Indus Valley Times

ଗଜପତି:- ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିରରେ ପବିତ୍ର ଦେବସ୍ନାନ ପୁର୍ଣିମା ଉତ୍ସବ ଅନୁଷ୍ଠିତ

 Breaking News

ଗଜପତି:- ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିରରେ ପବିତ୍ର ଦେବସ୍ନାନ ପୁର୍ଣିମା ଉତ୍ସବ ଅନୁଷ୍ଠିତ

ଗଜପତି:- ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିରରେ ପବିତ୍ର ଦେବସ୍ନାନ ପୁର୍ଣିମା ଉତ୍ସବ ଅନୁଷ୍ଠିତ
June 04
18:34 2023


ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ଗଜପତି,୦୪/୦୬: ଓଡିଶା-ଆନ୍ଧ୍ର ସୀମାନ୍ତ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପ ଠାରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ରୀତିନୀତି ପ୍ରକାରେ ପବିତ୍ର ଦେବସ୍ନାନ ପୁର୍ଣିମା ଉତ୍ସବ କାର‌୍ୟ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନା ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପୂର୍ବାହ୍ନ ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ହୋଇ ସେନାପଟା ଲାଗି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ଠାକୁର ମାନଙ୍କ ପୂଜାର୍ଚ୍ଚନା ହୋଇ ଶ୍ରୀ ମନ୍ଦିରରୁ ସ୍ନାନ ମଣ୍ଡପ’କୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ପହଣ୍ଡି କାର‌୍ୟ୍ୟକ୍ରମ ସମ୍ପନ୍ନ ହେବା ପରେ ବଡ଼ ଠାକୁରଙ୍କ ଦକ୍ଷିଣ ଆଳତି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ମାଟି କଳସି ରେ ସୁବାସିତ ଚନ୍ଦନ ଜଳ ଦ୍ୱାରା ଠାକୁର ମାନଙ୍କୁ ସ୍ନାନ କରାଯିବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ୧୦୮ ଲେଖାଏଁ ପଇଡ଼ ଜଳରେ ସ୍ନାନ କରା ଯାଇଥିଲା ।
ଶ୍ରୀମନ୍ଦିର ର ସମସ୍ତ ସେବାୟତ ମାନଙ୍କ ଦ୍ୱାରା ଏହି ଦେବସ୍ନାନ କାର‌୍ୟ୍ୟକ୍ରମ ସମ୍ପନ୍ନ ହୋଇଥିଲା ।
ପରେ ପରେ ପାରମ୍ପରିକ ରୀତିନୀତି ପ୍ରକାରେ ଚତୁର୍ଦ୍ଧା-ମୂର୍ତ୍ତିଙ୍କ ଚନ୍ଦନ ଲାଗି ଓ ବସ୍ତ୍ରଲାଗି କାର‌୍ୟ୍ୟ ସମ୍ପନ୍ନ ହେବା ପରେ ଆଳତି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ମଧ୍ୟାହ୍ନ ୩ଟା ବେଳେ ତିନି ଠାକୁରଙ୍କ ବିଭିନ୍ନ କାର‌୍ୟ୍ୟ ସମ୍ପନ୍ନ ହେବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସେବାୟତ ମାନେ ପାରମ୍ପରିକ ରୀତିନୀତି ପ୍ରକାରେ ଗଜାନନ ବେଶରେ ଅତି ସୁନ୍ଦର୍ ଭାବେ ସଜ୍ଜିତ କରିଥିଲେ । ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ ।
ବର୍ଷକେ ମାତ୍ର ଥରେ ଏହି ଦିନର ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ବଡ ଠାକୁର ତଥା ଶ୍ରୀ ଜଗନ୍ନାଥ ମହାପ୍ରଭୁ , ଭାଇ-ଭଉଣୀଙ୍କ ସହିତ ଜଳସ୍ନାନ କରୁଥିବା ଯୋଗୁଁ ଏହି ପବିତ୍ର ଆଧ୍ୟତ୍ମିକ ପରିବେଶ ମୟ ମହାପ୍ରଭୁଙ୍କ ପ୍ରଥମ ସ୍ନାନ-ଲୀଳା କାର‌୍ୟ୍ୟକ୍ରମ ଦର୍ଶନ କରିବା ଏବଂ ମହାପ୍ରଭୁଙ୍କ ସୌନ୍ଦର‌୍ୟ୍ୟ ମୟ ଗଜାନନ ବେଶ ଦେଖିବା ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିଆ ପାଗ ସତ୍ତ୍ୱେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସମାଗମ ପରିଲକ୍ଷିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031