Indus Valley Times

ଗଜପତି : ଆନ୍ଧ୍ର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ

 Breaking News

ଗଜପତି : ଆନ୍ଧ୍ର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ

September 25
18:34 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୫/୯: ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୬ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ଆନ୍ଧ୍ର ପ୍ରଦେଶ ରାଜ୍ୟର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି।
ସୁଚନା ପ୍ରକାରେ ଆଜକୁ ପ୍ରାୟ ୫ ମାସ ତଳେ ଉକ୍ତ ଶିଶୁଟିକୁ ରାୟଗଡ଼ ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଉଦ୍ଧାର କରିଥିଲେ।
ଉକ୍ତ ଶିଶୁଟିର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିସାନ ଶାଲୋମ , ରାଣୀପେଣ୍ଠ ଠାରେ ଥିବା ପୌଷ ସନ୍ତାନ ଗ୍ରହଣ କେନ୍ଦ୍ର
ଠାରେ ରଖା ଯାଇଥିଲା।
ଉକ୍ତ ଶିଶୁଟିର କେହି ନଥିବା ଜାଣିବା ପରେ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ଶିଶୁ ମଙ୍ଗଳ ସମିତି , ଶିଶୁଟିକୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ତାହାର ପୌଷ ସନ୍ତାନ ଗ୍ରହଣ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରା ଯାଇଥିଲା। ଯାହାଦ୍ବାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ , ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆ ଯାଇଥିଲା।
ପରବର୍ତ୍ତି ମୁହୁର୍ତ୍ତରେ ଚାରିବର୍ଷ ଧରି ପୌଷ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଆନ୍ଧ୍ରପ୍ରଦେଶ ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ।
ଉପରୋକ୍ତ ଦମ୍ପତ୍ତି ଶାରିରୀକ ଭାବେ ଶିଶୁଟିକୁ ପସନ୍ଦ କରି ନେବା ପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ , ଗଜପତି ପ୍ରସ୍ତୁତ କରିଥିଲେ।
ପରବର୍ତ୍ତି ମୂହୁର୍ତ୍ତରେ ସମସ୍ତ ଦସ୍ତାବିଜ କୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଆନ୍ଧ୍ରପ୍ରଦେଶ ରାଜ୍ୟର ଦମ୍ପତ୍ତି ଙ୍କୁ ହସ୍ତାନ୍ତର କରି ଦିଆ ଯାଇଥିଲା। ଏହି ଶିଶୁଟି ପୁତ୍ର ସନ୍ତାନ ହୋଇଥିଲା ବେଳେ ଏହାର ବୟସ ମାତ୍ର ୫ ମାସ ହୋଇଥିଲା। ଶିଶୁଟିକୁ ପାଇ ଦମ୍ପତ୍ତି ବେଶ ଖୁସି ଥିବା ଲକ୍ଷ୍ୟ କରା ଯାଇଥିଲା ।
ଶିଶୁ ପୁତ୍ର ସନ୍ତାନ ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ବିଶାଖାପାଟଣା ଜିଲ୍ଲା (ଆନ୍ଧ୍ରପ୍ରଦେଶ) ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଏ.ସତ୍ୟ ନାରାୟଣା , ଶିଶୁ ଅଧିକାର ଆୟୋଗ , ଆନ୍ଧ୍ର ପ୍ରଦେଶ ର ସଦସ୍ୟ ଶ୍ରୀ ଜି.ସୀତାରାମ , ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ଥ କର୍ମକର୍ତ୍ତା ଉପସ୍ଥିତ ରହି କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031