Indus Valley Times

ଗଜପତି : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀ ଜୀଉ ମାନଙ୍କ ପବିତ୍ର ବାହୁଡା ଯାତ୍ରା

 Breaking News

ଗଜପତି : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀ ଜୀଉ ମାନଙ୍କ ପବିତ୍ର ବାହୁଡା ଯାତ୍ରା

July 10
14:21 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୦/୭ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀ ମାନଙ୍କ ବଡ଼ ଦେଉଳ ତଥା ଶ୍ରୀମନ୍ଦିର ଅଭିମୁଖେ ପବିତ୍ର ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି ।
ରତ୍ନ-ବେଦୀରୁ ଲିଳାଖେଳ ସାରି ପୁଣି ରତ୍ନ ବେଦୀ ତଥା ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ବଡ ଠାକୁର ।
ଦୀର୍ଘ ନଅ ଦିନର ଯାତ୍ରା ପରେ ବଡ ଦେଉଳକୁ ଫେରୁଛନ୍ତି , କାଳିଆ ସାଆନ୍ତା , ସାଙ୍ଗରେ ଅଛନ୍ତି-ବଡଭାଇ ବଳଭଦ୍ର , ଭଉଣୀ ଶୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ।
ଆଜି ସେହି ଚତୁର୍ଦ୍ଧା-ମୂର୍ତ୍ତିଙ୍କ ପବିତ୍ର ବାହୁଡା ଯାତ୍ରା ଦର୍ଶନ ଓ ଉପଭୋଗ କରିବା ପାଇଁ ପାରଳାଖେମୁଣ୍ଡି ସହର ସମେତ ବିଭିନ୍ନ ପୁରପଲ୍ଲୀ ଓ ପଡୋଶୀ ଆନ୍ଧ୍ରର ବିଭିନ୍ନ ଗ୍ରାମାଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
ପାହାନ୍ତିଆ ସକାଳ ଠାରୁ ରାତି ୧୨ \’ଟା ପର‌୍ୟ୍ୟନ୍ତ ସହରର ଶ୍ରୀ ଗୁଣ୍ଡିଚା ମନ୍ଦିର ପଡିଆ ଠାରୁ ଆରମ୍ଭ କରି ସମଗ୍ର ବଡଦାଣ୍ଡ ସମେତ ଶ୍ରୀମନ୍ଦିର ଅଞ୍ଚଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶ୍ରଦ୍ଧାଳୁ ଭକ୍ତମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ପଡିଥିଲା ।
ଏହି ଅବସରରେ ଆଜି ପୂର୍ବାହ୍ନରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କ ଶ୍ରୀ ମନ୍ଦିରକୁ ବାହୁଡା ଯାତ୍ରା ଅବସରରେ ସେନାପଟା ଲାଗି ଓ ପାରମ୍ପରିକ ପୂଜାର୍ଚ୍ଚନା ନୀତିକାନ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
ତା ପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହେବା ପରେ ତିନି ଠାକୁର ଯଥା:- ବଡଭାଇ ବଳଭଦ୍ରଙ୍କୁ ତାଳଧ୍ଵଜ ରଥ , ଭଉଣୀ ସୁଭଦ୍ରାଙ୍କୁ ଦେବଦଳନ ରଥ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥ ଉପରକୁ ପହଣ୍ଡି ବିଜେ ସେବାୟତ ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା . ।
ଏହି ଅବସରରେ ତିନି ଠାକୁରଙ୍କ ରଥ ଉପରେ ଛେରା-ପହଁରା କାର୍ଯ୍ୟକ୍ରମ ପାଇଁ ରାଜ ପ୍ରାସାଦରୁ ରାଜଦେଇ କଲ୍ୟାଣୀ ଗଜପତି ନାରାୟଣ ଦେବ ଗାଡିରେ ଆସି
ତିନି ରଥରେ ଛେରା ପହଁରା ଓ ପାରମ୍ପରିକ ରୀତିନୀତି ଓ ପୂଜାର୍ଚ୍ଚନା କାର୍ଯ୍ୟ ବଡ଼ପଣ୍ଡା , ରାଜ ପୁରୋହିତ ଓ ଅନ୍ୟାନ୍ୟ ଦାୟିତ୍ୱରେ ଥିବା ସେବାୟତ ମାନଙ୍କ ସହଯୋଗରେ ସମ୍ପନ୍ନ କରିଥିଲେ ।
ବର୍ଷା ଲାଗିରହିବା ଫଳରେ ରଥଟଣା କାର୍ଯ୍ୟକ୍ରମରେ ବିଳମ୍ବ ହୋଇଥିଲା । ସନ୍ଧ୍ୟା ୫ ଟା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ବର୍ଷା ଲାଗି ରହିଥିଲେ ମଧ୍ୟ ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଏହି ଶ୍ରୀ ଜୀଉ ମାନଙ୍କ ବାହୁଡା-ଯାତ୍ରା ଦେଖିବା ପାଇଁ ପାରଳା ସହର ସମେତ ପୁରପଲ୍ଲୀ ଓ ପଡୋଶୀ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ।
ଭଉଣୀ ଶୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳା ମାନେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଟାଣିଥିଲେ ଏବଂ ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବତୀ ମାନେ ସାମିଲ ଥିଲେ ।
ସେହିଭଳି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ
ଶ୍ରଦ୍ଧାଳୁ ଭକ୍ତ ମାନେ ପବିତ୍ର ବାହୁଡା ଯାତ୍ରାରେ ଠାକୁରଙ୍କୁ ଦର୍ଶନ କରିବା ଠାରୁ ଆରମ୍ଭ କରି ଠାକୁର ମାନଙ୍କ ପୂଜାର୍ଚ୍ଚନା ନୀତିକାନ୍ତ କାର୍ଯ୍ୟ ସହ ପହଣ୍ଡି ବିଜେ , ରଥ ଉପରେ ରାଜଦେଇଙ୍କ ଛେରା ପହଁରା ଓ ଆଳତି ଏବଂ ସର୍ବୋପରି ରଥଟଣା ପ୍ରଭୃତି କାର୍ଯ୍ୟକ୍ରମ ଦେଖି ଉପଭୋଗ କରିବା ସହ ଯାତ୍ରା ଅବସରରେ ଆସିଥିବା ଭଳିକି ଭଳି ମିନା ବଜାର ଓ ଦୋକାନ ବଜାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ରଙ୍ଗରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତିର ମଜା ନେଇଥିଲେ ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଏସପି ଶ୍ରୀ ଜୟରାମ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବହୁ ସଂଖ୍ୟାରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ଓ ପୋଲିସ ବାହିନୀ ମୃତୟନ ଥିଲେ ।
ବର୍ଷା ଲାଗିରହିବା ଓ ବିଳମ୍ବରେ ରଥଟଣା ହେବା ସହ ରାତି ୮ \’ଟା ହେବା ପର୍ଯ୍ୟନ୍ତ ରଥଟଣା ନ ସରିବା ପ୍ରଭୃତି ଅସୁବିଧା ସମେତ ପାରମ୍ପରିକ ନୀତି ପ୍ରକାରେ ଶ୍ରୀ ଜୀଉ ମାନଙ୍କ ତିନି ରଥ ବଡଦାଣ୍ଡ ମଝି , ଟାଉନ ହଲ ନିକଟରେ ଅଟକି ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031