Indus Valley Times

ଗଜପତି: ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ନିରୋଧ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ନିରୋଧ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

December 04
12:39 2021

ଗଣେଶ ରାଜୁଙ୍କ ରିପୋର୍ଟ
ଗଜପତି,୪/୧୨: ପାରଳାଖେମୁଣ୍ଡି ସ୍ଥିତ ସଖୀ ୱାନ-ଷ୍ଟପ ସେଣ୍ଟର ପକ୍ଷରୁ ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟ ଓ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମହିଳା ସୁରକ୍ଷା ଓ ଅଧିକାରକୁ ନେଇ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ତ୍ରିପାଠୀ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁଜାତା କୁମାରୀ ଦୋରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ନାରୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଏହାର ମୁକାବିଲା କରିବା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ୟକ ଧାରାନ୍ସ ଦେଇ ସଚେତନ କରାଇଥିଲେ ।
ସଖୀ ୱାନ-ଷ୍ଟପ ସେଣ୍ଟରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନାବାଳିକା ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର , ନିର୍ଯ୍ୟାତନା ଓ ଏଥିପାଇଁ ରହିଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇ ମାର୍ଗଦର୍ଶନ ଦେଇଥିଲେ ।
ସେହିଭଳି ୱାନ-ଷ୍ଟପ କେନ୍ଦ୍ରର ଶ୍ରୀମତୀ ମୀନା କୁମାରୀ ଟହଲ ଯୋଗଦେଇ ଜିଲ୍ଲାରେ ନାବାଳିକା ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ବିଭିନ୍ନ ଶାରୀରିକ ଓ ମାନସିକ ତଥା ବାହାର ରାଜ୍ୟକୁ ଚାଲାଣ ଏବଂ ବାଲ୍ୟ ବିବାହ କରା ଯାଉଥିବା ପ୍ରଭୃତି ଉପରେ କିଭଳି ରୋକା ଯାଇପାରିବ , ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ସଚେତନ କରାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ସୁମତି ପରିଛା, ପ୍ରଣତି ପ୍ରିୟଦର୍ଶନୀ ଦାସ, ହରେକୃଷ୍ଣ ଚୌଧୁରୀ, ଜି: ଲକ୍ଷ୍ମୀ ତାୟାରୁ , ଏମ: ଗାୟତ୍ରୀ , ବି:ମାଧବୀ , ଜି: ସୌଜନ୍ୟା ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଶେଷରେ ୱାନ-ଷ୍ଟପ କେନ୍ଦ୍ରର କାଉନସିଲର ଶ୍ରୀମତୀ ସୁନିତା ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031