Indus Valley Times

ଗଜପତି: ଆୟୁର୍ବେଦ ଦିବସ ଓ ଭଗବାନ ଧନୱନ୍ତରୀଙ୍କ ଜୟନ୍ତୀ

 Breaking News

ଗଜପତି: ଆୟୁର୍ବେଦ ଦିବସ ଓ ଭଗବାନ ଧନୱନ୍ତରୀଙ୍କ ଜୟନ୍ତୀ

ଗଜପତି: ଆୟୁର୍ବେଦ ଦିବସ ଓ ଭଗବାନ ଧନୱନ୍ତରୀଙ୍କ ଜୟନ୍ତୀ
November 03
19:20 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୧୧: ଗଜପତି ଜିଲ୍ଲା କାଶୀନଗର ସ୍ଥିତ ସ୍ୱାସ୍ଥ୍ୟବିଳାସ ଫାର୍ମାସି ଆନୁକୂଲ୍ୟରେ ଆୟୁର୍ବେଦ ଦିବସ ଓ ଭଗବାନ ଧନୱନ୍ତରୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।
ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତ୍ୟେସିଣି ସମାଜର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ କାଶୀନଗର ତହସିଲଦାର ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଭଗବାନ ଧନବନ୍ତରୀ ଓ ଆୟୁର୍ବେଦ ଶାସ୍ତ୍ରର ତାତ୍ପର୍ଯ୍ୟ ଓ ମହତ ଉଦ୍ଦେଶ୍ୟ ଉପରେ କହିଥିଲେ ।
ଆୟୁର୍ବେଦ ଚିକିସ୍ୟା ଉପରେ ପୂର୍ବେ ବେଶ ଆଦର ଓ ବିଶ୍ଵସନିୟ ଥିଲା । ଏହା କ୍ରମେ ଲୋପ ହୋଇ ଯିବାରେ ଲାଗିଛି । ଜୀବନଶୈଳୀର ସୁସ୍ଥ ଜୀବନଯାପନ ପ୍ରଣାଳୀରେ ଆୟୁର୍ବେଦ ଔଷଧର ବ୍ୟବହାର ଓ ଉପଯୋଗୀତାର ଯଥେଷ୍ଟ ଆବଶ୍ୟକତା ରହିଛି । ତେଣୁ ଏହାକୁ ବଞ୍ଚାଇ ରଖିବା ସହ ଏହାର ପ୍ରଚାର ପ୍ରସାର ଦିଗରେ ସାମୁହିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ବସନ୍ତ କୁମାର ଷଡଙ୍ଗୀ ଯୋଗଦେଇ ଆୟୁର୍ବେଦ ଚିକିତ୍ସ୍ୟକ ମାନଙ୍କ ରୋଗ ନିଦାନର ବିଶେଷତ୍ୱ ଓ ସମ୍ମୁଖୀନ ହେଉଥିବା ସରକାରୀ ବ୍ୟବସ୍ଥା ଉପରେ କହିଥିଲେ ।
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଫାର୍ମାସି କଲେଜର ଅଧ୍ୟକ୍ଷ ଡାଃ ସଚ୍ଚିନନ୍ଦନ ଦାସ , ମୁଖ୍ୟବକ୍ତା ଭାବେ ଯୋଗଦେଇ ଆୟୁର୍ବେଦ ଶାସ୍ତ୍ରର ଉତ୍ପତ୍ତି ଓ ବିଭିନ୍ନ ଗୁଳ୍ମ ବୃକ୍ଷଲତାର ରହିଥିବା ଔଷଧୀୟ ଗୁଣ ଓ ତାର ବ୍ୟବହାର ଉପରେ କହି ବିଭିନ୍ନ ରୋଗର ଉପଶମ ପାଇଁ ଆୟୁର୍ବେଦ ଔଷଧର ବ୍ୟବହାର ଓ ଗୁଣବତ୍ତା ଉପରେ କହିଥିଲେ ।
ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାଞ୍ଚଳରୁ ଆସିଥିବା ବିଶିଷ୍ଠ କବିରାଜ , ବୈଦ୍ୟ ଓ ଆୟୁଷ ଡାକ୍ତର ମାନଙ୍କୁ ସ୍ବାସ୍ଥ୍ୟବିଳାସ ଫାର୍ମାସି ପକ୍ଷରୁ ଉପଢୌକନ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରା ଯାଇଥିଲା ।
କବିରାଜ କାମ୍ପ ପାଢ଼ୀ ପ୍ରାରମ୍ଭରେ ବେଦପାଠ କରିଥିବା ବେଳେ ଫାର୍ମାସିର ନଳିନୀ କାନ୍ତ ପାତ୍ର ସ୍ୱାଗତ ଭାଷଣ ଓ ବରିଷ୍ଠ ସାମ୍ବାଦିକ ହୃଷିକେଶ ଗୌଡ଼ ଧନ୍ୟବାଦ ଦେଇଥିଲେ ଏବଂ କବିରାଜ ରାମନାଥ ପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏହି ଅବସରରେ ସକାଳେ ସ୍ୱାସ୍ଥ୍ୟବିଳାସ ଫାର୍ମାସିରେ ଭଗବାନ ଧନବନ୍ତରୀଙ୍କ ପାରମ୍ପରିକ ରୀତିନୀତିରେ ପୂଜା ଆରାଧନା କରା ଯାଇଥିଲା ।
ରାଧାନାଥ ପାତ୍ର , ଡାଃ ପୂର୍ଣ୍ଣଚନ୍ଦ୍ର ପାତ୍ର , ରମାକାନ୍ତ ପାତ୍ର , ଓ ପ୍ରକାଶ ପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031