Indus Valley Times

ଗଜପତି: ଓଡ଼ିଶା ପକ୍ଷ-୨୦୨୬ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଏବଂ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଓଡ଼ିଶା ପକ୍ଷ-୨୦୨୬ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଏବଂ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

April 12
22:38 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୨/୪ : ଗଜପତି ଜିଲ୍ଲାସ୍ତରୀୟ ଓଡ଼ିଶା ପକ୍ଷ ୨୦୨୬ ପାଳନ ଅବସରରେ ଆଜି ଦ୍ଵାଦଶ ଦିବସରେ ଓଡ଼ିଶା ସରକାରଙ୍କ ଭାଷା , ସାହିତ୍ୟ ଅ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ବନ୍ଦନୀୟ ବରପୁତ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପାରଳାଖେମୁଣ୍ଡି ସହରାଞ୍ଚଳର ବରପୁତ୍ର ମାନଙ୍କ ଜୀବନୀ ଉପରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଏବଂ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଆଚାର‌୍ୟ୍ୟ ବିନୋଦ ଚନ୍ଦ୍ର ଜେନା , ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ଓଡ଼ିଶା ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ବରପୁତ୍ର ମାନଙ୍କ ଜୀବନୀ ଉପରେ ସ୍ଥାନୀୟ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟତଃ ପୂର୍ବ ପିଢ଼ି ତଥା ଅଞ୍ଚଳର ବରପୁତ୍ର ମାନେ ଭାଷା , ସାହିତ୍ୟ , ସଂସ୍କୃତି ଓ ପରମ୍ପରାକୁ ରୁଦ୍ଧିମନ୍ତ କରିବା ଦିଗରେ ଯେଉଁ ସବୁ ମହତ୍ ଅବଦାନ ରଖି ଯାଇଛନ୍ତି ତାକୁ ମନେ ପକାଇବା ସହ ବର୍ତ୍ତମାନର ନୂତନ ପିଢ଼ି ତାର ଅନୁକରଣ କରି ଏ ସବୁକୁ ଆଗେଇ ନେବା ଉଦ୍ଦେଶ୍ୟ ହେଉଛି , ଏହି କାର୍ଯ୍ୟକ୍ରମର ମୂଳ ଆଭିମୁଖ୍ୟ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଜ୍ୟ ସଙ୍ଗୀତ \”ବନ୍ଦେ ଉତ୍କଳ ଜନନୀ\” ଗାନ ହୋଇଥିଲା। ।
ଏହି ବନ୍ଦନୀୟ ବରପୁତ୍ର ତଥା ଯୁଗଜନ୍ମା ମହାପୁରୁଷ ମାନଙ୍କ ଜୀବନୀ ଆଲୋଚନା କାର୍ଯ୍ୟକ୍ରମରେ ସର୍ବଶ୍ରୀ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ସୁଶ୍ରୀ ରଶ୍ମିତା ପାତ୍ର , ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢି , ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ , ଶ୍ରୀ ମନୋଜ କୁମାର ପଟ୍ଟନାୟକ , ଡ଼ଃ ଭାରତୀ ପାଣିଗ୍ରାହୀ ଏବଂ ଶ୍ରୀ ଶ୍ୟାମ ସୁନ୍ଦର ଗନ୍ତାୟତ ପ୍ରମୁଖ ଯୋଗ ଦେଇ ଓ ଓଡ଼ିଶା ତଥା ଉପାନ୍ତ ଅଞ୍ଚଳରେ ଭାଷା , ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରି ଉଜ୍ଜୀବିତ କରି ଯାଇଥିବା ପାରଳା ର ବନ୍ଦନୀୟ ବରପୁତ୍ର ତଥା ଯୁଗଜନ୍ମା ମହାପୁରୁଷ ମାନଙ୍କ ଜୀବନୀ ଆଲୋଚନା କରିଥିଲେ । ପରେ ସେମାନଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରା ଯାଇଥିଲା ।
ଯେଉଁ କାଳଜୟୀ ବନ୍ଦନୀୟ ବରପୁତ୍ର ମାନଙ୍କ ସମ୍ପର୍କରେ ଆଲୋଚନା କରା ଯାଇଥିଲା , ସେମାନେ ହେଲେ :- ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ , କବି କଳାହଂସ ଗୋପାଳକୃଷ୍ଣ ପଟ୍ଟନାୟକ , ଯୁଗଜନ୍ମା ଆପନ୍ନା ପଣ୍ଡା , ମଞ୍ଚଶ୍ରୀ ଡ଼ଃ ସତ୍ୟନାରାୟଣ ପଣ୍ଡା , କବିଚନ୍ଦ୍ର ରଘୁନାଥ ପରିଚ୍ଛା , ପଦ୍ମନାଭ ଗଜପତି , ଗୋପୀନାଥ ନନ୍ଦଶର୍ମା ଏବଂ ଶ୍ୟାମ ସୁନ୍ଦର ରାଜଗୁରୁ ପ୍ରମୁଖ ।
ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଜିଲ୍ଲାର ୫୦ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ , କବି ଓ କବୟିତ୍ରୀ ପ୍ରମୁଖ ଯୋଗ ଦେଇ ନିଜର ସ୍ଵ ରଚିତ କବିତା ପାଠ କରିଥିଲେ।
କବିତା ପାଠୋତ୍ସବ ପରେ ସେମାନଙ୍କୁ ଅର୍ଥରାଶି ସହ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା ।
ଆଲୋଚନା କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସମ୍ଭାଷଣ ଦେଇ ସଂଯୋଜନା କରିଥିଲେ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930