Indus Valley Times

ଗଜପତି: ଆର:କେ:ଏସ:ଏସ: ସ୍ଵେଛାସେବୀ ଅନୁଷ୍ଠାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଖଜୁରୀ ଗୁଡ ପ୍ରସ୍ତୁତି ସମ୍ପର୍କିତ ତାଲିମ ଶିବିର କାର୍ଯ୍ୟକ୍ରମ

 Breaking News

ଗଜପତି: ଆର:କେ:ଏସ:ଏସ: ସ୍ଵେଛାସେବୀ ଅନୁଷ୍ଠାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଖଜୁରୀ ଗୁଡ ପ୍ରସ୍ତୁତି ସମ୍ପର୍କିତ ତାଲିମ ଶିବିର କାର୍ଯ୍ୟକ୍ରମ

January 13
09:20 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୩/୧: ଗଜପତି ଜିଲ୍ଲା ଆର: ଉଦୟଗିରି ବ୍ଲକ ଅନ୍ତର୍ଗତ ବାମନିପଡା ଗ୍ରାମସ୍ଥିତ କୋଠାଗୃହ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ତଥା ଚାଷୀ ମାନଙ୍କୁ ଖରୁରୀଗୁଡ ପ୍ରକ୍ରିୟାକରଣ , ନେତୃତ୍ଵର ବିକାଶ , ଆର୍ଥିକ ସ୍ଥାୟୀର ପରିବର୍ତ୍ତନ୍ , ଆର୍ଥିକ ସାକ୍ଷରତା ଓ ବଜାର ବ୍ୟବସ୍ତା ସମ୍ପର୍କିତ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ।
ଏହି ତାଲିମ ଶିବିରର ଉଦଘାଟନ କାର୍ଯ୍ୟକ୍ରମରେ ଆର:କେ:ଏସ:ଏସ. ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା , ଗଜପତି ସହାୟତାରେ ୧୨ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୭୦ ଜଣ ଚାଷୀଙ୍କୁ ଦିନିକିଆ ତାଲିମ ଦିଆ ଯାଇଥିଲା। ।
ଏହି ତାଲିମ ଶିବିରରେର ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଡ଼ି:ଡ଼ି:ଏମ: , ନାବାର୍ଡ- ଶ୍ରୀ ପ୍ରତୀକ ପଣ୍ଡା , ଶ୍ରାବଣ କୁମାର ପ୍ରଧାନ , ପ୍ରଶିକ୍ଷଣ କେନ୍ଦ୍ର ଆରସେଟି ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ସାବତ , ଡ଼ି:ଏଲ:ଟି: ତାଲିମ ଦାତା , ଶ୍ରୀ ସଞ୍ଜୟ ବେହେରମାଝି , ସିଏଲ:ଏଫ: ତାଉତିଆ ନାୟକ , ଖଜୁରୀଗୁଡ ସମିତିର ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।
ଆର:କେ:ଏସ:ଏସ: ଅନୁଷ୍ଠାନର ସଂପାଦକ ଲକ୍ଷ୍ମୀକାନ୍ତ ପଣ୍ଡା ଉପସ୍ଥିତ ରହି ଏହି ତାଲିମ କାର୍ଯ୍ୟକ୍ରମର ଉଦେଶ୍ୟ ବୁଝାଇ ଥିଲେ ।
ଉକ୍ତ ଶିବିରରେ ମୁଖ୍ୟତଃ ମହିଳା ସଶକ୍ତିକରଣ , ଦଳ ପରିଚାଳନା , ଦଳର ଦଶାସୃତି କାର୍ଯ୍ୟକ୍ରମ , ଖାତାପତ୍ର ଲେଖିବା ପରିଚାଳନା , ଋଣ ଆଦାନ ପ୍ରଦାନ , ସୁଧର ହିସାବ ଓ ସରକାରଙ୍କ ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରି ଦଳ ଦ୍ଵାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସେହିଭଳି କୃଷି ଓ ଉଦ୍ୟାନ ଭିତ୍ତିକ ସମେତ ନାବାର୍ଡ ଏବଂ କେ:ସି:ସି: ଋଣର ଅଭିଯାନ ରେ ବିଭିନ୍ନ ପ୍ରକାର ତାଲିମ ଯଥା :- ମହିଳା ମାନଙ୍କୁ ଛତୁଚାଷ , କୁକୁଡା ପାଳନ , ଧୂପକାଠି ତିଆରି ଓ ସିଲାଇ ପ୍ରଭୃତି ସମ୍ପର୍କରେ ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ କହିଥିଲେ ।
ସେହିଭଳି ଆର୍ଥିକ ସ୍ଵାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା , ଅଟଳ ପେନସନ , ଫସଲ ବୀମା , ନିର୍ମାଣ ଶ୍ରମିକ ପଞ୍ଜୀକରଣ , ଫ୍ରଡ ମୋବାଇଲକୁ ଫୋନ କରି ଟଙ୍କା ପଇସା ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କାକୁ ଉଠାଇ ନେ , ଏଟିଏମ: କାର୍ଡ ବ୍ୟବହାର ଓ ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ସଂପର୍କରେ ବୁଝାଇ ସଚେତନ କରା ଯାଇଥିଲା ।
ଅନୁଷ୍ଠାନର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହି ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀ ମନୋଜ କୁମାର ସାବତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିସନର ସିଆରପି: ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031