Indus Valley Times

ଗଜପତି: ଓଡିଶା-ଆନ୍ଧ୍ର ସୀମାନ୍ତରେ ଅନୁପ୍ରବେଶକୁ ବନ୍ଦ କରିବା ଦାବିରେ ସୀମାନ୍ତ ଅଞ୍ଚଳବାସୀ ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

 Breaking News

ଗଜପତି: ଓଡିଶା-ଆନ୍ଧ୍ର ସୀମାନ୍ତରେ ଅନୁପ୍ରବେଶକୁ ବନ୍ଦ କରିବା ଦାବିରେ ସୀମାନ୍ତ ଅଞ୍ଚଳବାସୀ ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଗଜପତି: ଓଡିଶା-ଆନ୍ଧ୍ର ସୀମାନ୍ତରେ ଅନୁପ୍ରବେଶକୁ ବନ୍ଦ କରିବା ଦାବିରେ ସୀମାନ୍ତ ଅଞ୍ଚଳବାସୀ ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
September 20
20:04 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୯ : ଓଡିଶା-ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲାର ମାଣିକପାଟଣା ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ କ୍ରମ-ବର୍ଦ୍ଧମାନ ଅନୁପ୍ରବେଶ ଓ ଦାଦାଗିରିକୁ ବନ୍ଦ କରିବା ଏବଂ ସୀମାନ୍ତ ପଞ୍ଚାୟତଞ୍ଚଳ ଲୋକମାନଙ୍କୁ ଶିକ୍ଷା , ସ୍ୱାସ୍ଥ୍ୟସେବା ଓ ରାସ୍ତା ପ୍ରଭୃତି ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବା ଦାବିରେଗଣଧାରଣା କରରିଥିଲେ । ।
ସୋମବାରସୀମାନ୍ତ ପଞ୍ଚାୟତଞ୍ଚଳ ବାସୀ ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ , ଗଣଧାରଣା ଓ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର କେରାଣ୍ଡି ଓ ଗଙ୍ଗାବାଡ଼ ପଞ୍ଚାୟତ ଅଞ୍ଚଳବାସୀ ଆଦିବାସୀ ନେତା ଶ୍ରୀ ଭାଲଚନ୍ଦ୍ର ଷଡଙ୍ଗୀ ଓ ପୂର୍ବତନ ସରପଞ୍ଚ ଶ୍ରୀ ହରିବନ୍ଧୁ କାର୍ଜିଙ୍କ ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ୍ଵ ଆସି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଗଣଧାରଣାରେ ବସି ବିକ୍ଷୋଭ ସଭା କରିଥିଲେ ।
ଏଥିରେ ଆଦିବାସୀ ଏଟା ଶ୍ରୀ ଭାଲଚନ୍ଦ୍ର ଷଡଙ୍ଗୀ , ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜି , ଉତ୍କଳ ସମ୍ମିଳନୀ ରାଜ୍ୟ ଉପସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ମାଣିକପାଟଣା ଗ୍ରାମର ଶ୍ରୀ ସଡ଼ଗ ଶବର ପ୍ରମୁଖ ଭାଷଣ ଦେଇ ଆନ୍ଧ୍ର ସରକାର କିଭଳି ଓଡିଶା ସିମା ଭିତରେ ଅନୁପ୍ରବେଶ କରି ଗ୍ରାମବାସୀଙ୍କ ପ୍ରତି ଦମନଳିଲା ଚଳାଇ ଭୟଭିତ କରି ରଖିଛି ସେ ସମ୍ପର୍କରେ କହିଥିଲେ ।
ଅନ୍ୟପକ୍ଷରେ ବିଭିନ୍ନ ସର୍ବନିମ୍ନ ମୌଳିକ ଓ ନ୍ୟାଯ୍ୟ ଦାବି ଶିକ୍ଷା ସ୍ୱାସ୍ଥ୍ୟସେବା , ରାସ୍ତା , ବଜାର ସୁବିଧା , ମୋବାଇଲ ଟାୱାର , ସ୍ଥାୟୀ ସୀମା ଚିହ୍ନଟ ପ୍ରଭୃତିର ଅଭାବ ଯୋଗୁଁ ଆମକୁ ପ୍ରତି କ୍ଷେତ୍ରରେ ଏସବୁ ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି । ଯାହା ଫଳରେ ଆନ୍ଧ୍ରର ଅନୁପ୍ରବେଶ ଓ ଦାଦାଗିରି ବଢୁଛି ।
ତେଣୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏସବୁ ସର୍ବନିମ୍ନ ମୌଳିକ ସମସ୍ୟା ପ୍ରତି ଦୃଷ୍ଟିଦେଇ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣକାର୍ଯ୍ୟ ଆଗେଇ ନେବାକୁ ଦାବି କରିଥିଲେ ।
ଶେଷରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଠଦଫା ସମ୍ମିଳିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031