Indus Valley Times

ଗଜପତି: ଓଡିଶା ପରିବେଶ ସମିତି ପକ୍ଷରୁ ଗୁମ୍ମା ଓ ଗୋଷାଣୀ ବ୍ଲକର ବିଭିନ୍ନ ସ୍ଥାନରେ ଚାରା ରୋପଣ କାର୍ଯ୍ୟକ୍ରମ

 Breaking News

ଗଜପତି: ଓଡିଶା ପରିବେଶ ସମିତି ପକ୍ଷରୁ ଗୁମ୍ମା ଓ ଗୋଷାଣୀ ବ୍ଲକର ବିଭିନ୍ନ ସ୍ଥାନରେ ଚାରା ରୋପଣ କାର୍ଯ୍ୟକ୍ରମ

November 28
20:42 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୧୧: ଭୁବନେଶ୍ଵର ସ୍ଥିତ ଓଡିଶା ପରିବେଶ ସମିତି ଆନୁକୁଲ୍ୟ”ରେ ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଞ୍ଚଳିକ ଶାଖା ରାୟଗଡାର ପୃଷ୍ଠ ପୋଷକତାରେ ଗଜପତି ଜିଲ୍ଲା ଗୁମ୍ମା ଓ ଗୋଷାଣୀ ବ୍ଲକ୍ ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମୁଖ୍ୟତଃ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ୍ ଅନ୍ତର୍ଗତ ପାରସମ୍ଭା ଗ୍ରାମ ସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣ୍ଣପିଠ ବିଦ୍ୟାଳୟ ପରିସରରେ ୧୦୦ଟି ଚାରା , ପାଞ୍ଚ ମାଇଲ ଗ୍ରାମରେ ୧୫୦ଟି ଚାରା , ହୋମ ଲାଇଫ କେନ୍ଦ୍ର ପରିସରରେ ୫୦ଟି ଚାରା , ଗୋଷାଣୀ ବ୍ଲକର ଆର: ସୀତାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୪୦ଟି ଚାରା , ଗୁରାଣ୍ଡି ଉଚ୍ଚ ବିଦ୍ୟାଳୟ ପରିସରରେ ୬୦ଟି ଚାରା ଏବଂ ଗୁରାଣ୍ଡି ପୋଲିସ ଥାନା ପରିସରରେ ୩୦ଟି ଚାରା ରୋପଣ କରା ଯାଇଥିଲା ।
ଚାରା ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଅର୍ଜୁନ ଅଁଳା , କରଞ୍ଜ , ପଣସ , ନିମ , ଆମ୍ବ , ପିଜୁଳି ଇତ୍ୟାଦି ମୋଟ ୬୩୦ଟି ଚାରା ଆଜି ରୋପଣ କରା ଯାଇଥିଲା ।
ଏହି ବୃକ୍ଷ ରୋପଣ ଉତ୍ସବ କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପାରଳାଖେମୁଣ୍ଡି ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ଚକ୍ରଧର ନାୟକ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ସବୁଜ ପ୍ରେମୀ ତଥା ସମାଜସେବୀ ଶ୍ରୀ ମନୋଜ କୁମାର ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣର ମାହାତ୍ମ୍ୟ ତଥା ଉପାଦେୟତା ଓ ମହତ୍ ଉଦ୍ଦେଶ୍ୟ ଉପରେ ଉପସ୍ଥିତ ଗ୍ରାମବାସୀ , ସ୍କୁଲ ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ ଓ ପୋଲିସ କର୍ମଚାରୀ ମାନଙ୍କୁ ବୁଝାଇ ସଚେତନ କରାଇ ଥିଲେ ।
ଓଡିଶା ପରିବେଶ ସମିତିର ମୂଳ ଲକ୍ଷ୍ୟ ହେଉଛି ସାରା ଓଡ଼ିଶାରେ ସବୁଜ ବଳୟ ସୃଷ୍ଟି କରି ପ୍ରାକୃତିକ ବିପର୍ଯ୍ୟରୁ ସମାଜକୁ ରକ୍ଷା କରିବା । ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନର ଅନିୟମିତା , ଜୈବବିବିଧତା ଓ ସଙ୍କୁଚନ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ପ୍ରାକୃତିକ ଜଙ୍ଗଲର ବିକାଶ ଅପରିହାର୍ଯ୍ୟ ପରିବେଶ ସମିତି ପକ୍ଷରୁ ବୋଲି କୁହାଯାଇଛି।
ଏହି ଅବସରରେ ପରିବେଶ ଆଧାରିତ ପୋଷ୍ଟର ଧରି ସ୍କୁଲ ଛାତ୍ରଛାତ୍ରୀ ମାନେ ପରିସର ମଧ୍ୟରେ ଏକ ଶୋଭାଯାତ୍ରାର ଆୟୋଜନ କରା ଯାଇଥିଲା ।
ଓଡିଶା ପରିବେଶ ସମିତିର ଆଜୀବନ ସଦସ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ସମିତିର ଅନ୍ୟତମ ଆଜୀବନ ସଦସ୍ୟ ଶ୍ରୀ ସୁକାନ୍ତ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031