବିତ ଡ଼ଃ ବୃଷକେତୁ ଦାସ ଅତିଥି ଭାବେ ଯୋଗଦେଇ ଗାନ୍ଧିଜୟନ୍ତୀ ଓ ଆଜାଦୀକା ଅମୃତ ମହୋତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରି ଗାନ୍ଧିଜୀଙ୍କ ସ୍ୱପ୍ନ ରାମରାଜ୍ୟ , ଗ୍ରାମ-ସ୍ୱରାଜ , ଅହିଂସା ଓ ଆଦର୍ଶ ନୀତି ଉପରେ କହିଥିଲେ ।
ମୁଖ୍ୟତଃ ଦେଶ ସ୍ଵାଧୀନ ହୋଇ ୭୫ ବର୍ଷ ହେଲାଣି ।
ଏଥିରେ ବହୁ ସ୍ବାଧୀନତା ସଂଗ୍ରାମୀ ଇଂରେଜ ବିରୁଦ୍ଧରେ ଲଢ଼ି ଏବଂ ନିଜ ଜୀବନକୁ ଉତ୍ସର୍ଗ କରି ଦେଶକୁ ସ୍ୱାଧୀନ ଆଣିଥିଲେ । ସେହି ଉତ୍ସର୍ଗୀକୃତ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ଦେଶ ଵ୍ୟାପୀ ଏଭଳି ଅନେକ କାର୍ଯ୍ୟକ୍ରମ କରାଯାଉଛି ।
ଅନ୍ୟପକ୍ଷରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ କହିଛନ୍ତି ଯେ , ସୁରକ୍ଷା ପାଇଁ ଯବାନ ଓ ଅନ୍ନଦାତା ଭାବେ କୃଷକ ରହିଛନ୍ତି । ସେହିଭଳି ଲୋକକଳା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ଏମାନେ ଆଗେଇଲେ ଦେଶ ଓ ଜାତି , ଆମର ଭାଷା ସଂସ୍କୃତି ସବୁ ଆଗେଇବ , ଏମାନଙ୍କ ଲୁକ୍କାୟିତ ପ୍ରତିଭା ଗୁଡିକୁ ଲୋକଲୋଚନାକୁ ଆଣି ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଏହି କାର୍ଯ୍ୟଁକ୍ରମର ଉଦ୍ଦେଶ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଶ୍ରୀ ଶିଶିର କୁମାର ପ୍ରଧାନ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚଆସିନ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏହି ଲୋକକଳା କାର୍ଯ୍ୟକ୍ରମରେ ଭିନ୍ନଲା ସମେତ ବଡ଼ଗାଁ , ଅଗରଖଣ୍ଡି , ମଣ୍ଡଳଦେବୀ , ବାପୁଜୀପେଣ୍ଠ ପ୍ରଭୃତି ଗ୍ରାମର ବିଭିନ୍ନ ଲୋକକଳା ଯଥା:- ସଂକୀର୍ତ୍ତନ, ଭାରତଳିଲା , ମିରାବାଇ , ବାଘନାଟ ପ୍ରଭୃତି ଅନୁଷ୍ଠିତ ହୋଇଥିଲା ।
ଶାରୀରିକ ଶିକ୍ଷକ ଶ୍ରୀ ସନ୍ତୋଷ ପଣ୍ଡା ଏବଂ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031