Indus Valley Times

ଗଜପତି: ଏବିଭିପି ପକ୍ଷରୁ ମହିଳା ମହାବିଦ୍ୟାଳୟ ପରିସରରେ ଝାନସି ରାଣୀ ଲକ୍ଷ୍ମିବାଇଙ୍କ ଜୟନ୍ତୀ କାର୍ଯ୍ୟକ୍ରମ

 Breaking News

ଗଜପତି: ଏବିଭିପି ପକ୍ଷରୁ ମହିଳା ମହାବିଦ୍ୟାଳୟ ପରିସରରେ ଝାନସି ରାଣୀ ଲକ୍ଷ୍ମିବାଇଙ୍କ ଜୟନ୍ତୀ କାର୍ଯ୍ୟକ୍ରମ

November 20
21:34 2022

ଗଣେଶ କୁମାର ରରାଜୁଙ୍କ ରିପୋର୍ଟ
ଗଜପତି,୨୦/୧୧: ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଝାନସୀ ରାଣୀ ଲକ୍ଷ୍ମିବାଇଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମଞ୍ଚାସିନ ଅତିଥିମାନେ ପ୍ରଥମେ ଝାନସି ରାଣୀ ଲକ୍ଷ୍ମୀବାଇ\’ଙ୍କ ଫଟୋ ଚିତ୍ର\’ରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀ ହରୀମୋହନ ପଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା , ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ପ୍ରମୁଖ ଶ୍ରୀ ବାଳକୃଷ୍ଣ ଜେନା , ଜିଲ୍ଲା ସହ ପ୍ରମୁଖ ଶ୍ରୀ ସମୀର ରଞ୍ଜନ ପାଣିଗ୍ରାହୀ , ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସହ ସମ୍ପାଦକ ଶ୍ରୀ ଲୋକନାଥ ମିଶ୍ର ଏବଂ ମହିଳା ସ୍ନାତକ ମହାବିଦ୍ୟାଳୟ\’ର ଶିକ୍ଷା ବିଭାଗ ଅଧ୍ୟାପିକା ଶ୍ରୀମତୀ ଡଃ କଲ୍ୟାଣୀ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
ମଞ୍ଚାସିନ ଅତିଥି ମାନେ ଝାନସି ରାଣୀ ଲକ୍ଷ୍ମୀବାଇଙ୍କ କୃତିତ୍ଵର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ଉପସ୍ଥିତ ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ମାନସ ରଞ୍ଜନ ମହାପାତ୍ର , ପ୍ରଗତି କରାଡ ଏବଂ ବର୍ଷାରଣୀ ପରିଛା ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଛାତ୍ରୀ ଉପସ୍ଥିତ ଥିଲେ ।
ଏହି ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅବସରରେ ଅଖିଳ ଭାରତୀୟ ପରିଷଦ ପକ୍ଷରୁ ଉପସ୍ଥିତ ଛାତ୍ରୀ ମାନଙ୍କୁ ନେଇ ଗୀତ , ନାଚ , ରଙ୍ଗୋଲି ଓ ଏକକ ଅଭିନୟ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ପରିଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଦେଇ ପୁରସ୍କୃତ କରା ଯାଇଥିଲା । ଶେଷରେ ବର୍ଷାରାଣୀ ପରିଛା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031