Indus Valley Times

ଗଜପତି : “ଓପିଲିପି” ଅଧିନରେ ଜନକଲ୍ୟାଣ ପ୍ରତିଷ୍ଠାନ ଦ୍ୱାରା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ

 Breaking News

ଗଜପତି : “ଓପିଲିପି” ଅଧିନରେ ଜନକଲ୍ୟାଣ ପ୍ରତିଷ୍ଠାନ ଦ୍ୱାରା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ

January 24
16:40 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୧: ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗ୍ରାମାଞ୍ଚଳରେ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଜନକଲ୍ୟାଣ ପ୍ରତିଷ୍ଠାନ” ମାଧ୍ୟମରେ “ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ (ଓପିଲିପି) ଅନ୍ତର୍ଗତ\’ରେ ବିଭିନ୍ନ ବିକାଶ ମୂଳକ ଆୟପନ୍ଥା କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି ।
ଜନକଲ୍ୟାଣ ପ୍ରତିଷ୍ଠାନ , ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ୩୦ ବର୍ଷ ଧରି ଶିକ୍ଷା , ସ୍ୱାସ୍ଥ୍ୟ ଓ ଜୀବିକା କ୍ଷେତ୍ରରେ ବିଭିନ୍ନ ବିକାଶମୁଳକ କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ଗତ ୨୦୧୭ ମସିହା ଜୁନ ମାସଠାରୁ “ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ(ଓପିଲିପି) ପ୍ରକଳ୍ପ ହାତକୁ ନେଇ ପ୍ରତିଷ୍ଠାନର ମୁଖ୍ୟ ଶ୍ରୀ ଦୁର୍ଗା ମାଧବ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରକଳ୍ପର ସଂଯୋଜିକା ବ୍ୟୁଟି କୁମାରୀ ଲୀମାଙ୍କ ଦଳୀୟ ନେତୃତ୍ୱରେ ସଫଳତାର ସହ ବିଭିନ୍ନ କାର୍ଯ୍ୟକ୍ରମ ଆଗେଇ ଚାଲିଛି ।
ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି , ଅଜୟଗଡ଼ ଓ କୁଜାସିଂ ପଞ୍ଚାୟତ ଅଞ୍ଚଳର ୫୭ ଗୋଟି ଗ୍ରାମରେ ଓପିଲିପି ପ୍ରକଳ୍ପ ଅଧିନରେ ବିଭିନ୍ନ ବିକାଶ ମୂଳକ କାର୍ଯକ୍ରମ ଚାଲିଛି ।
ଚାଲିଥିବା ସେହି ପ୍ରକଳ୍ପ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ମୁଖ୍ୟତଃ କୃଷି ଓ ଉଦ୍ୟାନର ବିକାଶ , ସ୍ୱୟଂ ସହାୟକ ଦଳ ଗଠନ କରି ତାକୁ ସୁଦୃଢ଼ କରିବା , ଏସଏଚଜି: ମାଧ୍ୟମରେ ବିଭିନ୍ନ କାର୍ଯ୍ୟ କ୍ରମର ଆୟୋଜନ କରିବା , ବିଭିନ୍ନ ପ୍ରକ୍ରିୟାକରଣ କାର୍ଯ୍ୟ କ୍ରମ ସହ ପଶୁସମ୍ପଦ , ଗମନାଗମନ , ଗ୍ରାମ୍ୟ ଭିତ୍ତିଭୂମିର ବିକାଶ ଓ ବିଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା କରିବା ପ୍ରଭୃତି କାର୍ଯ୍ୟକ୍ରମ ଅନ୍ୟତମ ।
ଅନ୍ୟପକ୍ଷରେ , ପ୍ରକଳ୍ପ ଅଧିନସ୍ଥ ଚାଲିଥିବା ୬ ଗୋଟି ମୁଖ୍ୟ କାର୍ଯ୍ୟକ୍ରମ ମଧ୍ୟରୁ ଆୟ-ବୃଦ୍ଧି କାର୍ଯ୍ୟକ୍ରମ ହେଉଛି ଅନ୍ୟତମ । ଏହି କାର୍ଯ୍ୟକ୍ରମ , ଏସଏଚଜି ମାଧ୍ୟମରେ ଗ୍ରାମାଞ୍ଚଳରେ ରହିଥିବା ଅତି ଗରିବ ଲୋକ ମାନଙ୍କୁ ଆୟପନ୍ଥା ପାଇଁ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବା ସହ ଶାରୀରିକ ଅକ୍ଷମ , ବିଧବା , ସ୍ୱାମୀ ପରିତ୍ୟକ୍ତା ମହିଳା ପ୍ରଭୃତି ହିତାଧିକାରୀ ଚିହ୍ନଟ କରି ଓପିଲିପି ପ୍ରକଳ୍ପ ଅଧୀନରେ ସହଯୋଗ ଯୋଗାଇ ଦିଆଯାଉଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଛୋଟ କିରାନା ଦୋକାନ ଓ ମୋଟର ସାଇକଲ ମରାମତି ଗ୍ୟାରେଜ ୬ ଜଣଙ୍କୁ , କୁକୁଡ଼ା ପାଳନ ପାଇଁ ୩୭ ଜଣଙ୍କୁ , ବାଢେଇ କାମପାଇଁ ୬ ଜଣଙ୍କୁ , ତାପି-ମିସ୍ତ୍ରୀ କାମପାଇଁ ୫ ଜଣଙ୍କୁ , ସିଲେଇ ମେସିନ ୯ ଜଣଙ୍କୁ , ବତକ ପାଳନ ୧୨ ପାଇଁ ଜଣଙ୍କୁ , ଜେରେକ୍ସ ମେସିନ ୪ ଜଣଙ୍କୁ , ସେଲୁନ ଦୋକାନ ପାଇଁ ୨ ଜଣଙ୍କୁ , ଛେଳି ଚାଷ ପାଇଁ ୧୭ ଜଣଙ୍କୁ ଏବଂ ଛତୁ ଚାଷ ପାଇଁ ୧୫ ଗୋଟି ଏସଏଚଜିଙ୍କୁ ଦିଆହୋଇଛି ।
ଏହି ସମସ୍ତ କାର୍ଯ୍ୟକ୍ରମ , ହିତାଧିକାରୀ ମାନେ ନିଜେ ସଫଳତାତାର ସହ ଚାଲୁ ରଖିଥିବା ବେଳେ ସେଥି ମଧ୍ୟରୁ କୁକୁଡ଼ା ପାଳନ , କିରାନା ସଉଦା ଦୋକାନ , ମୋଟର ସାଇକଲ ଗ୍ୟାରେଜ ପ୍ରଭୃତି ଅତ୍ୟନ୍ତ ଲାଭଜନକ ବ୍ୟବସାୟ ଭାବେ ଚାଲିଛି ।
ଅନ୍ୟପକ୍ଷରେ ବତକ ପାଳନ , ଜେରେକ୍ସ ଦୋକାନ , ସିଲେଇ ଓ ଛୋଟ ଜଳଖିଆ ହୋଟେଲ ପ୍ରଭୃତି ବ୍ୟବସାୟରେ ମଧ୍ୟ ହିତାଧିକାରୀ ମାନଙ୍କ ଦିନକୁ ଅନ୍ୟୁନ ୩୦୦ଟଙ୍କା ପର୍ଯ୍ୟନ୍ତ ଅଧିକ ଆୟ ହେଉଥିବା ଜଣାଯାଇଛି । ଏହି ଲାଭ ଆୟ ଟଙ୍କାରେ ହିତାଧିକାରୀ ମାନେ ସେମାନଙ୍କ ପାରିବାରର ଦୈନିକ ଗୁଜୁରାଣ ମେଣ୍ଟାଇ ପାରିବା ସହ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ , ସ୍ୱାସ୍ଥ୍ୟଯତ୍ନ ଓ ଚାଷକାର୍ଯ୍ୟର ଉନ୍ନତି ମଧ୍ୟ ସହଜରେ କରି ପାରୁଥିବା ଜଣାଯାଇଛି ।
ମୁଖ୍ୟତଃ ଭାବେ ଗୁମ୍ମା ବ୍ଲକର ଅଜୟଗଡ଼ , ଭୁବନି ଓ କୁଜାସିଂ ପଞ୍ଚାୟତର ଆବାସିଙ୍ଗ , ସିନ୍ଦିବା , ଚାଙ୍ଗୁଡା , ଲୁହାରା , କୁଟାମ୍ବା , ତିତାସିଂ , ସିଂଡ଼ିବୁର ,ଅଢେଇ , ବାରୁସିଂ , ଅଜୟଗଡ଼ , ଭୁବନି , ତୁରୁବୁଡା , କିଣ୍ଡାଙ୍ଗ , ପାପଡା , ତିଡାସିଂ , କୂଳପୁଟ , ଅମେଇସିଂ , ତରବୁଲ , ସୀତାପୁର , ଜଗନ୍ନାଥପୁର , ଜନ୍ତର , କୁଣ୍ଢେଇସିଂ , ଚାଙ୍ଗୁରୁଡା , ତାଲିମ୍ବା ଓ ତିବିସିଂ ପ୍ରଭୃତି ଗ୍ରାମର ହିତାଧିକାରୀ ମାନେ ଏହି ଓପିଲିପି ପ୍ରକଳ୍ପ କାର୍ଯ୍ୟକ୍ରମ ମାଧ୍ୟମରେ ବେଶ ଉପକୃତ ହେଉଥିବା ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930